ମା’ ଭୈରବୀଙ୍କ ନୂତନ ଭଜନ ଉନ୍ମୋଚିତ

105 0

ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ଓ ପୁରୁଣାକଟକର ଅଧିଷ୍ଠାତ୍ରୀ ଦେବୀ ଅପାର କରୁଣାମୟୀ , କୃପାମୟୀ ମାଁ ଭୈରବୀଙ୍କ ନୂତନ ଭବ୍ୟ ମନ୍ଦିର ନିର୍ମାଣ ଓ ପବିତ୍ର ବିଶ୍ଵ ମାତୃ ଦିବସରେ ଏକ ଭାବପୂର୍ଣ୍ଣ ସମ୍ବଲପୁରୀ ଭଜନ ଗୀତ ମାଁ ଭୈରବୀଙ୍କ ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି ।

ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ରମେଶ ଚନ୍ଦ୍ର ତାରେଣିଆ,ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ,ପିତଞ୍ଜଳି ଯୋଗ ସମିତିର ସଭାପତି ବାଳକୃଷ୍ଣ ନାୟକ , ମନ୍ଦିର ପରିଚାଳନା କମିଟିର କୋଷାଧ୍ୟକ୍ଷ ତଥା ପୁରୁଣାକଟକ ସମିତି ସଭ୍ୟ ସରୋଜ ପ୍ରଧାନ , ବୁଦ୍ଧିଜୀବୀ ସତୀଶ ବେହେରା, ୱେବ ଡିଜାଇନର ବିକାଶ ରଞ୍ଜନ ମିଶ୍ର ଓ ମନ୍ଦିର ପୂଜକ ସରୋଜ ଦେହୁରୀ ପ୍ରମୁଖ ଯୋଗଦେଇ ଭଜନ ଗୀତକୁ ଉନ୍ମୋଚନ କରିଥିଲେ ।

ମାଁ ଙ୍କର ଏହି ଗୀତକୁ ପ୍ରଦୀପ କୁମାର ସାହୁ ପ୍ରଯୋଜନା କରିଥିବା ବେଳେ ସୁଧିର ଦୀପ ଗୀତକୁ ରଚନା କରିଛନ୍ତି । ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମାର ଙ୍କ ସ୍ୱର ସଂଯୋଜନା ରେ ପଶ୍ଚିମ ଓଡିଶାର ବିଖ୍ୟାତ କଣ୍ଠଶିଳ୍ପୀ ତଥା ସମ୍ବଲପୁରୀ ସ୍ୱର ସମ୍ରାଟ ଶାନ୍ତନୁ କୁମାର ସାହୁ କଣ୍ଠଦାନ କରିଛନ୍ତି । ଏହି ଗୀତଟି ଆପଣ ମାନେ ସମସ୍ତେ ୟୁଟ୍ୟୁବ ଚ୍ୟାନେଲ ” ମୟୂରୀ ଟିଭି ଓଡିଶା ” ରେ ଦେଖିପାରିବେ ।ସୂଚନା ଥାଉ କି ଏହି ଭଜନ ଟି କେବଳ ମାଁ ଭୈରବୀଙ୍କ କଥା ଓ ଗାଥା ଉପରେ ଆଧାରିତ ।

Related Post

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Posted by - October 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ସାନ କୁଝାଲା ଗାଁ ରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ପ୍ଲାଟଫର୍ମ ନିର୍ମାଣ ଦାବିକୁ ନେଇ ତୃତୀୟ ଲାଇନ କାମ ବନ୍ଦ କଲେ ଗ୍ରାମବାସୀ

Posted by - January 6, 2022 0
ଅମ୍ବାଦଳା:(ରମାକାନ୍ତ ପୋଢାଳ) ରାୟଗଡା ଜିଲ୍ଲା ଅମ୍ବାଦଳା ପ୍ଲାଟଫର୍ମ ରେ ରେଳ ରହଣି ନିମନ୍ତେ ହେଉ କିମ୍ୱା ପ୍ଲାଟଫର୍ମ ନିର୍ମାଣ ଦାବିକୁ ନେଇ ବିଭିନ୍ନ ସମୟରେ ମନ୍ତ୍ରୀ ନେତାଙ୍କ…

କେସିଙ୍ଗା ସାମ୍ବାଦିକ ମହାସଂଘ ତରଫରୁ ସ୍ବର୍ଗତ ରୋହିତ ବିଶ୍ୱାଳଙ୍କ ଶୋକସଭା ପାଳିତ

Posted by - February 7, 2022 0
କେଶିଙ୍ଗା :(ପିତେସ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା  ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ପାଠାଗାର ପରିସରରେ ସ୍ବର୍ଗତ ଧରିତ୍ରୀ ଖବରଦାତା ରୋହିତ ବିଶ୍ୱାଳ ଙ୍କ ଏକ  ଶୋକ ସଭା…

୬ ବର୍ଷ ପରେ ହତ୍ୟା ଅଭିଯୁକ୍ତ ଗିରଫ

Posted by - March 12, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ଥାନା ଅନ୍ତର୍ଗତ ପୁରୁଣା କଟକ ଠାରେ ଗତ ୨୦୧୬ ମସିହାରେ ନିଜ ସସୁରକୁ ହତ୍ୟା କରି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିଛି ହରଭଙ୍ଗା…

ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନ ନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଉତ୍ସବ

Posted by - December 22, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଡିଷ୍ଟ୍ରିକ୍ଟ ଲୟର୍ସ ଆସୋସିଏସନ କର୍ମକର୍ତ୍ତାଙ୍କ ନିର୍ବାଚନ ଶପଥ ଗ୍ରହଣ ଉତ୍ସବ ଯାଜପୁର କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ…