ଭୁବନେଶ୍ବର ରଘୁନାଥପୁରଠାରେ ଲାଲ୍‌ଚାନ୍ଦ୍‌ର ମେଗା ସୋ’ରୁମ୍‌ ଉଦ୍‌ଘାଟନ କଲେ ସୋନମ କପୁର‌, ଖୋଲିଲା ରେସ୍ତୋରାଁ

951 0

ଭୁବନେଶ୍ବର: ଲାଲଚାନ୍ଦ୍‌ ଜୁଏଲର୍ସର ଏକ ନୂଆ ମେଗା ସୋ’ରୁମ୍ ଭୁବନେଶ୍ବର ନନ୍ଦନକାନନ ରୋଡ୍‌ର ରଘୁନାଥପୁରଠାରେ ଆଜି ଖୋଲିଛି। ୩୦ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ବହୁତଳ ବିଶିଷ୍ଟ ଏହି ଅତ୍ୟାଧୁନିକ ସୋ’ରୁମ୍‌କୁ ମୁଖ୍ୟ ଅତିଥି ତଥା ବଲିଉଡ଼ ଅଭିନେତ୍ରୀ ସୋନମ କପୁର ଆହୁଜା ଉଦଘା‌ଟନ କରିଛନ୍ତି। ଏଥିରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଂଜୟ ହଂସ ଏବଂ ବ୍ରାଣ୍ଡ୍ ଆମ୍ବାସଡ଼ର ତଥା ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇଥିଲେ। ଏଠାରେ ପାରମ୍ପରିକ ଡିଜାଇନଠାରୁ ଆରମ୍ଭ କରି ଅତ୍ୟାଧୁନିକ ଡିଜାଇନ, ଷ୍ଟାଇଲ୍‌ର ସୁନା, ରୁପା ଏବଂ ହୀରା ଆଦି ମୂଲ୍ୟବାନ ଧାତୁର ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରାଯାଇଛି। ନୂଆ ସୋ’ରୁମ୍ ସବୁବର୍ଗର ଗ୍ରାହକଙ୍କ ଚାହିଦା ପୂରଣ କରିବାରେ ସଫଳ ହେବ ବୋଲି ଆଶା ରଖାଯାଇଛି।

ଉଦ୍‌ଘାଟନ ପରିପ୍ରେକ୍ଷୀରେ ଗ୍ରାହକଙ୍କ ପାଇଁ ଏହି ସୋ’ରୁମ୍‌ରେ ଆକର୍ଷଣୀୟ ଅଫର୍ ପ୍ରଦାନ କରାଯାଉଛି। ସୁନା ଗହଣାର ଗଢ଼ା ମୂଲ୍ୟ ଗ୍ରାମ ପିଛା ୨୯୯ ଟଙ୍କା ରହିଥିବାବେଳେ ହୀରା ଉପରେ ୨୦ ପ୍ରତିଶତ, ରୁପା ଗଢ଼ା ମୂଲ୍ୟରେ ୫୦ ପ୍ରତିଶତ, ଫେସନ୍ ଜୁଏଲାରି ଉପରେ ୩୦ ପ୍ରତିଶତ, ବ୍ରାଣ୍ଡେଡ୍ ହାତଘଣ୍ଟା ଉପରେ ୨୦ ପ୍ରତିଶତ ଏବଂ ଲାଇଫଷ୍ଟାଇଲ ଉତ୍ପାଦ ଉପରେ ୧୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ଏଥିସହିତ ୨୫ ହଜାର ଟଙ୍କାରୁ ଊର୍ଧ୍ବ ମୂଲ୍ୟର ରୁପା ବାସନକୁସନ କିଣିଲେ ସ୍ବର୍ଣ୍ଣମୁଦ୍ରା ମାଗଣା ପ୍ରଦାନ କରାଯାଉଛି। ଏହି ଅଫର୍ ଚଳିତ ମାସ ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଏଥିସହିତ ଉକ୍ତ ସୋ’ରୁମ୍‌ରେ ହୋଟେଲ ନିଉ ମାରିଅନ୍ ପକ୍ଷରୁ ଖୋଲାଯାଇଛି ଦୁଇଟି ରେସ୍ତୋରାଁ। ତାହା ହେଲା ‘ବ୍ଲିଙ୍ଗ୍ ଇଟ୍ ଅନ୍ କୋର୍ଟୟାର୍ଡ’ ଏବଂ ‘କନ୍‌ଫେଟି’। ରେସ୍ତୋରାଁରେ ସ୍ବାଦିଷ୍ଟ ଖାଦ୍ୟ ମିଳିବ। ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କର୍ପୋରେଟ୍ ଏକ୍‌ଜିକ୍ୟୁଟିଭ ପର୍ଯ୍ୟନ୍ତ ସମସ୍ତେ ଏଠାରେ ଭୋଜନ କରିପାରିବେ। କଣ୍ଟିନେଣ୍ଟାଲ, ଇଟାଲିଆନ୍, ମେକ୍ସିକାନ୍ ଡିସ୍, ଫ୍ରେସ୍ ବେକେରି ସାମଗ୍ରୀ ଏବଂ ହୋଟେଲ ନିଉ ମେରିଆନ୍‌ର ସିଗ୍‌ନେଚର ଫୁଡ୍ ଏଠାରେ ମିଳିବ।

Related Post

ସପ୍ତମ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଉଦଯାପିତ

Posted by - October 18, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିଂଝାରପୁର ବ୍ଲକ ଅରେଇ ଠାରେ ପୁଣ୍ୟ ଉତ୍କଳ ପକ୍ଷରୁ ଚାଲିଥିବା ସପ୍ତମ ରାଜ୍ୟସ୍ତରୀୟ ପାଲା ମହୋତ୍ସବ ଉଦଯାପିତ ହୋଇଯାଇଛି । ଏହି…

ଭୁବନେଶ୍ୱର ରଘୁନାଥପୁର ଗ୍ରାମ ପଞ୍ଚାୟତର ଦୋଳ ମହୋତ୍ସବ

Posted by - March 7, 2023 0
ଭୁବନେଶ୍ଵର :୦୭/୦୩(ପାଯଲ ରାଉତ୍)ଗତ ଦୁଇ ଦିନ ହେବ ଭୁବନେଶ୍ଵର ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମରେ ଦୋଳ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଅଛି। ଗତ କାଲି ଏହି ମହୋତ୍ସବ ରେ…

ମିସ ଟିନ ଇଣ୍ଡିଆ ଆଇରନ ଗର୍ଲ ସବ-ଟାଇଟଲ ବିଜେତା ହେଲେ ତନିଷା

Posted by - November 6, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ନୂଆଁଦିଲ୍ଲୀ ସ୍ଥିତ ପାମଗ୍ରୀନ ପଞ୍ଚତାରକା ହୋଟେଲ ରେ ଅକ୍ଟୋବର 29 ତାରିଖରେ ଅନୁଷ୍ଠିତ ମିଷ୍ଟର ଏବଂ ମିସ ଟିନ ଇଣ୍ଡିଆ 2021 ପ୍ରତିଯୋଗିତାରେ ସୋନପୁର…

ଦ୍ୱିତୀୟ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା

Posted by - November 25, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଦ୍ୱିତୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ର ଶୁକ୍ରବାର ଚତୁର୍ଥ ସନ୍ଧ୍ୟା…

ଜାନୁୟାରୀ ୪ ରୁ ଶିଶିର ସରସ ମେଳା

Posted by - December 19, 2018 1,313
ଭୁବନେଶ୍ୱର :ପ୍ରତିବର୍ଷ ଭଳି ଆସନ୍ତା ୪ ତାରିଖରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜନ ହେବ ଶିଶିର ସରସ ମେଳା। ଏହି ମେଳାରେ ୨୪ଟି ରାଜ୍ୟ ସମେତ ଓଡ଼ିଶାର…

There are 1 comments

Leave a comment

Your email address will not be published.