ଦିଲ୍ଲୀ ସଂସଦ ଭବନରେ ଯାଜପୁରର ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀଙ୍କ ନୃତ୍ୟ ପରିବେଷଣକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଯାଜପୁର ଜିଲ୍ଲାର ଝାଲପଡା ଗ୍ରାମର ବିପ୍ର ସାହୁଙ୍କ ଦୁଇ ଦିବ୍ୟାଙ୍ଗ ସନ୍ତାନ ଦିଲ୍ଲୀ ସଂସଦ ଭବନରେ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ସହ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି ।ରାଜ୍ୟରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଭଲ ଶିକ୍ଷାର ବ୍ୟବସ୍ଥା ନଥିବାବେଳେ ନିଜ ଇଚ୍ଛାଶକ୍ତି ଆଉ ଦୃଢ ଅଧ୍ୟାବସାୟ ଦ୍ଵାରା ଦେଖିଥିବା ସ୍ଵପ୍ନକୁ ବାସ୍ତବରେ ପରିଣତ କରିବା ସହ ରାଜ୍ୟ ତଥା ଦେଶରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି ଏହି ଭାଇ-ଭଉଣୀ ।ପିଲାଟି ବେଳୁ ନୃତ୍ୟରେ ରୁଚି ରଖୁଥିବା ଏହି ଦୁଇ ଦିବ୍ୟାଙ୍ଗ ଭାଇ ଭଉଣୀ ଅନେକ ମଞ୍ଚରେ ନୃତ୍ୟ ପରିବେଷଣ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି । ନୃତ୍ୟକୁ ଛାଡି ଚିତ୍ରାଙ୍କନ, ପାଠ ପଢାରେ ରୁଚି ରଖୁଥିବା ଏହି ଦୁଇ ଭାଇ ଭଉଣୀ ଏବେ ବିଜ୍ଞାନ ଆଉ କଳାରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି ।
Facebook Notice for EU!
You need to login to view and post FB Comments!