ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

124 0

ଭବାନୀପାଟଣା:୧୪/୬:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଵିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମାରେ ଭବାନୀପାଟଣା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିରରେ ଵିଧି ବିଧାନ ପୂର୍ବକ ଦେବସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଛି। ବାଡିଭୋରରୁ ମଙ୍ଗଳ ଆରତୀ ଓ ଅବକାଶ ନୀତି ପରେ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପ କୁ ଅଣାଯାଇଥିଲା।

ସ୍ନାନ ମଣ୍ଡପରେ ପଣ୍ଡିତ ମଙ୍ଗଳୁ ମିଶ୍ର ଙ୍କ ଦ୍ଵାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଶ୍ରୀ ଜୀଉ ମାନଙ୍କୁ ଦହି, କ୍ଷୀର, ଘିଅ ଓ ଗଙ୍ଗାଜଳ ରେ ସ୍ନାନ କରାଯାଇଥିଲା। ତାପରେ ସୁବାସିତ ଓ ସଂସ୍କାରିତ ଜଳରେ ସୁଦର୍ଶନ ମହାପ୍ରଭୁଙ୍କୁ ୧୮ କଳସ, ବଳଭଦ୍ରଙ୍କୁ ୩୫ କଳସ, ଜଗନ୍ନାଥଙ୍କୁ ୩୩ କଳସ ଓ ଦେବୀ ସୁଭଦ୍ରାଙ୍କୁ ୨୨ କଳସ ଜଳରେ ସ୍ନାନ କରାଯାଇଥିଲା।

ମନ୍ଦିରର ପୂଜକ ଅଜୟ ମହାପାତ୍ର, ସହଯୋଗୀ ସେବାୟତ ଧବଳେଶ୍ବର ମହାପାତ୍ର, ବିଜୟ ମହାପାତ୍ର,ସୁବୋଧ ତ୍ରିପାଠୀ ସମେତ ଅନ୍ୟାନ୍ୟ ସେବାୟତ ମାନଙ୍କ ଦ୍ୱାରା ଦେବସ୍ନାନ ନୀତିକାନ୍ତ ସମ୍ପାଦନ ହୋଇଥିଲା। ପରେ ଶ୍ରୀ ଜୀଉ ମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ଦେବସ୍ନାନ ଓ ଶ୍ରୀ ଜୀଉଙ୍କ ଗଜାନନ ବେଶ ଦେଖିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗିରହିଥିଲା।

Related Post

ରେଳ ଯୋଗେ ଅମ୍ଲଜାନ ପରିବହନ ବେଳେ କଣ୍ଟେନର ରୁ ଅମ୍ଳଜାନ ନିର୍ଗତ

Posted by - June 9, 2021 0
କେଶିଙ୍ଗା :(ମ॰ଅଗାଜାନ)ରେଳ ଯୋଗେ ଅମ୍ଲଜାନ ପରିବହନ ବେଳେ କଣ୍ଟେନର ରୁ ଅମ୍ଳଜାନ ନିର୍ଗତ। କେସିଙ୍ଗା ରେଳଷ୍ଟେସନ ନିକଟ ରେ କଣ୍ଟେନର ରୁ ଅମ୍ଳଜାନ ନିର୍ଗତ ସୁଚନା ପାଇ…

ହରଭଙ୍ଗା ବ୍ଲକରେ ନୂଆଖାଇ ପର୍ବ ପାଳିତ

Posted by - September 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ନୂଆଖାଇ ପାଇଁ ସମଗ୍ର ହରଭଙ୍ଗା ବ୍ଲକର -ଧର୍ମନଗର, ସୁରୁଣ୍ଡି, ଭେଜିଗୋରା, ଅଯୋଧ୍ୟା, କୁଶଙ୍ଗ ଆଦି ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାଗ୍ନ ଲାଗି…

ବନ ବିଭାଗ ପକ୍ଷରୁ ଜୀବନ୍ତ ବଜ୍ରକାପ୍ତା ଜବତ, ଜଣେ ଗିରଫ

Posted by - May 24, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ନର୍ଲା ଫରେଷ୍ଟ ରେଂଜ ଅଂଚଳରୁ ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗ ରେ ବନ ବିଭାଗ…

କାଶୀପୁର ପୋଲିସ ର ସଫଳତା, ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ଗିରଫ

Posted by - May 24, 2022 0
ରାୟଗଡା :(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ସିରିପାଇ ପଞ୍ଚାୟତ ଅଧିନସ୍ତ ବାହାର ଦୁଲକି ଗ୍ରାମର ଜୈନିକ ବୃଦ୍ଧା ସଦାମଣି ନାଏକ ବୟସ…