Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବେଲଗୁଣ୍ଠାରେ ନୃସିଂହ ଚତୁର୍ଦ୍ଦଶୀ ପାଳିତ

124 0

ବେଲଗୁଣ୍ଠା: ବେଲଗୁଣ୍ଠା ଅଞ୍ଚଳର ଆରାଧ୍ୟ ଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠରେ ନୃସିଂହ ଜନ୍ମ ମହୋତ୍ସବ ତଥା ନୃସିଂହ ଚତୁର୍ଦ୍ଦଶୀ ମହାଆଡ଼ମ୍ବରରେ ପାଳିତ ହୋଇଯାଇଅଛି ।ସକାଳ ୫ ଟାରେ ଅବକାଶ ନୀତି,୮ ଟାରେ ବାଳଭୋଗ, ୧୧ଟାରେ ଅନ୍ନ ଭୋଗ,ଦିନ ୧୨ ଟାରେ ପହଡ ନୀତି ହୋଇଥିଲା ।ପରେ ଅପରାହ୍ନ ୪.୩୦ରେ ଦ୍ୱାରଫିଟା ହୋଇ ୫.୩୦ରେ ନୃସିଂହ ଜନ୍ମ ବିଧାନ ପାଳିତ ହୋଇଥିଲା ଆରତୀ ହୋଇଥିଲା ।ସଂଧ୍ୟା ୬.୦୦ଟାରେ ପ୍ରଭୁ ନୃସିଂହଙ୍କ ଦୈନନ୍ଦିନ ଆରତୀ ହୋଇଥିଲା ।

ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ନୃସିଂହ ଜନ୍ମୋତ୍ସବ ପାଳନ କରାଯାଇଥାଏ ।ଏହି ଦିନ ପ୍ରତ୍ୟକ୍ଷ ଠାକୁର ଭାବେ ତଥା ଗୁରୁ ଗୋସାଇଁ ଭାବେ ବେଲଗୁଣ୍ଠା ଅଞ୍ଚଳର ଆୟେଙ୍ଗାର ଗୋସାଇଁଙ୍କୁ ପରମ୍ପରା ଅନୁସାରେ ପ୍ରଥମେ ଆରତୀ ଅର୍ପଣ କରାଯାଇ ପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ ।ଇତିହାସ ଅନୁସାରେ ପ୍ରାୟ ୪୦୦ ବର୍ଷ ପୁର୍ବେ ବେଲଗୁଣ୍ଠା ଲକ୍ଷ୍ମୀ ନୃସିଂହ ମନ୍ଦିରର ପ୍ରତିଷ୍ଠାତା ମହାରାଜ କୃଷ୍ଣଚନ୍ଦ୍ର ଭଞ୍ଜ ଦକ୍ଷିଣ ଓଡ଼ିଶାର ଗୋଦାବରୀ ନଦୀ ତଟରୁ ଆୟେଙ୍ଗାର ଗୋସାଇଁଙ୍କ ପୂର୍ବଜଙ୍କୁ ଘୁମୁସର ଅଞ୍ଚଳର ତଥା ବେଲଗୁଣ୍ଠା ନିକଟର କୋକଲୁଣ୍ଡାରେ ଅବସ୍ଥାପିତ କରିଥିଲେ ।ସେ ସମୟରେ ଗୋସାଇଁଙ୍କ ପୁର୍ବଜ ମାନଙ୍କ ଦ୍ୱାରା ବେଲଗୁଣ୍ଠା ବଡଦାଣ୍ଡ ଠାରେ ଆରାଧ୍ୟ ଦେବ ପ୍ରଭୁ ଲକ୍ଷ୍ମୀ ନୃସିଂହଙ୍କ ପୀଠ ପ୍ରତିଷ୍ଠା କରଯାଇଥିଲା

।ସେହି ଦିନଠାରୁ ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ଚଳନ୍ତି ପ୍ରତିନିଧି ଭାବେ ଆୟେଙ୍ଗାର ଗୋସାଇଁଙ୍କ ବଂଶଜ ମାନଙ୍କୁ ବିବେଚନା କରାଯାଇ ନୃସିଂହ ଚତୁର୍ଦ୍ଦଶୀ ଦିନ ସ୍ୱତନ୍ତ୍ର ସମ୍ମାନ ଅର୍ପଣ କରାଯାଇଥାଏ ।ଆଜି ଗୋସାଇଁ ଏନ୍.ରାଜେଶ ଆୟେଙ୍ଗାରଙ୍କୁ ଆରତୀ ଅର୍ପଣ କରାଯାଇଥିଲା ।ସମସ୍ତ ନୀତିକାନ୍ତି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା ।ମନ୍ଦିରର ସେବକ ପବିତ୍ର କୁମାର ପଣ୍ଡା, ( ବୁଢ଼ା ) ନାରାୟଣ ସ୍ୱାର,ରାମକୃଷ୍ଣ ପଣ୍ଡା, କାଳୀପ୍ରସାଦ ପଣ୍ଡା, ଗୋବିନ୍ଦ ପଣ୍ଡା ଓ ରାମାନୁଜ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Related Post

ଗଞ୍ଜାମ ଜିଲ୍ଳାପାଳଙ୍କ 5T ରୂପାନ୍ତରିତ ବିଦ୍ୟାଳୟ ପରିଦର୍ଶନ ; ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ କଲେ ଉଚ୍ଚ ପ୍ରଶଂସା

Posted by - February 3, 2022 0
ବେଲଗୁଣ୍ଠା: :(ସୁଶାନ୍ତ କୁମାର ବେହେରା )ଆଜି ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ବେଲଗୁଣ୍ଠା ବ୍ଳକ୍ କୁ ଦିନିକିଆ ମାରାଥନ୍ ଗସ୍ତରେ ଆସି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ…

ଫେସବୁକ କମେଣ୍ଟ କୁ ଅଭିଯୋଗ ଭାବେ ଗ୍ରହଣ କଲା ଜିଲା ପ୍ରଶାସନ

Posted by - April 15, 2020 32
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ରାଜ୍ୟ ସରକାର 5ଟି କୁ ଗୁରୁତ୍ୱ ଦେଉଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ଏହାକୁ ଠିକଣା ଭାବେ ପାଳନ କରିଛି। ସୋସିଆଲ ମିଡ଼ିଆ…

ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ହାତୀ ଉପଦ୍ରବ ୨ମୃତ ୧ ଆହତ

Posted by - June 19, 2020 38
ଅନୁଗୁଳ :(ମହେଶ ଭୋମରାଜ)ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଆଜି(ଗୁରୁବାର) ସକାଳ ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା…

ସ୍ଵାସ୍ଥ୍ୟ ସଚେତନତା ପଥପ୍ରାନ୍ତ ନାଟକ

Posted by - September 29, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ଜିଲ୍ଳା ର ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଡୁମ୍ଵେରଖୋଲ ଗ୍ରାମରେ ସ୍ଵାସ୍ଥ୍ୟ ସଚେତନତା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ମାଗୁଣୀ ମହାକୁଡ…

ରାଜ୍ୟ କିଷାନ କଂଗ୍ରେସ ସଭାପତି ଙ୍କ ମରୁଡ଼ି ଅଞ୍ଚଳ ଗସ୍ତ

Posted by - August 26, 2021 0
ସୋନପୁର:(ଅଜିତ୍ କୁମାର ପୂଜାରୀ)ଆଜି ରାଜ୍ୟ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ ସୋନପୁର ବ୍ଲକ ର ମରୁଡ଼ି ଅଞ୍ଚଳ ବୁଲି ଦେଖିଛନ୍ତି l ସୋନପୁର ବ୍ଲକ୍ କଳାପଥର,…