Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ଜାତୀୟ ତୀରନ୍ଦାଜୀ ପ୍ରତିଯୋଗିତାରେ ଓଡିଶା ପାଇଁ ଟେକ ରଖିଲେ ଯୁଯୋମୁରାର ପ୍ରତିଯୋଗୀ ,ସରକାରୀ ପ୍ରୋତ୍ସାହନ ପାଇଁ ଦାବି

76 0

ସମ୍ବଲପୁର(ରମାକାନ୍ତ ବିଶ୍ବାଳ)ପ୍ରତିଯୋଗୀଙ୍କ ମଧ୍ଯରେ ସବୁଠୁ ସାନ ବୟସ (୭) ହେଲେବି ଜାତୀୟ ସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତାର ଶିଶୁ ବିଭାଗରେ ଓଡିଶା ପାଇଁ ଟେକ ରଖିଛନ୍ତି ଯୁଯୋମୁରାର ୨ ଜାଆଁଳା ଭାଇ ଭଉଣୀ ସହିତ ଅନ୍ୟ ଜଣେ ପ୍ରତିଯୋଗୀ। ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖରେ ସରିବାକୁ ଥିବା ୧୨ ତମ ଓ ୪ର୍ଥ ତମ ମିନି,ଶିଶୁ ଜାତୀୟ ପ୍ରତିଯୋଗିତାର ମିନି ଓ ଶିଶୁ ପ୍ରତିଯୋଗିତା ଆଜି ଶେଷ ହୋଇଛି । ଏନଟିପିସି ଚେରିକୁରି ଲୋଲିନ୍ ଭୋଲଗା ସ୍ମାରକୀ ଜାତୀୟ ତୀରନ୍ଦାଜି ଚମ୍ପିଆନସିଫରେ ଶିଶୁ ବିଭାଗରେ ସମଗ୍ର ଓଡିଶାରୁ ୬ ଜଣ ଭାଗ ନେଇଥିଲେ ।

ଏହା ଆନ୍ଧ୍ରପ୍ରଦେଶର ରାଜମେନ୍ଦ୍ରି ଏୟାରପୋର୍ଟ ନିକଟସ୍ଥ ଲାଉରେଲ ହାଇ ଗ୍ଲବାଲ ସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁର ଜିଲ୍ଲା ଯୁଯୋମୁରାର କେବଳ ୩ ଜଣ ରହିଥିଲେ । ବୟସରେ ସବୁଠୁ ସାନ ହୋଇବି ନିଜର ପାରଦର୍ଶିତା ଦେଖାଇ ସର୍ବତ୍ର ଚର୍ଚିତ ପ୍ରତିଯୋଗୀ ଭାବେ ନିଜର ପ୍ରଦର୍ଶନ ଦେଖାଇଛନ୍ତି ଯୁଯୋମୁରାର ୩ ପ୍ରତିଯୋଗୀ।ମୋଟ ୭୨୦ ପଏଣ୍ଟ ମଧ୍ୟରୁ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ୨ ଜାଆଁଳା ଭାଇ ଭଉଣୀ ଅର୍ଣ୍ଣବ କୁମାର ଦେହୂରୀ ଓ ଅନ୍ୱେଷା ଦେହୂରୀ ଯଥାକ୍ରମେ ୬୧୩ ଓ ୫୪୮ ପଏଣ୍ଟ ହାସଲ କରିଥିବା ବେଳେ ଅନ୍ୟତମ ପ୍ରତିଯୋଗୀ ଖୁସବୁ ହର୍ସପୂର୍ତ୍ତି ୪୯୪ ପଏଣ୍ଟ ହାସଲ କରି ଓଡିଶା ପାଇଁ ଟେକ ରଖିବାରେ ସଫଳ ହୋଇଛନ୍ତି । ତୀରନ୍ଦାଜୀରେ ମଣିପୁର,ତାମିଲନାଡୁ ଭଳି ରାଜ୍ୟ ସବୁଠୁ ଶୀର୍ଷରେ ରହୁଥିଲେବି ଓଡିଶାର ଏହି ପ୍ରତିଯୋଗୀ ମାନଙ୍କୁ ଉଭୟ ରାଜ୍ୟ କୋଚ ଉଚ୍ଚ ପ୍ରଶଂସା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରିକର୍ଭ ରାଉଣ୍ଡ (ଗାର୍ଲ୍ସ) ରେ ଓଡିଶାର ସ୍ଫୋନାଶ୍ରୀ ନାଏକ ୬୧୩ ଓ ସାଇ ଲକ୍ଷ୍ମୀ ନାଏକ ୪୮୮ ପଏଣ୍ଟ ହାସଲ କରିଥିବା ବେଳେ ଇଣ୍ଡିଆନ ରାଉଣ୍ଡ୍ (ବୟ)ରେ ସ୍ୱଫିଲ ପଣ୍ଡା ୬୨୧ ଓ ଅର୍ଣ୍ଣବ କୁମାର ଦେହୂରୀ ୬୧୩ ପଏଣ୍ଟ ଆଣିଥିବା ବେଳେ ଇଣ୍ଡିଆନ୍ ରାଉଣ୍ଡ୍ (ଗାର୍ଲ୍ସ)ରେ ଅନ୍ୱେଷା ଦେହୂରୀ ୫୪୮ ଓ ଖୁସବୁ ହର୍ସପୂର୍ତ୍ତି ୪୯୮ ପଏଣ୍ଟ ହାସଲ କରି ନିଜର ପାରଦର୍ଶିତା ପ୍ରଦର୍ଶନ ଦେଖାଇଛନ୍ତି। ସୂଚନା ଯୋଗ୍ୟଯେ ତୀରନ୍ଦାଜୀରେ ଓଡିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ଅବା ସହଯୋଗ ନଥିବା ବେଳେ ଯୁଯୋମୁରା ଅଞ୍ଚଳର ଅନ୍ୟତମ ସଂଗଠକ ତଥା ସାମାକିକ କର୍ମୀଙ୍କ ନିଜ ପ୍ରଚେଷ୍ଟା ଫଳରେ ଏହି ସଫଳତା ଓଡିଶା ଗର୍ବରେ ଯୋଡି ହୋଇଛି।

ସମ୍ବଲପୁର ଜିଲ୍ଲାରେ ତୀରନ୍ଦାଜୀ ପାଇଁ ଯୁଯୋମୁରାର ମିତ୍ରଭନୁ ମହାପାତ୍ର ନିଜର ପ୍ରୟାସ ଆରମ୍ଭ କରି ଅଞ୍ଚଳରେ ପ୍ରଶିକ୍ଷଣ କରୁଥିବା ବେଳେ ବର୍ତ୍ତମାନ ମାନସ ରଞ୍ଜନ ମୁଣ୍ଡା ସ୍ୱତନ୍ତ୍ର ପ୍ରଶିକ୍ଷକ ଭାବେ ପାଦ ଥାପିଛନ୍ତି । ଏମାନଙ୍କ ବ୍ୟକ୍ତିଗତ ଉଦ୍ୟମ ଓ ପରାକାଷ୍ଠା ଯୋଗୁଁ ଓଡିଶା ତୀରନ୍ଦାଜୀ ସଫଳତାରେ ନିଜ ନାମ ଯୋଡୁଥିବା ବେଳେ ଏଥିପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ସହିତ ପ୍ରୋତ୍ସାହନ ରହି କୋଚ ବ୍ୟବସ୍ଥା କଲେ ଜାତୀୟ ସ୍ତରରେ ଓଡିଶା ଭଲ ପ୍ରଦର୍ଶନ କରି ପାରିବ ବୋଲି ସାମାଜିକ କର୍ମୀ ଡା.ରାଜାରାମ ଷଡଙ୍ଗୀ ଜିଲ୍ଲା କ୍ରୀଡା ବିଭାଗ ସହିତ କ୍ରିଡା ସଂଗଠକ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଚଳିତ ମାସ ୩୧ ତାରିଖ ଦିନ ପ୍ରତିଯୋଗିତାର ପୁର୍ଣ୍ଣାଙ୍ଗ ଫଳାଫଳ ଘୋଷଣା ହୋଇ ପୁରସ୍କୁତ କରାଯିବାର କାର୍ଯ୍ୟକ୍ରମ ରହିଛି ।

Facebook Notice for EU! You need to login to view and post FB Comments!

Related Post

ନୀଳଗିରି ବିଧାୟକ ଙ୍କ ଅଡିଓ ଭାଇରାଲ୍ ,ଯନ୍ତ୍ରୀ ଙ୍କୁ ଅଶ୍ଳୀଳ ଭାଷା ରେ ଗାଳି, ଜବାବ ରଖିଲେ ବିଧାୟକ

Posted by - September 7, 2020 0
ନୀଳଗିରି:(ସୌମ୍ୟା ସାଇ ବାରିକ୍ )ବିଧାୟକ ସୁକାନ୍ତ କୁମାର ନାୟକ ଙ୍କ ବାର୍ତ୍ତାଳାପ ର ଏକ ଅଡିଓ ଭାଇରାଲ୍ ହେବା ପରେ, ଆଜି ସେ ଏହାର ଜବାବ ରଖିଛନ୍ତି।…

ସରକାର ନିୟମ ଖୋଲା ଉଲଙ୍ଘନ

Posted by - May 17, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ସପ୍ତାହାନ୍ତ ସଟଡାଉନ ଲକଡାଉନ ଜାରୀ ହୋଇଥିଲେ ମଧ୍ୟ ବରୀ ରେ ସବୁ କିଛି ମିଳୁଛି । ଲକଡାଉନ ହେଇଥିଲେ ବି ଦୋକାନ ବଜାରରେ…

କାଲି ଠାରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ,ଗାଇଡ୍ ‌ଲାଇନ୍‌ରେ ୪ ବଡ ପରିବର୍ତ୍ତନ,କଣ ବନ୍ଦ କଣ ଖୋଲା ଦେଖନ୍ତୁ

Posted by - May 17, 2020 0
ଭୁବନେଶ୍ବର  : କେନ୍ଦ୍ର ସରକାର ମେ ୩୧ ପର୍ଯ୍ୟନ୍ତ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କରିଛନ୍ତି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି…

ପୁରୀ ଶ୍ରୀମନ୍ଦିର ଦେବଦାସୀ ପରଶମଣିଙ୍କର ପରଲୋକ

Posted by - July 10, 2021 0
ପୁରୀ : ପୁରୀ ଶ୍ରୀମନ୍ଦିର ଦେବଦାସୀ ପରଶମଣିଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୯୪ ବର୍ଷ ହୋଇଥିଲା। ଶୁକ୍ରବାର ରାତିରେ ଗଛକାଳିସ୍ଥିତ ବାସଭବନରେ ସେ ଶୋଇଥିବା…

ପୂର୍ବାପେକ୍ଷା ମିଳିଲା ଅଧିକ ଜନ ସମର୍ଥନ,ଭୋଟରଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ଓ଼ ସାଂସଦ

Posted by - March 7, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ)ଗତ ପଂଚାୟତ ନିର୍ବାଚନ ଭଲି ଚଳିତ ବର୍ଷ ପଂଚାୟତ ନିର୍ବାଚନ ରେ ବୌଦ୍ଧ ଜିଲ୍ଲା ରେ ବାଜିମାତ କରିଛି ବିଜେଡି!ବୌଦ୍ଧ ଜିଲ୍ଲା ବିଜେଡି ର…