ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଅଫିସରର୍ସ କ୍ଲବ ପରିସରରେ ବିଶ୍ୱ ଥାଲାସେମିଆ ଦିବସ ପାଳିତ ହୋଇଯାଇଛି। ଥାଲାସେମିଆ ଓ ସିକିଲ ସେଲ ସୋସାଇଟି ପକ୍ଷରୁ ଆୟୋଜିତ ଏହି ଉତ୍ସବ ରେ ଥାଲାସେମିଆ ବିଶେଷଜ୍ଞ ହେମଳତା ଦାସ,ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ବିରଞ୍ଚି ନାରାୟଣ ବାରିକ,ଗ୍ଲୋବାଲ ପିସ ଫାଉଣ୍ଡେସନ ର ଅଧ୍ୟକ୍ଷ ଡାକ୍ତର ରାଜ କିଶୋର ପଣ୍ଡା ପ୍ରମୁଖ ଯୋଗ ଦେଇ ଥାଲାସେମିଆ ରୋଗୀ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ରୋଗୀ ମାନଙ୍କର ନିୟମିତ ରକ୍ତର ଆବଶ୍ୟକତା ପଡିଥାଏ। ସେଥିପାଇଁ ସମସ୍ତେ ରକ୍ତଦାନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ବିଭିନ୍ନ ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଇଥିଲା।
Facebook Notice for EU!
You need to login to view and post FB Comments!