ପୁରୀ: ନୂଆ ଟ୍ରାଫିକ୍ ନିୟମ ପରେ ଏବେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। କମିଶନରେଟ ପୁଲିସ୍ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି।ଏ ନେଇ ଟ୍ୱିନ୍ ସିଟି ପୁଲିସ କମିଶନର୍ଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଆରଟିଓ ଅଧିକାରୀ, ଡିସିପି ଟ୍ରାଫିକ୍, ଟ୍ରାଫିକ୍ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଜୋରିମାନା ଅଦାୟ ଏବଂ ଏନେଇ ସଚେତନତା କରିବାକୁ ବୈଠକରେ ଫୋକସ୍ ରହିଛି।
ଘରୁ ଗାଡି କାଢିବାକୁ ଲୋକମାନେ ଡରୁଥିବା ବେଳେ ସରକାରଙ୍କ ପକ୍ଷରୁ ମୋଟର ଯାନ ସଂଶୋଧନ ଆଇନ ଅନ୍ତର୍ଗତ ଗୋଟିଏ ନିୟମକୁ କୋହଳ କରି ଦିଆଯାଇଛି । ଆଜି ଠାରୁ ଠିକ୍ ମାସେ ପର୍ଯ୍ୟନ୍ତ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଲୋକଙ୍କୁ ଆଉ ଜରିମାନା ଦେବାକୁ ପଡିବ ନାହିଁ । ପରିବହନ ବିଭାଗରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସଚିବ ଜି. ଶ୍ରୀନିବାସନ ସୂଚନା ଦେଇଛନ୍ତି ।ମୋଟର ହ୍ବିଲର ଆକ୍ଟ(ସଂଶୋଧନ)-୨୦୧୯ ଅନୁଯାୟୀ ନିୟମ ଉଲ୍ଲଂଘନ କଲେ ଏଣିକି ଅଧିକ ପରିମାଣରେ ଜରିମାନା ଭରିବା ସାଙ୍ଗକୁ ଲାଇସେନ୍ସକୁ ନେଇ ବି ଅନେକ ପରିବର୍ତ୍ତନ କରାଯାଇଛି । କେନ୍ଦ୍ର ସରକାର ନୂଆ ଆଇନରେ ଯେଉଁଠି ଲାଇସେନ୍ସ ରିନ୍ୟୁ କରାଇବାରେ ମାସେ ପରିବର୍ତ୍ତେ ବର୍ଷେ ପର୍ଯ୍ୟନ୍ତ କୋହଳ କରିଦିଆଯାଇଛି । ଏଥିସହିତ ହିଁ ଯଦି ଆପଣ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁ କରାଇବାରେ ବର୍ଷେଠୁ ଅଧିକ ବିଳମ୍ବ କରନ୍ତି ତେବେ ଆପଣଙ୍କୁ କାର, ବାଇକ୍ ଚଳାଇବାର ଟେଷ୍ଟ ପୁଣିଥର ଦେବାକୁ ପଡିବ ।