ଯାଜପୁର ଲଳିତେଶ୍ୱର ନଗରରେ ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ” ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଂଚ ଜୟନ୍ତି ପରିଡାଙ୍କ ନେତୃତ୍ୱ ରେ ଏହି ଶିବିରକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଯାଜପୁର ଏସପି ଚରଣ ସିଂ ମୀନା,ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ, ବିଜେଡି ବ୍ଳକ ସଭାପତି ପରେଶ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ରକ୍ତଦାନ ଶିବିରରେ ଜାଫରପୁର ପଂଚାୟତର କାର୍ଯ୍ୟକର୍ତା ସମେତ ବିଜୁ ଯୁବ ବାହିନୀ ର ସଦସ୍ୟ ମାନେ ସାମିଲ ହୋଇ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିର ରେ ମୋଟ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଜିଲାରେ ବଢ଼ୁଥିବା ଥାଲାସେମିଆ ରୋଗୀଙ୍କ ରକ୍ତର ଆବଶ୍ୟକତା ପାଇଁ ଜୀବନ ବିନ୍ଦୁ ଓ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ମିଳିତ ଭାବେ ପ୍ରତ୍ୟେକ ରବିବାର ଏଭଳି ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ଏଭଳି କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ବହୁ ପ୍ରସଂଶା କରାଯାଉଛି ।