ଭୁବନେଶ୍ୱର – ହାଇକୋର୍ଟ ବେ଼ଞ୍ଚ ସ୍ଥାପନ ପାଇଁ ରାଜ୍ୟସରକାର ଏକ କମିଟି ଗଠନ କରିଛନ୍ତି । ଏହି କମିଟିକୁ ପୁଣିଥରେ ଗଠନ କରାଯାଇଛି। ଏଥିରେ ଉନ୍ନୟନ କମିଶନ ଅଧ୍ୟକ୍ଷ ଓ ଗୃହବିଭାଗର ସ୍ୱତନ୍ତ୍ର ସଚିବ ଆବାହକ ରହିଛନ୍ତି ।ଏହି କମିଟିରେ ଗୃହ ବିଭାଗ ପ୍ରମୁଖ ସଚିବ , ଅର୍ଥ ବିଭାଗ ପ୍ରମୁଖ ସଚିବ, ରାଜସ୍ୱବିଭାଗ ପ୍ରମୁଖ ସଚିବ, ଆଇନ ବିଭାଗ ପ୍ରମୁଖ ସଚିବ ସଦସ୍ୟ ରହିଛନ୍ତି।। ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଏହି କମିଟି ବିଭିନ୍ନ ଦାବି ଓ ଦିଗର ତର୍ଜମା କରିବେ ।ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏହି କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଏହା ସହ ଗୃହ ବିଭାଗ ସ୍ୱତନ୍ତ୍ର ସଚିବଙ୍କୁ ଏହି କମିଟିର ଆବାହକ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଏହି ପୁନଃଗଠିତ କମିଟିରେ ଗୃହ, ଅର୍ଥ, ରାଜସ୍ୱ, ଆଇନ ବିଭାଗର ପ୍ରମୁଖ ସଚିବ ସଦସ୍ୟ ରହିଛନ୍ତି ।
