କଟକ : କ୍ରମାଗତ ୩ ଜଣଙ୍କୁ ବୀଭତ୍ସ ହତ୍ୟା କରି ପୁଲିସ ଆଉ ପବ୍ଲିକ୍ ନିଦ ହଜାଇ ଦେଇଥିବା ସିଲଭର୍ ସିଟିର ସିରିୟଲ୍ କିଲର ଏବେ ପୁଲିସ କବ୍ଜାରେ। ପ୍ରାୟ ୭ ଦିନର ଲୁଚକାଳି ପରେ ଆତତାୟୀକୁ ଧରିଛି କମିଶନରେଟ୍ ପୁଲିସ। ତା’ସହ ପୁଲିସ ଚଳାଇଛି ଖୋଳତାଡ଼। ତେବେ ହତ୍ୟାକାରୀର ଆଚରଣ ଏବଂ ଅପରାଧ ଷ୍ଟାଇଲ୍ ସମସ୍ତଙ୍କୁ ସମସ୍ତଙ୍କୁ ତାଜୁବ୍ କରିଦେଇଛି ।ମୁଖ୍ୟ ଅଭିଯୁକ୍ତ ସନ୍ଦେହରେ ଗଞ୍ଜାମ ଅଞ୍ଚଳର ନାରାୟଣ ସାହୁଙ୍କୁ ପଞ୍ଝାକୁ ନେବା ସହ ପୋଲିସ ପଚରାଉଚୁରା ଆରମ୍ଭ କରିଛି । ଅଜ୍ଞାତ ସ୍ଥାନରେ ନାରାୟଣଙ୍କୁ ରଖିବା ସହ ଘଣ୍ଟାଚକଟା ଆରମ୍ଭ ହୋଇଛି । ସେ ମାନସିକ ବିକୃ କି ନୁହଁ ସେନେଇ ମଧ୍ୟ ପରୀକ୍ଷା କରାଯିବ । ଅଟକ ଅଭିଯୁକ୍ତ ୩-୪ ମାସ ହେବ କଟକ ଷ୍ଟେସନ ନିକଟକରେ ରହୁଥିବା ବେଳେ ଟ୍ରିପଲ ମର୍ଡର ପରେ ଛୁମନ୍ତର ହୋଇଯାଇଥିଲା । ଶେଷରେ ପୋଲିସ ଗୁଇନ୍ଦା ତଥ୍ୟ ଆଧାରରେ ତାକୁ କାବୁ କରିବାରେ ସକ୍ଷମ ହୋଇଥିବା କହିଛନ୍ତି କଟକ ଡିସିପି । ତେବେ ଅଭିଯୁକ୍ତ ପ୍ରକୃତ ହତ୍ୟାକାରୀ କି ନୁହେଁ, ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଡିସିପି ସାମ୍ବାଦିକ ସମ୍ମିଳିନୀରେ ସୂଚନା ଦେଇଛନ୍ତି ।

ସିରିୟଲ କିଲରର ପର୍ଦ୍ଦାଫାଶ,ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ନାରାୟଣ ସାହୁ ହିଁ ସେଇ ନାଇଫ୍ ମ୍ୟାନ୍
Facebook Notice for EU!
You need to login to view and post FB Comments!
Ich erkennen manchmal der Egal dass verhindert jemand von kleine Websites ist wegen Ihre Vertrauen.