ଯାଜପୁର ସଂସ୍କୃତି ଭବନ ପରିସରରେ ଏକ ରକ୍ତଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ବରୀ ବିଧାୟିକା ସୁନନ୍ଦା ଦାସ,ଯାଜପୁର ଜିଲାପାଳ ରଂଜନ କୁମାର ଦାସ,ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ପ୍ରମୁଖ ଯୋଗ ଦେଇ ଅନ୍ୟର ଜୀବନ ପାଇଁ ରକ୍ତଦାନ କରିଥିବା ବ୍ୟକ୍ତି ମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ୨୬୦ରୁ ଉର୍ଦ୍ଧ ରକ୍ତଦାତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରକ୍ତଦାନ ସଂପର୍କିତ ଏକ ଅଡିଓ ସିଡି ଉନ୍ମୋଚିତ ହୋଇଥିଲା । ଜିଲାପାଳ ରଂଜନ କୁମାର ଦାସଙ୍କ ଦ୍ୱାରା ଲିଖିତ ଏହି ଗୀତ ମଧ୍ୟ ବିଭିନ୍ନ କଳାକାରଙ୍କ ଦ୍ୱାରା ପରିବେଶିତ ହୋଇଥିଲା । ଏହି ଅବସରରେ ପ୍ରତ୍ୟେକ ରକ୍ତଦାତାଙ୍କୁ ମାନପତ୍ର ଓ ଟ୍ରପିଂ ପ୍ରଦାନ କରାଯାଇଥିଲା ।