ବିଦ୍ୟାଳୟ ଆସୁନାହାନ୍ତି ୧୮ ଲକ୍ଷ ଛାତ୍ରଛାତ୍ରୀ : ଗଣଶିକ୍ଷା ବିଭାଗକୁ ଘାରିଲା ଡ୍ରପ୍ଆଉଟ ଚିନ୍ତା

262 0

ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଗଣଶିକ୍ଷା ବିଭାଗକୁ ପୁଣି ଘାରିଛି ଡ୍ରପ୍ଆଉଟ୍ ଚିନ୍ତା l ବିଦ୍ୟାଲୟକୁ ଆସୁନାହାନ୍ତି ସତ ପ୍ରତିସତ ଛାତ୍ରଛାତ୍ରୀ l କରୋନା ମହାମାରି ସକାଶେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ସ୍କୁଲ୍ ବନ୍ଦ୍ ଥିବାବେଲେ ଗତ ଅପ୍ରିଲ୍ ୨ ତାରିଖରୁ ସ୍କୁଲ୍ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର କମ୍ ରହୁଥିବା ସୁଚନା ମିଲିଛି l ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଲୟରେ ଉପସ୍ଥିତ ରହୁଥିବା ବେଲେ ୩୦ ପ୍ରତିଶତ ପିଲା ସ୍କୁଲ୍ ଆସୁନଥିବାରୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ର ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି l କରୋନା ମହାମାରି ପାଇଁ ବିଦ୍ୟାଲୟରେ ଡ୍ରପ୍ଆଉଟ୍ ସଂଖ୍ଯା ବୃଦ୍ଧି ପାଇଥିବା ବେଲେ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ କୁ ଫେରାଇ ଆଣିବା ସକାଶେ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ନୁପଦ ସେଠୀ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି l

କିପରି ସ୍କୁଲ୍‌ରେ ଶତ ପ୍ରତିଶତ ଉପସ୍ଥାନ ରହିବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି l ଏଣିକି ଶୀକ୍ଷକ ମାନେ ଅନୁପସ୍ଥିତ ରହୁଥିବା ପିଲାଙ୍କ ଘର ଘର ବୁଲି ତୃଣମୂଳ ସ୍ତରରେ ସର୍ଭେ କରି ସେମାନଙ୍କ ଅନୁପସ୍ଥିତି ର କାରଣ ସଂଗ୍ରହ କରିବା ସହ ଉକ୍ତ ପିଲାଙ୍କୁ ସ୍କୁଲ୍ ଆସିବା ପାଇଁ କାଉନସେଲିଂ କରିବେ l ଅଭିଭାବକ ଙ୍କ ସହ ଯୋଗାଯୋଗ ରେ ରହିବେ ସ୍କୁଲ କର୍ତ୍ତୃପକ୍ଷ। ସରପଞ୍ଚ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କରି କେଉଁ ଗ୍ରାମରୁ କେତେ ଛାତ୍ରଛାତ୍ରୀ ସ୍କୁଲ ଆସୁନାହାନ୍ତି ତାର ସମୀକ୍ଷା କରାଯିବ। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଏହି ବ୍ୟବସ୍ଥା ଦ୍ଵାରା କଣ ସରକାରଙ୍କୁ ସଠିକ ତଥ୍ଯ ମିଳିପାରିବ? ଶିକ୍ଷକ, ଅଭିଭାବକ, ସରପଞ୍ଚ, ଓ ଅନ୍ୟମାନେ ନିଜ ନିଜ ମଧ୍ୟରେ କିପରି ସମନ୍ଵୟ ରକ୍ଷା କରି ଡ୍ରପ୍ଆଉଟ ପିଲାଙ୍କ ସମ୍ପର୍କରେ ତଥ୍ଯ ଦେଇପାରିବେ? ଅବଶ୍ଯ ଏହି ପ୍ରକ୍ରିୟାକୁ ତ୍ଵରାନ୍ଵିତ ଜରିବା ଲାଗି ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଲ ମାନଙ୍କୁ ପତ୍ର ଜରିଆରେ ଜଣାଇଛନ୍ତି l ସୁଚନାମତେ଼,ରାଜ୍ୟରେ ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ଜାଏ ପ୍ରାୟ ୬୦ ଲକ୍ଷ ଛାତ୍ରଛାତ୍ରୀ ସରକାରି ସ୍କୁଲ୍ ରେ ପାଠ ପଢନ୍ତି l

ତେବେ଼,ସରକାରୀ ହିସାବ ଅନୁଜାଇ ସେଥିରୁ ୩୦ ପ୍ରତିଶତ ଅର୍ଥାତ୍ ୧୮ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ୍ ଆସୁନାହାନ୍ତି l ବିଶେଷକରି ପଛୁଆ ଅଞ୍ଚଲରେ ଡ୍ରପ୍ ଆଉଟ୍ ସଂଖ୍ୟା ଅଧିକ ରହୁଥୁବା ଜନାପଡିଛି‌l ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେମାଲକାନଗିରି ,ବୌଦ୍ଧ,ଗଜପତି,ସମ୍ବଲପୁର,ନୁଆପଡା ପ୍ରଭ୍ରୁତି ଜିଲ୍ଲାମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ହାରାହାରି ଠାରୁ କମ୍ ରହୁଥିବା ବେଲେ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଉପସ୍ଥାନ ମଧ୍ୟ ଉକ୍ତ ଜିଲ୍ଲାମାନଙ୍କରେ ଖୁବ୍ କମ୍ ରହୁଛି l ସେହିପରି ମାଧ୍ୟମିକ ସ୍ତରରେ ମଧ୍ୟ ୧୩ ରୁ ଉର୍ଦ୍ଧ୍ଵ ଜିଲ୍ଲା ମାନଙ୍କରେ ଛାତ୍ର ଛାତ୍ରୀ ଙ୍କ ଉପସ୍ଥାନ ହାରାହାରି ଠାରୁ କମ୍ ରହୁଥିବା ସୁଚନା ମିଲିଛି l ଗଜପତି, ସୋନପୁର, ବରଗଡ଼ ,କନ୍ଧମାଳ ,ନୁଆପଡା ଆଦି ଜିଲ୍ଲା ମାନଙ୍କରେ ମଧ୍ୟ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ହାରାହାରି ଠାରୁ କମ୍ ରହୁଛି।ତେବେ,ଏହି ସଂଖ୍ୟା ଛାତ୍ରଛାତ୍ରୀମାନଙ୍କ ଡ୍ରପ୍ଆଉଟ୍ କୁ ଦର୍ଶାଉଥିବା ବେଳେ ବିଦ୍ୟାଲୟ ମାନେ ଏଥିପ୍ରତି ଜତ୍ନବାନ ରହିବାକୁ ଗଣସିକ୍ଷା ବିଭାଗ ପ୍ରମୁଖ ସଚିବ ପରାମର୍ଶ ଦେଇଛନ୍ତି l

Related Post

ରତ୍ନପଥର ଖନନ ସମୟରେ ଦୁଇ ଶ୍ରମିକ ମୃତ ଘଟଣା,ରତ୍ନପଥର ବ୍ୟବସାୟୀ ରାଜୁ ସାହୁକୁ କେବେ ଧରିବ ପୋଲିସ ?

Posted by - May 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ ଗୁଲୁମି ସଂରକ୍ଷଣ ଜଙ୍ଗଲ ଭିତରେ ଚାଲିଥିଲା ରତ୍ନ ପଥର ଖନନ, ଦୁର୍ଭାଗ୍ୟ ବଶତଃ ସେହି ଗାତ ଭିତରେ ଫସି ଦୁଇ ଶ୍ରମିକଙ୍କ…

ଜିଲ୍ଲାପରିଷଦ ଜୋନ ୮ରେ ବିଧାୟକଙ୍କ ମାରାଥନ ପ୍ରଚାର

Posted by - February 17, 2022 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜିଲ୍ଲାପରିଷଦ ଜୋନ ୮ରେ ଆଜି ବିଜେଡି ପକ୍ଷରୁ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ମାରାଥନ ପ୍ରଚାର ।…

ନକ୍ସଲ ମୁକ୍ତ ହେଲା ଅନୁଗୁଳ ଜିଲ୍ଲା

Posted by - July 11, 2020 0
ଅନୁଗୁଳ:(ମହେଶ ଭୋମରାଜ) ଦିନଥିଲା ଅନୁଗୁଳ ଜିଲ୍ଲାର ପାଲଲହଡା , ଛେଣ୍ଡିପଦା ଓ ଆଠମଲ୍ଲିକ ଅଞ୍ଚଳରେ ମାଓବାଦୀ ମାନଙ୍କ ପାଇଁ ଚରାଭୂମି ପାଲଟିଥିଲା। ବିଶେଷ କରି ସାତକୋଶିଆ ଅଭୟାରଣ୍ୟ…

ବିଧାନସଭାରେ ବିଜେପିର ବିଜୟୀ ପ୍ରାର୍ଥୀଙ୍କ ତାଲିକା

Posted by - May 24, 2019 0
୧.ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର-ବ୍ରହ୍ମଗିରି ୨.ଜୟନ୍ତ ଷଢଙ୍ଗୀ-ପୁରୀ ୩.ନିତ୍ୟାନନ୍ଦ ଗୋଣ୍ଡ-ଉମରକୋଟ ୪.ଭବାନୀଶଙ୍କର ଭୋଇ-ତଳସରା ୫.କୁସୁମ ଟେଟେ-ସୁନ୍ଦରଗଡ ୬.ଜୟନାରାୟଣ ମିଶ୍ର-ସମ୍ବଲପୁର ୭.ମଦନମୋହନ ଦତ୍ତ-ବାଲେଶ୍ବର ସଦର ୮.ଶଙ୍କର ଓରାମ-ବୀରମିତ୍ରପୁର ୯.ନାଉରୀ ନାୟକ-ରେଙ୍ଗଲୀ…

ବରମୁଣ୍ଡା ବସଷ୍ଟାଣ୍ଡରେ ଜଳିଗଲା ଶ୍ରୀଚକାଡୋଳା ବସ୍

Posted by - August 29, 2019 0
ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡାରେ ବସ୍‌ଷ୍ଟାଣ୍ଡରେ ଜଳି ଯାଇଛି ଏକ ଯାତ୍ରୀବାହୀ ବସ୍। ବସ୍‌ଟି  ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ବସ୍‌ଟିର ନାଁ ଚକାଡୋଳା । ଏହି…