ଭୁବନେଶ୍ବର୧୮|୮: ବିଜେଡିର ପୁଣି ପାଟକୁରା ଚିନ୍ତା । ଉପନିର୍ବାଚନ ବିପୁଳ ବ୍ୟବଧାନରେ ଜିତିବା ପରେ ଏବେ ପ୍ରତିଶ୍ରୁତି ପାଳନ ବେଳ । ମାତ୍ର, କର୍ମୀଙ୍କ ମଧ୍ୟରେ ତାଳମେଳ ରକ୍ଷା କରି ପାଟକୁରା ବିକାଶର ଗୁରୁ ଦାୟିତ୍ବ ନୂଆ ବିଧାୟିକା କିଭଳି ସମ୍ଭାଳିବେ ସେଥିପାଇଁ ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ଗୁରୁତ୍ବପ୍ବର୍ଣ୍ଣ ବୈଠକ ।ପ୍ରାୟ ୧୭ ହଜାର ଭୋଟରେ ବିଜୟ ମହାପାତ୍ରଙ୍କୁ ହରାଇ ସାବିତ୍ରୀ ପାଟକୁରାର ବିଧାୟକ ହୋଇଛନ୍ତି । ବେଦପ୍ରକାଶଙ୍କ ବେଳେ ଯେଉଁଅଙ୍କ ଥିଲା ଏବେ କିନ୍ତୁ ବଦଳିଛି। ତେଣୁ ଜିତିବା ପରେ, ସନ୍ତୁଳନ ରକ୍ଷା କରିବାକୁ ବିଜେଡି ନେତାଏ କରୁଛନ୍ତି ଉଦ୍ୟମ । ଆଉ ଏହି ସନ୍ତୁଳନ ସାବିତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ ଆଜିର ବୈଠକରେ ସବୁ ଦିଗ ଆଲୋଚନା ହୋଇଛି ବୋଲି ବିଧାୟକ କହିଛନ୍ତି ।
