ରବିବାର କରନ୍ତୁ ଏହି ଉପାୟ : ଦୂର ହେବ ଅନେକ ସମସ୍ୟା

882 0

ସାଧାରଣତଃ ସମସ୍ତଙ୍କ ରୋଷେଇ ଘରେ ସୋରିଷ ନିଶ୍ଚିତ ରୂପେ ଉପଲବ୍ଧ। ଏହା ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହେବା ସହ ଜୀବନର ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରବିବାର ଦିନ ସୋରିଷର ଖାସ ଉପାୟ ଦ୍ୱାରା ଅନେକ ସମସ୍ୟାକୁ ଏଡ଼ାଇ ହେବ। ଆସନ୍ତୁ ଜାଣିବା ସେହି ସବୁ ଉପାୟ ବିଷୟରେ –

-ସୋରିଷକୁ ଘରର କୌଣସି କୋଣରେ ଲୁଚାଇ ରଖିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ।
-ଯଦି କୌଣସି କାର୍ୟ୍ୟରେ ବାଧା ଉପୁଜୁଛି ଓ କାର୍ଯ୍ୟ ହୋଇପାରୁ ନାହିଁ ତେବେ ରବିବାର ଦିନ ଗରିବକୁ ସୋରିଷ ଦାନ କରିବା ସହ ଦକ୍ଷିଣା ମଧ୍ୟ ପ୍ରଦାନ କରନ୍ତୁ। ଏହାଦ୍ୱାରା ସମସ୍ତ ବାଧାବିଘ୍ନ ଦୂର ହୋଇଯାଏ।
-ରିବବାର ସକାଳେ ଏକ ପାତ୍ରରେ ପାଣି ଭର୍ତ୍ତି କରି ସୋରିଷ ପତ୍ର ପକାଇ ରଖନ୍ତୁ। ଏହାକୁ ସୂର୍ଯ୍ୟଙ୍କ ସାମ୍ନାରେ ରଖି ‘ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ପଢନ୍ତୁ। ପ୍ରତ୍ୟେକ ଥର ମନ୍ତ୍ର ଉଚ୍ଚାରଣ କରିବା ପରେ ପାଣି ପାତ୍ରରେ ଫୁଙ୍କନ୍ତୁ। ଏବେ ଏହି ଜଳରେ ଗାଧୋଇବା ଦ୍ୱାରା ଦାରିଦ୍ର୍ୟତାରୁ ମୁକ୍ତି ମିଳିଥାଏ।
-ଧନବାନ ହେବା ପାଇଁ ରବିବାର ସୂର୍ଯ୍ୟାସ୍ତ ସମୟରେ ୧୦୮ଟି ସୋରିଷକୁ ନେଇ ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ। ଏବେ ଏହାକୁ ଅଶ୍ଵତ୍ଥ ଗଛ ତଳେ ପୋତିଦିଅନ୍ତୁ। ଏପରି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।
-ଯଦି ଆପଣଙ୍କ ଉପରେ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ, ତେବେ ରବିବାର ଦିନ ସୋରିଷ ଏବଂ ଲୁଣ ଦ୍ୱାରା ନଜର ଉତାରନ୍ତୁ।
-ଯେଉଁ ଲୋକଙ୍କ ଘରେ ବାସ୍ତୁ ଦୋଷ ରହିଛି, ସେମାନଙ୍କର କୌଣସି ଉନ୍ନତି ହୋଇପାରେ ନାହିଁ। ସେମାନେ ଘରର ଏକ କୋଣରେ କାଗଜରେ ସୋରିଷ ଏବଂ ଲୁଣ ରଖିଦିଅନ୍ତୁ। ଏହି କାମ କେବଳ ରବିବାର ଦିନ କରିବେ। ଏହାକୁ ପରଦିନ ସକାଳେ ଜଳାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ।
-ଯଦି କୌଣସି ବ୍ୟକ୍ତିଙ୍କର ଚିଡ଼ିଚିଡ଼ା ସ୍ୱଭାବ ରହିଛି, ତେବେ ସୋରିଷ ଏବଂ ଲଙ୍କା ନେଇ ସାତ ଥର ମୁଣ୍ଡ ଉପରେ ବୁଲାଇ ବାହାରେ ପକାଇ ଦିଅନ୍ତୁ କିମ୍ବା ଜଳାଇ ଦିଅନ୍ତୁ। ଏପରି କଲେ ଆପଣଙ୍କ ସମସ୍ୟା ଦୂର ହୋଇପାରିବ।
-ଯଦି ଆପଣ ଧାର-କରଜ କରି ଚିନ୍ତିତ ରହିଛନ୍ତି, ତେବେ ରବିବାର ଦିନ ସୋରିଷ ଏବଂ ସୋରିଷ ତେଲ ଅଶ୍ଵତ୍ଥ ଗଛ ମୂଳେ ଚଢାନ୍ତୁ। ଆପଣଙ୍କ ସମସ୍ୟା ଦୂର ହୋଇପାରିବ।
-ମାନ ସମ୍ମାନ ପାଇବା ପାଇଁ ରବିବାର ସୂର୍ଯ୍ୟଦେବଙ୍କୁ ଜଳରେ ସୋରିଷ ମିଶାଇ ଅର୍ପଣ କରନ୍ତୁ। ଏହାଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୁଅନ୍ତି।

Related Post

ସାମ୍ବାଦିକଙ୍କ ମହାନତା, ହଜିଥିବା ଏକ ଦାମୀ ମୋବାଇଲକୁ ପାଇ ଫେରସ୍ତ କଲେ

Posted by - February 22, 2020 187
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଅନେକ ସମୟରେ ଦେଖାଯାଏ ଯେ କିଛି ଲୋକ ଲୋଭର ବଶବର୍ତ୍ତୀ ହୋଇ ମାନବିକତାକୁ ମାରିଦିଅନ୍ତି।। ନିଜର ନ୍ୟସ୍ତ ସ୍ୱାର୍ଥ ପାଇଁ ଅନ୍ୟର ତଣ୍ଟି…

ଭିନ୍ନକ୍ଷମ ହେଲେ ବି ସେ ସକ୍ଷମ

Posted by - March 8, 2020 0
ଯାଜପୁର ;(ଆନନ୍ଦ ଚନ୍ଦ୍ର ସାହୁ) ଭିନ୍ନକ୍ଷମ ହେଲେ ବି ସେ ସକ୍ଷମ । ନିଜର ଦୃଢ ଇଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି…

ଉତ୍କଳ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଜିଲ୍ଲା ପକ୍ଷରୁ ଶୀତବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ

Posted by - December 23, 2022 0
ରାୟଗଡା:(ରାମାକାନ୍ତ ପୋଢଳ)ବର୍ତ୍ତମାନ ଚାଲିଛି ଶୀତ ଋତୁ । ଘନ କୁହୁଡି ସହିତ ହାଡ଼ଭଙ୍ଗା ଶୀତରେ ଗାଁ ଗହଳିରେ ରହୁଥିବା ବୃଦ୍ଧବୃଦ୍ଧା ଓ ଛୋଟ ଛୋଟ ପିଲା ମଧ୍ୟ…

ଫକୀର ମୋହନ ସେନାପତିଙ୍କ ୧୭୮ତମ ଜୟନ୍ତୀ ପାଳନ

Posted by - January 14, 2021 0
ଯାଜପୁର ଅଫିସ:ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରବାଦ ପୁରୁଷ, ସମାଜ ସଂସ୍କାରକ,ବ୍ୟଙ୍ଗକାର, ସମାଲୋଚକ,ଔପନ୍ୟାସିକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୭୮ତମ ଜନ୍ମ ଜୟନ୍ତୀ ପାଳନ ଓ ଆଲୋଚନା ଚକ୍ର…

ହିରୋ ହେଲେ କେତନ, ଯିଏ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ

Posted by - May 25, 2019 0
ସୁରତ:ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୨୨ଜଣଙ୍କ ମୃତ୍ୟୁ ଯେତିକି ଦୁଃଖଦାୟକ, ଅଗ୍ନିକାଣ୍ଡ ବେଳେ ଦେବଦୂତ ସାଜି ଅନେକଙ୍କ ଜୀବନ ବଞ୍ଚାଇଥିବା ଜଣେ…

Leave a comment

Your email address will not be published.