ବନ୍ଧ ଖନନ ରେ ରତ୍ନ ପଥର ପାଇଁ ଲୋକଙ୍କ ଭିଡ଼ ଘଟଣା: ପହଁଚିଲା ପୁଲିସ ଓ ପ୍ରଶାସନ, ଉକ୍ତ ଜାଗାରେ ଜାରି ହେଲା ୧୪୪ ଧାରା

113 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ଚର୍ଚ୍ଚିତ ବୌଦ୍ଧ ବ୍ଲକ ଶଗଡା ପଂଚାୟତ ସରଧାପାଲି ବନ୍ଧ ଖନନବେଳେ ରତ୍ନ ପଥର ସନ୍ଧାନ ପାଇ ଲୋକମାନଙ୍କ ଭିଡ଼ ଘଟଣା ପରିପ୍ରେକ୍ଷୀରେ ପୁଲିସ ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚିଥିଲା। ବିନା ଫଳକ ରେ ଉକ୍ତ ଗ୍ରାମ ରେ ମନରେଗା ଯୋଜନାରେ କିଛି ଦିନ ହେବ ଶ୍ରମିକ ବଦଳରେ ମେସିନ ଦ୍ୱାରା ବନ୍ଧ ଖନନ ଚାଲିଥିଲା। ଜେ ସି ବି ଦ୍ୱାରା ଖନନ ମାଟି ଖୋଲା ସ୍ଥାନରେ ପକାଯାଇଥିଲା। କେହି ଜଣେ ଉକ୍ତ ଖନନ ମାଟିରୁ କିଛି ରତ୍ନ ପଥର ପାଇଥିବାର ଜାଣିବାକୁ ମିଳିଥିଲା। ତୁଣ୍ଡ ବାଇଦ ସହସ୍ର କୋଷ ପରି ତାହା ପ୍ରଚାର ହୋଇଥିଲା। ଫଳରେ କିଛି ଦିନ ହେବ ସେଠାକୁ ଲୋକଙ୍କ ଛୁଅ ଛୁଟିଥିଲା।

ଲୋକମାନେ ରତ୍ନ ପଥର ସନ୍ଧାନ ରେ ଖନନ ମାଟିକୁ ଅଣ୍ଡାଳିବାକୁ ଲାଗିଲେ ଓ ଆହୁରି ଅନେକ ଲୋକ ମାଟି ଖୋଲିବାକୁ ମଧ୍ୟ ଲାଗିଲେ। ଲୋକମାନେ ରାତି 3 ଟା ରୁ କୁଡି, ଶାବଳ, ଡ଼ଳା ଇତ୍ୟାଦି ଧରି ମଧ୍ୟାହ୍ନ ପର୍ଯ୍ୟନ୍ତ ଏବଂ ଅପରାହ୍ନ ରୁ ସଂଧ୍ୟା ପର୍ଯ୍ୟନ୍ତ ସେଠାରେ ରତ୍ନ ପଥର ପାଇଁ ମାଟି ଖୋଲିବାକୁ ଲାଗିଥିବା ଦେଖିବାକୁ ମିଳିଥିଲା। କେତେକ ଲୋକ ବିଭିନ୍ନ ପ୍ରକାର ର ରତ୍ନ ପଥର ପାଇ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥିବା ପ୍ରଚାର ହୋଇଥିଲା। କେତେକ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ଭୟରେ କେହି କାହା ନାମ କହୁ ନ ଥିବାବେଳେ ଉକ୍ତ ଜାଗାକୁ ବାହାର ଗ୍ରାମର ଲୋକ ଙ୍କୁ ଛଡା ଯାଉ ନ ଥିବା ଜାଣିବାକୁ ମିଳିଥିଲା।

ଏତେ ଘଟଣା ଘଟିଯାଇଥିବା ସତ୍ତ୍ୱେ ପୁଲିସ ଓ ପ୍ରଶାସନ ସେଠାକୁ ପହଂଚି ନ ଥିଲା।ସେନେଇ ଏହି ଖବର ସାମାଜିକ ଗଣ ମାଧ୍ୟମରେ ଭାଇରଲ ହୋଇଥିଲା। ଭାଇରଲ ପରେ ପୁଲିସ ଓ ପ୍ରଶାସନ ର ନିଦ ଭାଙ୍ଗି ଥିଲା ଓ ତାହାରି ପ୍ରଭାବରେ ଆଜି ଉପଜିଲ୍ଲାପାଳ ସନତ ନାଏକ, ବୌଦ୍ଧ ବି ଡି ଓ ପ୍ରମୋଦ କୁମାର ମିଶ୍ର, ତହସିଲଦାର ଦେବୀ ପ୍ରସାଦ ଦାସ, ଏସ ଡି ପି ଓ ଆନନ୍ଦ ବର୍ଦ୍ଧନ ଗୁରୁ, ଘଟଣା ସ୍ଥଳ ପରିଦର୍ଶନ କରିଥିଲେ।

ସେଠାରେ ଥିବା ଲୋକମାନଙ୍କୁ ଘଉଡାଇଦେଇଥିଲେ ଏବଂ ଉକ୍ତ ଅଂଚଳରେ ଲାଲ ବାନା ଗାଡି ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହ ସେଠାରେ ୧ ପ୍ଲାଟୁନ ପୁଲିସ ବଳ ନିୟୋଜିତ କରିଛନ୍ତି । ମୂଲ୍ୟବାନ ରତ୍ନ ପଥର ର ସତ୍ୟାସତ୍ୟ ସମ୍ପର୍କରେ ଫୁଲବାଣୀ ରୁ ମାଇନିଂ ଅଧିକରିଗଣ ଆସି ପରୀକ୍ଷା କରିବେ ଏବଂ ତତ୍ପରେ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ନାଏକ କହିଥିବା ପରିଦର୍ଶନରେ ସାହାଯ୍ୟ କରିଥିବା ଶଗଡା ପଂଚାୟତ ନିର୍ବାହୀ ଅଧିକାରୀ ରିଲିପି ନାଏକ ଙ୍କ ଠାରୁ ଜାଣିବାକୁ ମିଳିଛି। ପରିଦର୍ଶନବେଳେ ଶଗଡା ଫାଣ୍ଡି ଅଧିକାରୀ ଏସ ଆଇ ନାଲିନିକାନ୍ତ ଦାସ, ଆର ଆଇ ଅମିତ ମଲ୍ଲିକ ମଧ୍ୟ ସହଯୋଗ କରିଥିଲେ ।

Related Post

କାହିଁକି ଯାଜପୁର ରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା, ଆପଣ ଜାଣିବା ଦରକାର

Posted by - April 26, 2020 0
ଭୁବନେଶ୍ବର:(ନିଉଜ ଡେସ୍କ)/ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) କଂଟେନମେଂଟ ଜୋନ ଘୋଷଣା ହେଲା ଅଧା ଯାଜପୁର । କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଯାଜପୁର ଜିଲା ପ୍ରଶାସନର ବଡ…

କଟିଲା ଭୁବନେଶ୍ବର ଲୋକସଭା ଆସନରୁ ପ୍ରସନ୍ନ ପାଟଶାଣୀଙ୍କ ଟିକେଟ୍ ହବ ଆଇଏଏସ୍-ଆଇପିଏସ୍ ଲଢେଇ

Posted by - March 27, 2019 0
ଭୁବନେଶ୍ବର:୨୭/୦୩ ଭୁବନେଶ୍ବର ଲୋକସଭା ଆସନରୁ ବିଜେଡି ଅବସରପ୍ରାପ୍ତ ଆଇପିଏସ୍ ଅରୁପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ସେ ଏଠାରେ ବିଜେପି ପ୍ରାର୍ଥୀ ତଥା ଅବସରପ୍ରାପ୍ତ ଆଇଏଏସ ଅପରାଜିତା ଷଡଙ୍ଗୀଙ୍କ…

ଟି.ଏମ୍‌.ସିରେ ନୀତି ନିୟମ ମାନୁନାହାନ୍ତି ଅନ୍ତେବାସୀମାନେ, ଦିନକୁ ଦିନ ଗୋଷ୍ଠୀ ସଂକ୍ରମଣ ହେବାରେ ଲାଗିଛି

Posted by - August 12, 2020 0
ଯାଜପୁର ଅଫିସ  : ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ରେ କରୋନା ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି । ମଙ୍ଗଳବାର ସୁଧା ୨୧୧ ଜଣ କରୋନାରେ…

ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା,ଦରମା ମାଗିବାରୁ ଜଣଙ୍କ ଉପରକୁ ଏସିଡ୍ ଫିଙ୍ଗିଲା ମାଲିକ

Posted by - December 19, 2018 27
ଆନ୍ଧ୍ରପ୍ରଦେଶ ବିଜୟନଗରରେ ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା। ଦରମା ମାଗିବାରୁ ମାଲିକ ଜଣେ ଶ୍ରମିକ ଉପରକୁ ଏସିଡ୍ ଫିଙ୍ଗିଥିବା ବେଳେ ଆଉ ଜଣକର ଅଙ୍ଗୁଳି…

ବଢୁଛି ଦେବାଶିଷ ସାମନ୍ତରାୟଙ୍କ ଅଡୁଆ ବିଧାୟକଙ୍କ ସଫେଇକୁ ଖଣ୍ଡନ କଲେ ଜୁଏଲ୍ ଓରାମ

Posted by - February 23, 2019 14
ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା କଟକ ଜିଲ୍ଲା ନିଆଳିର ରତନପୁରର ମନୋଜ କୁମାର ବେହେରାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିବା ବେଳେ କଟକ ବାରବାଟୀ ବିଧାୟକ…