ତାରାତାରିଣୀ ପିଠରେ ପ୍ରଣବ ପ୍ରକାଶ ଦାସ ,୧୮ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

453 0

ଭୁବନେଶ୍ବର  : ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ  ଆରମ୍ଭ ହୋଇଛି । ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେବେ। ଏଥିପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରା ଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହି ଉତ୍ସବର ଦ୍ବିତୀୟ ଦିବସ ଥିବା ବେଳେ ପୀଠ ପରିଦର୍ଶନ କରିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମନ୍ଦିରର ସମସ୍ତ କାର୍ଯ୍ୟ ବୁଲି ଦେଖିବା ସହ ମା’ଙ୍କ ଦର୍ଶନ କରିଛନ୍ତି ।ଏହି ଅବସରରେ ଜିଲ୍ଲାପାଳଙ୍କ ସହ ମନ୍ଦିରର ବିକାଶ କାର୍ଯ୍ୟକୁ ନେଇ କିଛି ସମୟ ଆଲୋଚନା କରିଥିଲେ ପ୍ରଣବ ପ୍ରକାଶ । ସେ ମା’ଙ୍କ ପୂଜାବିଧି ନେଇ ବି ସେବାୟତ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୀଠକୁ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।୧୮ ରେ ସୂର୍ଯ୍ୟପୂଜା ସହ ମଣ୍ତଳଦେବତା ପୂଜା, ହୋମ, ଦଶମହାବିଦ୍ୟା, ଯଜ୍ଞ, ୧୯ରେ ସୂର୍ଯ୍ୟପୂଜା ଓ ୨୦ରେ ତ୍ରିଶୂଳ ଓ ପାର୍ଶ୍ବଦେବତାଙ୍କ ସ୍ଥାପନ ସହ ମହାଦେବୀଙ୍କ ରତ୍ନ ସିଂହାସନ ବିଜେ ଏବଂ ଅଖଣ୍ଡ ନାମଯଜ୍ଞ ଓ ଘୃତଯଜ୍ଞର ପୂର୍ଣ୍ଣାହୁତି ହେବ। ସେହିପରି ଅନ୍ୟାନ୍ୟ ନୀତି ମଧ୍ୟ ସଂପନ୍ନ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୭ କୋଟିରୁ ଅଧିକ ଟଙ୍କା ବ୍ୟୟରେ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି।

Related Post

ଇତିହାସ ରଚିଲା ମହାପ୍ରଭୁ ଙ୍କ ଚନ୍ଦନ ଯାତ୍ରା,ରଥ ନିର୍ମାଣ ଆରମ୍ଭ

Posted by - April 26, 2020 0
ପୁରୀ:(ସମୀର ରଞ୍ଜନ ନାୟକ ) ଶ୍ରୀକ୍ଷେତ୍ରରେ ପରଂପରା ମୁତାବକ ପବିତ୍ର ଅକ୍ଷୟ ତୃତୀୟ ତିଥିରେ ଆଜି ସୁନା କୁରାଢ଼ିରେ କାଠ ଛେଦନ ସହ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ…

ଆମପାଣି ପଞ୍ଚାୟତ ର ଟିର୍ଲିଆମ ଗ୍ରାମରେ ବ୍ୟାପିଛି ଝାଡ଼ା ବାନ୍ତି ରୋଗ :ପହଞ୍ଚିଲେ ସ୍ଵାସ୍ଥ୍ୟ ଓ ପରିମଲ ବିଭାଗ କର୍ମଚାରୀ

Posted by - August 21, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ପଞ୍ଚାୟତ ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଦୁର୍ଗମ ଟିର୍ଲିଆମ ଗ୍ରାମରେ…

ବିଧାନସଭାରେ ବିଜେପିର ବିଜୟୀ ପ୍ରାର୍ଥୀଙ୍କ ତାଲିକା

Posted by - May 24, 2019 0
୧.ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର-ବ୍ରହ୍ମଗିରି ୨.ଜୟନ୍ତ ଷଢଙ୍ଗୀ-ପୁରୀ ୩.ନିତ୍ୟାନନ୍ଦ ଗୋଣ୍ଡ-ଉମରକୋଟ ୪.ଭବାନୀଶଙ୍କର ଭୋଇ-ତଳସରା ୫.କୁସୁମ ଟେଟେ-ସୁନ୍ଦରଗଡ ୬.ଜୟନାରାୟଣ ମିଶ୍ର-ସମ୍ବଲପୁର ୭.ମଦନମୋହନ ଦତ୍ତ-ବାଲେଶ୍ବର ସଦର ୮.ଶଙ୍କର ଓରାମ-ବୀରମିତ୍ରପୁର ୯.ନାଉରୀ ନାୟକ-ରେଙ୍ଗଲୀ…

ରେଙ୍ଗାଲି ରେ ବିଜେଡିର କର୍ମୀ ସମ୍ବିଳନୀ

Posted by - June 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖିଣ୍ଡା ଗ୍ରାମପଞ୍ଚାୟତ ଠାରେ ଆଜି ବିଜୁ ଜନତାଦଳ ର ଏକ ବିରାଟ କର୍ମୀ ସମ୍ବିଳନୀ ଅନୁଷ୍ଠିତ…

ପୁରୀର ବୃଦ୍ଧ ଏନ୍‌. ତ୍ରିନାଥଙ୍କର ନିଖୋଜ ଘଟଣା,ଶେଷରେ ପାଗଳ କରିଦେବାକୁ ମସୁଧା

Posted by - June 7, 2021 0
ଭୁବନେଶ୍ବର :ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ‘ଏଇ ଓଡିଶା ’ରେ ଖବର ପ୍ରକାଶ ପାଇବା ପରେ ସାଧାରଣରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ମୁଣ୍ଡରୁ ଦୋଷ…