ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପରିଦର୍ଶନ କଲେ ପୂର୍ତ୍ତମନ୍ତ୍ରୀ , ଠିକାସଂସ୍ଥାକୁ ମେ ଶେଷ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ତାଗିତ

262 0

ବୌଦ୍ଧ:(ଚିତ୍ତ ରଞ୍ଜନ ସିଂହ): ବୌଦ୍ଧ ଏବଂ ଅନୁଗୋଳ ଉଭୟ ଜିଲ୍ଲାକୁ ସଂଯୋଗ କରୁଥିବା ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପରିଦର୍ଶନ କଲେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ଗ୍ରସ୍ତ ବେଳେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ,ଆଠମଲ୍ଲିକ ବିଧାୟକ ରମେଶ ସାଏ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ ଉକ୍ତ ସେତୁ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବତାକୁ ନେଇ ଅସନ୍ତୋଷ ଜାହିର କରିବା ସହ ଆସନ୍ତା ସେ ମାସ ଶେଷ ସୁଦ୍ଧା ଏହାର ଚୂଡାନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ନିର୍ମାଣକାରୀ ଠିକାସଂସ୍ଥାକୁ ତାଗିତ କରିବା ସହ ବିଭାଗୀୟ ଅଧିକାରୀ ମାନଙ୍କୁ ଏଥିପ୍ରତି ସ୍ବତନ୍ତ ଦ୍ରୁଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ମନ୍ତ୍ରୀଙ୍କ ଏହି ଗ୍ରସ୍ତ ଅବସରରେ ପୂର୍ତ୍ତ ବିଭାଗୀୟ ମୁଖ୍ୟଯନ୍ତ୍ରୀ (ନିର୍ମାଣ)ମନୋଜ ତ୍ରିପାଠୀ,ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ଦାସ,ସହକାରୀ ନିର୍ବାହୀ ନିରଞ୍ଜନ ଧଳ ଉପସ୍ଥିତ ରହିଥିଲେ।ପ୍ରକାଶ ଥାଉକି ଗମନାଗମନ ଓ ପରିବହନ କ୍ଷେତ୍ରରେ ଦକ୍ଷିଣ ଓ ଉତ୍ତର ଓଡ଼ିଶା ମଧ୍ୟରେ ନୂତନ ମାଇଲଖୁଣ୍ଟ ଭାବେ ପରିଗଣିତ ହେବାକୁ ଯାଉଥିବା ଏହି ବହୁ ପ୍ରତୀକ୍ଷିତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁର ଶିଳାନ୍ୟାସ ୨୦୧୬ ମସିହା ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ।୧୬୯କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଉକ୍ତ ସେତୁ ପ୍ରକଳ୍ପର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ୨୦୧୯ ଡିସେମ୍ବର ଶେଷସୁଦ୍ଧା କରିବା ପାଇଁ ସମୟ ଅବଧି ନିର୍ଧାରଣ ହୋଇଥିଲା।ମାତ୍ର ଏହାର ଟେଣ୍ଡର ପାଇଥିବା ରାଜ୍ୟ ବାହାରର ରଞ୍ଜିତ ବିଲଡ଼କନ ଲିମିଟେଡ ନାମକ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ କରୁଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ମନ୍ତ୍ରୀଙ୍କ ତାଗିତ ପରେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ସାଧାରଣରେ ଉତ୍ସୁକତା ଦେଖାଦେଇଛି।

Related Post

ଜୁଯୋମୁରାରେ ଅହିଂସା ରଥର ପରିକ୍ରମା , ରଥକୁ କରାଗଲା ସ୍ୱାଗତ ସମ୍ବର୍ଦ୍ଧନ।

Posted by - August 25, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସୂଚନା ଓ଼ ଲୋକ ସମ୍ପର୍କ ବିଭାଗ ତତ୍ଵାଧାନରେ ଅଗଷ୍ଟ ୧୫ ତାରିଖ ରୁ ବାହାରିଥିବା…

୨୬ ରୁ ଭିଏସ୍‌ଏସ୍‌ରେ କୁଚବେ​ହାର ଟ୍ରଫି

Posted by - November 24, 2022 0
ସମ୍ବଲପୁର: ୨୪/୧୧( ରମାକାନ୍ତ ବିଶ୍ବାଳ) ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଓଡ଼ିଶା ଓ ହରିଆଣା ମଧ୍ୟରେ ୧୯ ବର୍ଷରୁ…

ଜି.ଏସ.ଟି. ଫାଙ୍କିବା ସନ୍ଦେହରେ ପିକଅପ ଭେନ ପୁଲିସ ଦ୍ୱାରା ଅଟକ

Posted by - November 12, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୁଲିସ ଆଜି ଦୁଇପହର ସମୟରେ ଏକ ପିକଅପ ଭେନକୁ ଥାନାରେ ଅଟକ ରଖିଛି। ସୂଚନା ଅନୁଯାୟୀ ଗାଡି ନମ୍ବର OD 08 C…

ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

Posted by - December 1, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଡ଼ଃ ସୁରେଶ ଚନ୍ଦ୍ର ଦଳେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାର ନିର୍ବାଚନ…