ବଲାଙ୍ଗିର: ଦେଶର ବହୁ ପ୍ରତୀକ୍ଷିତ ଗଗନଯାନ ପ୍ରକଳ୍ପରେ ସାମିଲ ହୋଇପାରନ୍ତି ଓଡ଼ିଆ ବାୟୁସେନା ଅଧିକାରୀ ଓ୍ୱିଙ୍ଗ୍ କମାଣ୍ଡର ନିଖିଲ ରଥ। ବଲାଙ୍ଗିରର ବିଶିଷ୍ଟ ଆଇନଜୀବୀ ଅଶୋକ ରଥଙ୍କ ପୁଅ ହେଉଛନ୍ତି ନିଖିଲ।ଭାରତରେ ଚନ୍ଦ୍ରାୟନ-୨କୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବଲାଙ୍ଗୀର ତଥା ଓଡ଼ିଶା ପାଇଁ ଆଉ ଏକ ନୂଆ ଖବର ଆସି ପହଞ୍ଚିଛି। ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା ‘ମିଶନ ଗଗନୟାନ’ ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟା ହୋଇଥିବା ବେଳେ ବଲାଙ୍ଗୀର ପୁଅ ୱିଙ୍ଗ୍ସ କମାଣ୍ଡର ଫାଇଟର ପାଇଲଟ୍ ନିଖିଳ ରଥ ମନୋନୀତ ହୋଇଥିବା ଜଣାପଡିଛି।ବଲାଙ୍ଗୀରର ବ୍ୟବସାୟୀ ଅଶୋକ ରଥ ଓ ମହିଳା କମିଶନର ସଦସ୍ୟା କୁଶୁମ ରଥଙ୍କ ପୁଅ ହେଉଛନ୍ତି ନିଖିଳ।
