ଧଳପୁର ଛକ ଠାରୁ ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଡ୍ରେନ ନିର୍ମାଣ ଦାବି ରେ ରାସ୍ତା ରୋକ

272 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ନିର୍ମାଣ ଶୀଘ୍ର ଆରମ୍ଭ କରିବା ଦାବି ରେ ସୋମବାର ଧଲପୁର ଛକ ଠାରେ ଆଞ୍ଚଳିକ ବିକାଶ ତରଫରୁ ରାସ୍ତା ରୋକ କରାଯାଇଛି!

ସକାଳ 7 ଘ ଠାରୁ ପରିଷଦର ସମ୍ପାଦକ ବିକାଶ ମହାକୁଡ଼,ଉପ ସଭାପତି ଲବ କୁମାର ପ୍ରଧାନ, ପୁରୁଣାକଟକ ପଞ୍ଚାୟତ ସରପଞ୍ଚ ଅଶୋକ ସେଠୀ,ସମିତି ସଭ୍ୟ ସରୋଜ ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ଉପାଧକ୍ଷ ଅକ୍ରୁର ସେଠୀ ,ପୁରୁଣାକଟକ ବ୍ୟବସାୟୀ ସଙ୍ଘ ସଭାପତି ଅଜିତ ଦେହୁରୀ, ଭୈରବୀ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନ,ଆଡ଼ଭୋକେଟ ରବି ଚନ୍ଦ୍ର ପ୍ରଧାନ ଙ୍କ ସମେତ ବିକାଶ ପରିଷଦ ସଦସ୍ୟସୁକାନ୍ତ ପଟ୍ଟନାୟକ, କୈଳାଶ ଅଗ୍ରୱାଲ ଅମୁଲ୍ୟ ମିଶ୍ର,ରାମ ଚନ୍ଦ୍ର ବେହେରା, ବବଳୁ ସାହୁ ଜ୍ୟୋତି ପ୍ରକାଶ ସାହୁ,ପଞ୍ଚାନନ ହୋତା ଆଲୋକ ପ୍ରଧlନ,ଗରୁଡ଼ ପ୍ରଧାନ ଓ ଗ୍ରାମବାସୀ ଏହି ରାସ୍ତା ରୋକ ରେ ସାମିଲ ଥିଲେ l

ଯଦି ପ୍ରଶାସନ ଏହାପରେ ମଧ୍ୟ ଶୁଣିବନି ତାହେଲେବହୁ ଶୀଘ୍ର ଜାତୀୟ ରାଜପଥ ଅବରୋଧ ସହ ସମସ୍ତ ସରକାରୀ ଅନୁଷ୍ଠାନ ରେ ତାଲା ପକାଇ ଦିଆଯିବ ବୋଲି ବିକାଶ ପରିଷଦ ପକ୍ଷ ରୂ ଚେତାବନୀ ଦିଆ ଯାଇଛି!ସମସ୍ୟା ର ସମାଧାନ ପାଇଁ ହରଭଙ୍ଗା ତହସିଲଦାର ଶମ୍ଭୁପ୍ରସାଦ ମିଶ୍ର, ପୂର୍ତ୍ତ ବିଭାଗ ଯନ୍ତ୍ରୀ ନିରଞ୍ଜନ ଧଳ, ପୁରୁଣା କଟକ ଥାନା ଅଧିକାରୀ ଜୋଶ୍ନା କାଉଁରୀ ଘଟଣା ସ୍ଥଳରେ ପହଂଚି ଆଲୋଚନା କରିଥିଲେ!ଆଗାମୀ 20ଦୀନ ମଧ୍ୟରେ ରାସ୍ତା ର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା!

Related Post

ବିଶ୍ଵ ଜନସଂଖ୍ୟା ପକ୍ଷ ପାଳନ

Posted by - July 13, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ବିଶ୍ଵ ଜନସଂଖ୍ୟା ପକ୍ଷ ପାଳନ ଅବସରରେ ଆଜି ଏକ ସଚେତନତା ରଥର ଶୁଭାରମ୍ଭ…

ମଧ୍ୟାହ୍ନଭୋଜନ ଟଙ୍କା ପ୍ରଦାନରେ ଜାଲିଆତି , ଶିଷ୍ୟଙ୍କ ଟଙ୍କା ଖାଇଗଲେ ଗୁରୁ , ଟଙ୍କା ହେରଫେର ନେଇ ସ୍କୁଲରେ ପଡିଲା ତାଲା

Posted by - September 24, 2022 0
ବୌଦ୍ଧ: (ଚିତ୍ତ ରଞ୍ଜନ ସିଂ) ମହାମାରୀ କରୋନା ସମୟରେ ସମସ୍ତ ବିଦ୍ୟାଳୟରେ ପାଠପଢା ଠପ ହୋଇଯାଈଥିଲା ଏହା ସହ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ମଧ୍ୟ ବନ୍ଦଥିଲା । ଲୋକଙ୍କ…

ଅଗଷ୍ଟ ପ୍ରଥମ ସପ୍ତାହରେ ଖୋଲିବ ନନ୍ଦନକାନନ

Posted by - July 31, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ନନ୍ଦନକାନନ କୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର । ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ନନ୍ଦନକାନନ ଖୋଲିବା ନେଇ ଆଶା ରଖିଛନ୍ତି କର୍ତ୍ତୁପକ୍ଷ…

ବାଲେଶ୍ଵର ସାମ୍ୱାଦିକ ଲୋକନାଥ ଦଳେଇଙ୍କ ପ୍ରତି ପୋଲିସର ନିର୍ଯାତନା ବିରୁଦ୍ଧରେ ସାମ୍ବାଦିକଙ୍କ କଳବ୍ୟାଚ ପିନ୍ଧି ପ୍ରତିବାଦ

Posted by - April 8, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ବାଲେଶ୍ୱର ଜିଲ୍ଲାର ନୀଳଗିରି ଥାନାଧିକାରୀ ଦ୍ରୋପଦୀ ଦାଶଙ୍କ ଗଣମାଧ୍ୟମ ପ୍ରତିନିଧି ଲୋକନାଥ ଦଳେଇଙ୍କ ଉପରେ ଅମାନବୀୟ ଅତ୍ୟାଚାର କରିବା, ଗୋଡ଼ରେ ବେଡି ପକାଇବା ଘଟଣାକୁ…

ଦିବ୍ଯାଙ୍ଗ ହୋଇ ବି ଏକାକୀ ମରାମତି କଲେ ରାସ୍ତା

Posted by - September 24, 2022 0
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ନିଜ ଦୈନନ୍ଦିନ ରାସ୍ତାରେ ତାଙ୍କ ଟ୍ରାଇସାଇକେଲଟି ବାରମ୍ବାର ଓଲଟି ପଡିବାରୁ ଦିବ୍ଯାଙ୍ଗ ଜଣକ ଏକାକୀ ରାସ୍ତା ମରାମତି କରିବାରେ ଲାଗିଛନ୍ତି।…