Breaking News
11:54 pmପୋଲିସ ଅତ୍ୟାଚାରରେ ଆତ୍ମହତ୍ୟା ଘଟଣା ପଡିଲା ମହଙ୍ଗା। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ। ବଦଳିଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ। ସୂଚନା ଦେଲେ ଯାଜପୁର ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ 12:19 pmଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ କିରାଣୀ ଦେବାଶିଷ ପଣ୍ଡା 7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ

ଆପଣଙ୍କ ଘରେ ସବୁବେଳେ ପିମ୍ପୁଡ଼ି ହେଉଛନ୍ତି କି? ଜାଣନ୍ତୁ ଏହା ଶୁଭ ନା ଅଶୁଭ

1244 0

ସାଧାରଣତଃ ଅନେକ ସମୟରେ ଆପଣଙ୍କ ଘରେ ପିମ୍ପୁଡ଼ି ନିଶ୍ଚୟ ଦେଖା ଦେଉଥିବେ। ଏମାନେ ଅନେକ ଖାଦ୍ୟ ଦ୍ରବ୍ୟ ନଷ୍ଟ କରିବା ସହ ଆମକୁ କାମୁଡ଼ି ଥାଆନ୍ତି ମଧ୍ୟ। ହେଲେ କ’ଣ ଆପଣ ଜାଣନ୍ତି, ପିମ୍ପୁଡ଼ିଙ୍କ ସହ ଘରର ଲାଭ ଓ କ୍ଷତି ମଧ୍ୟ ଜଡ଼ିତ ଥାଏ। ପିମ୍ପୁଡ଼ି ଦୁଇ ପ୍ରକାରର ଥାଆନ୍ତି। କଳା ଓ ନାଲି ପିମ୍ପୁଡ଼ି। ତେବେ କଳା ପିମ୍ପୁଡ଼ିଙ୍କୁ ଶୁଭ ବୋଲି ମନେ କରାଯାଉଥିବା ବେଳେ ନାଲି ପିମ୍ପୁଡ଼ି ଅଶୁଭ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଆସନ୍ତୁ ଜାଣିବା ଘରେ ନାଲି ପିମ୍ପୁଡ଼ି ହେଲେ କ’ଣ ଲାଭ କିମ୍ବା କ୍ଷତି ହୋଇଥାଏ–

କ’ଣ ହୋଇଥାଏ କ୍ଷତି :
-କୁହାଯାଏ ଯେ ଘରେ ଅଧିକ ସଂଖ୍ୟକ ନାଲି ପିମ୍ପୁଡ଼ି ଦେଖାଦେଲେ ଘରର କରଜ ବଢ଼ିଥାଏ।
-ଘରେ ଯଦି ଖାଦ୍ୟ ଏକାଠି କରୁଥିବା ନାଲି ପିମ୍ପୁଡ଼ି ଦେଖିବାକୁ ମିଳନ୍ତି, ତେବେ ଏହା ଆଗାମୀ ଦିନରେ ଆପଣଙ୍କ ଘରକୁ କିଛି ବିପଦ ଆସିବାର ସଙ୍କେତ ଦେଇଥାଏ।
-ନାଲି ପିମ୍ପୁଡ଼ି ହେଲେ ଘରେ ଲାଗିଥିବା ଗଛ, ଭୋଜନ, ଡ୍ରାଏଫୁଡ୍‌ ଆଦି ଖରାପ ତଥା ନଷ୍ଟ ହୋଇଯାଏ।
-ଏମାନେ ମଣିଷଙ୍କୁ କାମୁଡ଼ି ଥାଆନ୍ତି। ସେମାନେ କାମୁଡ଼ିବା ସ୍ଥାନରେ ନାଲି ରଙ୍ଗର ଚିହ୍ନ ହୋଇଯାଏ ଏବଂ ସେହି ଜାଗା ବହୁତ ଜୋରରେ କୁଣ୍ଡାଇ ହେବାକୁ ଲାଗେ।

କ’ଣ ହୋଇଥାଏ ଲାଭ :
-ଯେଉଁମାନେ ପିମ୍ପୁଡ଼ିଙ୍କୁ ଅଟା ଦେଇଥାଆନ୍ତି ଏବଂ ଛୋଟ ଛୋଟ ଚଢ଼େଇଙ୍କୁ ଚାଉଳ ଖାଇବାକୁ ଦେଇଥାଆନ୍ତି, ସେମାନଙ୍କୁ ବୈକୁଣ୍ଠପ୍ରାପ୍ତି ହୁଏ ବୋଲି ବିଶ୍ଵାସ ରହିଛି।
-କରଜରେ ବୁଡ଼ି ରହିଥିବା ଲୋକ ପିମ୍ପୁଡ଼ିଙ୍କୁ ଚିନି ଏବଂ ଅଟା ଦିଅନ୍ତୁ।
-ପିମ୍ପୁଡ଼ିଙ୍କୁ ଚିନି ମିଶା ଅଟା ଦେଲେ, ସେହି ଲୋକର ସମସ୍ତ ଦୁଃଖ ଓ ସଙ୍କଟ ଦୂର ହୋଇଯାଇଥାଏ।
-ଯଦି ବହୁ ପିମ୍ପୁଡ଼ି ଏକାସାଙ୍ଗେ ଗୋଟିଏ ଧାଡ଼ିରେ ଚାଲୁଥିବାର ଆପଣ ଦେଖୁଛନ୍ତି, ତା’ହେଲେ ଜାଣିନିଅନ୍ତୁ ଏହା ପ୍ରବଳ ବର୍ଷା ହେବାର ସଙ୍କେତ। ଏହାସହିତ ଭଲ ଫସଲ ହେବାର ମଧ୍ୟ ଏହା ସଙ୍କେତ ଦେଇଥାଏ।
-ପିମ୍ପୁଡ଼ିଙ୍କୁ ମାରିବା ପାପ ହୋଇଥାଏ ବୋଲି ମାନ୍ୟତା ରହିଛି।

Related Post

ସଂଯୁକ୍ତା ଙ୍କୁ ପ୍ରଧାନମନ୍ତ୍ରୀ ବୀମା ରାଶି ପ୍ରଦାନ

Posted by - August 26, 2021 0
ବୌଦ୍ଧ ୧୬/୦୮ ( ଚିତ ରଂଜନ ସିଂ)ଜନସାଧାରଣ ଙ୍କ ହିତ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଓ ପ୍ରଧାନମନ୍ତ୍ରୀ…

ବିଦ୍ୟାବାଲନ ଙ୍କ ସମ୍ବଲପୁରୀ ଶାଢୀ କିଣିଲେ ଓଡିଆ ଝିଅ

Posted by - August 23, 2020 0
ଭଦ୍ରକ :ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ି’ର ନିଲାମ ଜିତିଛନ୍ତି ଭଦ୍ରକର ଦେବାଂଶୀ ମିଶ୍ର । ଆଇଆଇଟି ଗୌହାଟୀରେ ସିଭିଲ ଇଂଜିନିୟରିଂ ପାଠ ପଢ଼ୁଥିବା ଦେବାଁଶୀ ୫୫…

ନୂଆଁଣିଆ କୁଡ଼ିଆରେ କଟୁଛି ଦୁର୍ବିସହ ଜୀବନ, ଆବାସ ଯୋଜନା ସାତସପନ

Posted by - November 13, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ଯୋଗ୍ୟ ହିତାଧିକାରୀଙ୍କ ପାଇଁ ରହିଛି ସରକାରଙ୍କ ଆବାସ ଯୋଜନା। କିନ୍ତୁ ଆଜିବି ଚାଳ ଛପର ଘରେ ବିତୁଛି ଯୋଗ୍ୟ ହିତାଧିକାରୀଙ୍କ ଜୀବନ।…

ଅନୁଗୋଳରେ ହେବ ଆଦର୍ଶ ସାମୁହିକ ବିବାହ ଉତ୍ସବ

Posted by - January 11, 2020 0
ଅନୁଗୋଳ:(ମହେଶ ଭୋମରାଜ)ଉତ୍କଳ ପ୍ରାଦେଶିକ ମାର ୱାଡି ସମ୍ମିଳନୀ ଅନୁଗୋଳ ଶାଖା ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୨୯ ତାରିଖରେ ସରସ୍ୱତୀ ଶିଶୁ ଵିଦ୍ୟାମନ୍ଦିରରେ ହେବ ଏହି ସାମୁହିକ ବିବାହ…

ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ଜିଲ୍ଲାପାଳଙ୍କ ଆଉ ଏକ ନିଆରା ପ୍ରୟାସ

Posted by - September 8, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): ବୌଦ୍ଧ ସହରକୁ ସୌନ୍ଦର୍ଯ୍ୟକରଣ କରିବାପାଇଁ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ପ୍ରତ୍ୟେକ ଦିନ ନୂଆ ନୂଆ ପ୍ରୟାସ ଜାରି ରଖିଛନ୍ତି । ଭଗବାନ…

Leave a comment

Your email address will not be published.