ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ସହର ଡିଏଭି ମହାବିଦ୍ୟାଳୟ ପରିସରରେ ବିନା ଅନୁମତିରେ ଶାଗୁଆନ ଗଛ କଟା ଘଟଣାରେ ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ନ୍ୟାୟରେ ବନ ବିଭାଗର ବଣୁଆ ନୀତି ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବର ଅନୁଯାୟୀ ଡିଏଭି ମହାବିଦ୍ୟାଳୟ ପରିସର ଭିତରେ ନିର୍ମାଣ ହେବ ଟାଉନ ହଲ, ଛାତ୍ରାବାସ ଏବଂଏଡ ମାଇନି ଷ୍ଟ୍ରେଟିଂ ବିଲଡିଂ। ତେବେ ୧୦ ଟି ଗଛ କାଟିବା ପାଇଁ ବଲାଙ୍ଗିର ଡିଏଫଓ ଅନୁମତି ପ୍ରଦାନ କରିଥିବା ବେଳେ ଅଧିକ ଗଛ କଟା ହେଲେ ଅଧ୍ୟକ୍ଷ ନିଜେ ସେଥିପାଇଁ ଦାୟୀ ରହିବେ ବୋଲି ଅନୁମତି ପତ୍ରରେ ଉଲ୍ଲେଖ ରହିଛି। ଗଛ କାଟିବା ପାଇଁ ଠିକା ଶ୍ରମିକଙ୍କୁ ମହାବିଦ୍ୟାଳୟ ତରଫରୁ ନିୟୋଜିତ କରିଥିଲେ ଅଧ୍ୟକ୍ଷ। ଯେଉଁ ସ୍ଥାନରେ ନିର୍ମାଣ ହେବ ସେ ଜାଗାରେ ଗଛ କାଟିବା ସହ ନିର୍ମାଣ ନ ହେବା ସ୍ଥାନରୁ ମଧ୍ଯ ଗୋଟାଏ ଗଛ କଟାହେଲା କିନ୍ତୁ ଯେଉଁ ସ୍ଥାନରେ ନିର୍ମାଣ କାମ ହେବ ନାହିଁ ଯେଉଁ ଟାକି ଲାଇବ୍ରେରୀ ପଛ ପଟ, ସେଠାରୁ ଗୋଟାଏ ଶାଗୁଆନ ଗଛ ମଧ୍ୟ କଟାଗଲା ସେହି ଶ୍ରମିକଙ୍କ ଦ୍ଵାରା, ଗଛ କାଟିବା ପରେ ଭୋକେସନାଲ ଜୁନିଅର କଲେଜ କୋଠରୀ ଭିତରେ ରଖାଯାଇଛି।
ବନ ବିଭାଗ ନିୟମାନୁଯାୟୀ ଯଦି କୌଣସି ବ୍ୟକ୍ତି ଶାଗୁଆନ ଗଛ କାଟିବ ତାହେଲେ ବନ ବିଭାଗ ପକ୍ଷରୁ ଅନୁମତି ପତ୍ର ଆଣିବାକୁ ପଡେ, ଯିଏ ଅନୁମତି ପତ୍ର ନ ଆଣି ଶାଗୁଆନ ଗଛ କାଟିବ, ସେ ଗଛ ଜପ୍ତି ହେବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ବୁଧୁବାର ୪ ତାରିଖ ବନ ବିଭାଗକୁ ଖବର ଦେବା ପରେ ଟିଟିଲାଗଡ ବନ ଅଧିକାରୀ ନିଜ ଷ୍ଟାଫ ସହିତ ଆସି କଟା ଗଛକୁ ଦେଖି ଅଧ୍ୟକ୍ଷଙ୍କୁ ପଚରାଉଚୁରା କରି ଚାଲିଗଲେ , ଗୁରୁବାର ଦିନ ୫ ତାରିଖ ବନ ବିଭାଗ ଅଧିକାରୀ ପୁଣି ମହାବିଦ୍ୟାଳୟକୁ ଯାଇ ପୁଣି କଥା ହୋଇ ପଳେଇ ଆସିଲେ। ଏଠାରେ ପ୍ରଶ୍ନ ଉଠେ ଯେ ବନ ବିଭାଗ ପକ୍ଷରୁ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କାହିଁକି କରୁଛନ୍ତି ?
ବିନା ଅନୁମତିରେ ଗଛ କାଟିବା ବହୁତ ବଡ ଅପରାଧ, ଗଛ କାଟିବା ୨୪ ଘଣ୍ଟା ମଧ୍ୟରେ ଶାଗୁଆନ ଗଛ ଯପ୍ତି (ସିଜ୍) କରି ମହାବିଦ୍ୟାଳୟରୁ ନେବା ନିୟମ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଆଜି ଯାଏଁ ଗଛ କାଟିବାର ୧୦ ରୁ ୧୨ ଦିନ ବିତି ଯାଇଥିଲେ ହେଁ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନି, କେଉଁ ଅଦୃଶ୍ୟ ଶକ୍ତି ଚାପରେ ବନ ବିଭାଗର ହାତ ବାନ୍ଧି ହୋଇଛି, ମଙ୍ଗଳବାର ସନ୍ଧ୍ୟା ୫ ଟାରୁ ୭.୩୦ ଯାଏଁ ବନ ବିଭାଗର ଅଧିକାରୀ ଏବଂ ଷ୍ଟାଫ ଦୁଇଟି ଗାଡି ଧରି ମହାବିଦ୍ୟାଳୟକୁ ଯାଇ ପୁଣି ଫେରି ଆସିଲେ। ବଲାଙ୍ଗିର ଡିଏଫଓ ମେ ୮ ତାରିଖରେ କେସ ୱିଲ ବି ବୁକଡ ବୋଲି ଆମ ବ୍ୟୁରୋ ଚିଫଙ୍କୁ ଅବଗତ କରାଇଥିଲେ । ଆଜି ଆମ ପ୍ରତିନିଧି ଟିଟିଲାଗଡ ବନ ବିଭାଗ କାର୍ଯ୍ୟାଳୟକୁ ଯାଇ ବନ ବିଭାଗ ଅଧିକାରୀ ଶିବ ନାୟକଙ୍କୁ ପଚାରିବାରୁ କେସ ନମ୍ବର କେତେ ? କାହା ନାଁରେ କେସ ରୁଜୁ ହୋଇଛି ? ସେ ବିଷୟରେ କିଛି ତଥ୍ୟ ଦେଇ ନାହାନ୍ତି।ଏଠାରେ ପ୍ରଶ୍ନ ଉଠେ ଯେ କାହିଁକି ୧୨ ଦିନ ବିତି ଯାଇଥିଲେ ହେଁ ଶାଗୁଆନ ଗଛ ଏବେ ବି ମହାବିଦ୍ୟାଳୟ ପରିସର ଭିତରେ ରହିଛି ? ସେ ଗଛକୁ ସିଜ କରି କେବେ ଅଣା ଯିବ ?
ଏହି ଶାଗୁଆନ ଗଛ କଟା ଘଟଣା ବିଷୟରେ ଆମ ଖବର ଏଇ ଓଡ଼ିଶାରେ ତିନି ତିନି ଥର ବାହାରିବା ପରେ ଅନ୍ୟ ଖବରକାଗଜ ମାନଙ୍କରେ ବାହାରିବା ପରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଏଇ ଓଡ଼ିଶା ପ୍ରଭାବ ବଳରେ ଦୁଇଟି କେଶ ରୁଜୁ ହୋଇଥିବା ବନ ବିଭାଗର ଅଧିକାରୀ ଶିବ ନାୟକ ଆମ ପ୍ରତିନିଧିଙ୍କୁ ସୁଚନା ଦେଇଛନ୍ତି। ଡିଏଭି ମହାବିଦ୍ୟାଳୟର ଅଧ୍ୟକ୍ଷ ପୂର୍ବରୁ ମୁଁ ଜୋରିମାନା ଦେବିନି କି ଶାଗୁଆନ ଗଛ ମହାବିଦ୍ୟାଳୟ ପରିସରରୁ ନେବାକୁ ଦେବିନି ବୋଲି ଲୋକଙ୍କୁ ଆଉ ନିଜ ଷ୍ଟାଫଙ୍କୁ କହୁଥିବା ଶୁଣିବାକୁ ମିଳୁଛି। ବନ ବିଭାଗ ଅଧିକାରୀ ଏବଂ ଡିଏଫଓ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଲୋକ ସହଜରେ ହଜମ କରୁ ନାହାନ୍ତି। ବନ ସୁରକ୍ଷା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ନେଇ ଚାକିରି କରୁଥିବା କର୍ମଚାରୀ ମାନଙ୍କ ଏତାଦୃଶ କାର୍ଯ୍ୟକ୍ରମ ବିଭାଗର ସାଧୁତା ଓ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।