Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ଦୁର୍ଘଟଣାରୁ ଲୋକଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କଲେ ଟିଟିଲାଗଡ଼ ଉପଜିଲ୍ଲାପାଳ

58 0

ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ସଡ଼କ ଦୁର୍ଘଟଣାରେ ଆହତ ହୋଇ ଗୁରୁତର ଅବସ୍ଥାରେ ପଡି ଛଟପଟ ହେଉଥିବା ବା ସାଙ୍ଘାତିକ ଅବସ୍ଥାରେ ଆହତ ହୋଇ ରାସ୍ତା କଡ଼ରେ ପଡ଼ିଥିବା ଆହତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ଯୁଦ୍ଧକାଳୀନ ଭିତ୍ତିରେ ନିକଟତମ ସ୍ୱାସ୍ଥ୍ୟ କେନ୍ଦ୍ର ବା ଡାକ୍ତରଖାନାକୁ ପହଞ୍ଚାଇଥିବା ଲୋକଙ୍କୁ ଆଜି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଗତକାଲି ମୁରିବାହାଲ ତହସିଲଦାର ସୋନାଲି ପାତ୍ର ଏବଂ ତହସିଲ ଅଫିସର ସିନିୟର କ୍ଲର୍କ ହେମଲେଟ ବାର୍ଲା ଟିଟିଲାଗଡ଼ ଆସୁଥିବା ସମୟରେ ଘଣ୍ଟ ବାହାଲି ଗ୍ରାମ ନିକଟସ୍ଥ ବିଟାବନ୍ଦ ପାଖରେ ଜଣେ ଯୁବକ ସଡ଼କ ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ପଡ଼ିଥିବା ବେଳେ ସଙ୍ଗେ ସଙ୍ଗେ ନିଜ ଗାଡିରେ ଆଣି ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିବା ସହ ସମ୍ପୃକ୍ତ ଆହତ ବ୍ୟକ୍ତିଙ୍କ ଜୀବନ ରକ୍ଷା କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l

ଠିକ ସେହିପରି ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ତାଙ୍କ ପି ଏସ ଓ ଆଶିଷ କୁମାର ଗୌଡ଼ ସହ ବଲାଙ୍ଗୀରରୁ ଅଫିସ କାମ ସାରି ରାତ୍ରିରେ ଫେରୁଥିବା ସମୟରେ ସଇଁତଲା ଥାନା ଅଧିନସ୍ଥ ବଲାଙ୍ଗୀର ଟିଟିଲାଗଡ଼ ମୁଖ୍ୟ ରାସ୍ତା କେରମେଳି ଗାଁ ଛକରେ ଜଣେ ଯୁବକ ଏକ ମୋଟରସାଇକେଲରୁ ପଡି ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିବା ବେଳେ କେରମେଲି ଗାଁ ର ରାଜ କୁମାର ଛତର, ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ତାଙ୍କ ପି ଏସ ଓ ଆଶିଷ କୁମାର ଗୌଡ଼ ପ୍ରମୁଖ ଦୁର୍ଘଟଣା ସ୍ଥାନରେ ପହଞ୍ଚି ଆହତ ବ୍ୟକ୍ତିକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତି କରିବା ସହ ପ୍ରାଥମିକ ଚିକିତ୍ସା କରି ବଲାଙ୍ଗୀର ଭୀମଭୋଇ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିବା ସମୟରେ ବାଟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା l

ତେବେ ଘଟଣା ସ୍ଥଳରେ ଆହତ ହୋଇ ଛଟପଟ ହେଉଥିବା ଲୋକଙ୍କୁ ତୁରନ୍ତ ସହଯୋଗର ହାତ ବଢ଼ାଇ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ମାନବିକତାର ପରିଚୟ ଦେଇଥିବା ବ୍ୟକ୍ତି ବିଶେଷ ତଥା ତହସିଲଦାର ଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳ ବେଶ ପ୍ରଶଂସା କରିବା ସହ ଉତ୍ତୋରୀୟ ତଥା ପୁଷ୍ପ ଗୁଛ ଦେଇ ସମ୍ମାନିତ କରିଛନ୍ତି l ଏବଂ ଏହି ଅବସରରେ ସାଧାରଣ ଲୋକଙ୍କୁ ଦୁର୍ଘଟଣାରେ ପଡି ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଦେଖିଲେ ତୁରନ୍ତ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି l କୌଣସି ବ୍ୟକ୍ତି ରାସ୍ତା କଡରେ ହେଉ ବା କୌଣସି ସ୍ଥାନରେ ହେଉ ଦୁର୍ଘଟଣାରେ ଆହତ ହୋଇଥିଲେ ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବା ସହ ନିକଟତମ ପୋଲିସ ଷ୍ଟେସନକୁ ସୂଚନା ଦେଇ ଆହତ ଲୋକଙ୍କୁ ଚିକିତ୍ସାକେନ୍ଦ୍ରକୁ ଆଣି ଜୀବନ ବଞ୍ଚାଇବା ପାଇଁ ନିବେଦନ କରିଛନ୍ତି l ତେବେ ପ୍ରଶାସନର ଏଭଳି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି l ଏହି କାର୍ଯ୍ୟକ୍ରମକୁ ଟିଟିଲାଗଡ଼ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ଲଳିତ ବାଗ ପରିଚାଳନା କରିଥିଲେ।

Related Post

ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - May 24, 2022 0
କେସିଙ୍ଗା : (ପୀତେଶ ପଟେଲ) ସ୍ଥାନୀୟ କେସିଙ୍ଗା ବ୍ଲକ ସ୍ଥିତ ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ…

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Posted by - September 24, 2019 0
ରିପୋଟ -ସ୍ନେହାଂଶୁ ଶେଖର ମହାନ୍ତି ବରୀ:୨୪/୯ ବ୍ଲକ ର ବାଇଶିରିଆ ରେ ପଞ୍ଚାୟତ ସ୍ତରୀୟ ଆଭିଯୋଗ ଶୁଣିଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ବାଇଶିରିଆ ,…

ଯୋଗାଣ ବିଭାଗ ଖୁଚୁରା ବିକ୍ରେତା ନିଲମ୍ୱିତ

Posted by - July 30, 2020 0
ଯାଜପୁର ଅଫିସ: ଧର୍ମଶାଳା ବ୍ଳ୍‌କ ଅଣ୍ଟିଆ ଗ୍ରାମ ପଞ୍ଚାୟତର ଅଣ୍ଟିଆ ଗ୍ରାମର ଯୋଗାଣ ବିଭାଗର ଖୁଚୁରା ବିକ୍ରେତା ଚକ୍ରଧର ବଳଙ୍କୁ ଉପଜିଲ୍ଳ୍‌ାପାଳ ତଥା ସନନ୍ଦ ପ୍ରାଧିକାରୀ ନାରାୟଣ…

ଆମ୍ବପୁଆ କେନାଲ୍ ଗେଟ୍ ନିକଟରୁ ଖୁକୁଣ୍ଡିଆ ଗ୍ରାମର ସୁଦର୍ଶନ ବାଡତ୍ୟାଙ୍କ ଶବ ଉଦ୍ଧାର

Posted by - August 12, 2021 0
ବେଲଗୁଣ୍ଠା: 11/08(ସୁଶାନ୍ତ କୁମାର ବେହେରା) ଆଜି ସକାଳେ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମ ନିକଟସ୍ଥ ଆମ୍ବପୁଆ କେନାଲ୍ ଗେଟ୍ ନିକଟରୁ ଖୁକୁଣ୍ଡିଆ ଗ୍ରାମର ସୁଦର୍ଶନ ବାଡତ୍ୟାଙ୍କ…

ଟିଟିଲାଗଡରେ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ କର୍ମୀଙ୍କ ଦ୍ୱାରା ଜୋରଦାର ସ୍ୱାଗତ

Posted by - June 9, 2022 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ର ବିଧାୟିକା ଶ୍ରୀମତି ଟୁକୁନି ସାହୁଙ୍କ ଉପରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦ୍ଵିତୀୟ ଥର ମନ୍ତ୍ରୀ ପଦରେ ବସାଇଛନ୍ତି।…