ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ) ପ୍ରାୟ ୨ ବର୍ଷ ପରେ ସମ୍ବଲପୁର ର ପ୍ରଶିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ଏଥର ଆୟୋଜିତ ହେବ ମୁଖ୍ୟ ସୋଭାଯାତ୍ର। ଏଥିପାଇଁ ସମ୍ବଲପୁର ର ସବୁ ଯାତ୍ରା କମିଟିର ପ୍ରସ୍ତୁତି ଆଗେଇ ଚାଳିଥିବା ବେଳେ ଯାତ୍ରାରେ ସାମିଲ କାରିଗର ମଧ୍ୟ ନିଜର ପ୍ରଜ୍ଞାପନ ମେଡ ନିର୍ମାଣ ର ଶେଷ ସ୍ପର୍ଶ ଦେବାରେ ଲାଗି ପଡିଛନ୍ତି ,ସମ୍ବଲପୁର ର ପ୍ରଶିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବାକୁ ଆଉ କେଇଦିନ ବାକି ଥିବାବେଳେ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି କ୍ରମରେ ସମ୍ବଲପୁର ର ଅନ୍ୟତମ ପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟି ନନ୍ଦପଡା ର ବାଲୁଙ୍କେଶ୍ୱର ବାବା ଶୀତଳଷଷ୍ଠୀ ର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।
ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା ଟି ମଧ୍ୟ କୋଭିଡ ପାଇଁ ୨ ବର୍ଷ ହେଲା ଆୟୋଜନ ଫିକା ପଡି ଥିବା ବେଳେ ଯାତ୍ରାର ଆକର୍ଷଣ ଦେବଦମ୍ପତିଙ୍କ ଯୁଗଲ ଦର୍ଶନ ମୁଖ୍ୟ ସୋଭାଯାତ୍ର ବନ୍ଦ ରହିଥିଲା । ଏଥର କିନ୍ତୁ କୋଭିଡ ପରିସ୍ଥିତି ସୁଧିରିବା ପରେ ଯାତ୍ରା କମିଟିର ସଭ୍ୟ ମାନେ ଉତ୍ସାହିତ ଅଛନ୍ତି । ଏଥିପାଇଁ ଯାତ୍ରା ଟି ଧୁମଧାମରେ ହେବା ସହ ୨୫ ରୁ ୩୦ ଲକ୍ଷ ବ୍ୟୟ ଅଟକଳ ରେ।ଯାତ୍ରା ଅନୁଷ୍ଠିତ ହେବେ । ଏଥିସହ ୧ କୋଟି ରୁ ଉର୍ଦ୍ଧ୍ବ ଟଙ୍କାରେ ଦେବେ ଦେବ ମହାଦେବ ଙ୍କ ମୁଖ୍ୟ ପରଭା ଟି ରୁପା ରେ ନିର୍ମାଣ କରାଯାଇଛି । ଏହାସହ ଯାତ୍ରାରେ ପଶ୍ଚିମବଙ୍ଗ ,ଆସାମ, ହରିଆଣା ର କଳାକାର ମାନଙ୍କ ସମେତ ପଶ୍ଚିମ ଓଡିଶା।ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୫୦୦ ରୁ ଉର୍ଦ୍ଧ୍ବ କଳାକାର ସାମିଲ ହେବେ ।