ଦୀର୍ଘ ୪ ବର୍ଷ ପରେ ଜେଲ୍‌ରୁ ବାହାରିଲେ ସାରଥୀ ଓରଫ୍ ସନ୍ତୋଷ ରାଉଳ

882 0

କଟକ: ଦୀର୍ଘ ୪ ବର୍ଷ ପରେ ଜେଲ୍‌ରୁ ବାହାରିଲେ ସାରଥୀ ଓରଫ୍ ସନ୍ତୋଷ ରାଉଳ। ହାଇକୋର୍ଟଙ୍କ ଜାମିନ ଆଦେଶକୁ ଆଜି କେନ୍ଦ୍ରାପଡ଼ା SDJM କୋର୍ଟରେ ଦାଖଲ କରାଯାଇଥିଲା। ସେଠାରୁ ରିଲିଜ ଅର୍ଡର୍ ଚୌଦାର ଜେଲ୍‌ରେ ପହଞ୍ଚିବା ପରେ ଜେଲ୍‌ରୁ ମୁକୁଳିଥିଲେ ସାରଥୀ।୨ ଜଣ ଜାମିନଦାର ଓ ୨ ଲକ୍ଷ ଟଙ୍କା ବେଲ ବଣ୍ଡ ବଦଳରେ ସାରଥିଙ୍କୁ ଜୁଲାଇ ୨୨ ତାରିଖ ଦିନ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପ୍ରାୟ ୪ ବର୍ଷ ପୂର୍ବେ ସାରଥୀଙ୍କୁ ମହିଳାଙ୍କୁ ଅସଦାଚରଣ ସମେତ ୩ଟି ମାମଲାରେ ଗିରଫ କରାଯାଇଥିବା ବେଳେ ସେ ଏପର୍ଯ୍ୟନ୍ତ ଜେଲରେ ବନ୍ଦୀ ଥିଲେ।ହାଇକୋର୍ଟଙ୍କ ନିର୍ଦ୍ଦଶାନୁସାରେ ନିମ୍ନ ଅଦାଲତ ଅର୍ଥାତ କେନ୍ଦ୍ରାପଡା ଏସଡିଜେଏମଙ୍କ କୋର୍ଟରେ ସାରଥିଙ୍କ ବେଲ ବଣ୍ଡ ଦାଖଲ କରାଯାଇଥିଲା। କୋର୍ଟରେ ୨ ଜଣ ପରିଚିତ ମିଶ୍ର ଓ ପ୍ରଶାନ୍ତ କୁମାର ଦାସ ଜାମିନଦାର ପଡିଥିବା ବେଳେ ୨ଲକ୍ଷ ଟଙ୍କା ମୂଲ୍ୟର ଭୂସମ୍ପତ୍ତି  କାଗଜପତ୍ର ଦାଖଲ ହୋଇଥିଲା।ସ୍‌ଡିଜେଏମ୍‌ଙ୍କ ବିନା ଅନୁମତିରେ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ନାହିଁ। ଏପରିକି ସଭାସମିତି କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

Related Post

ଗୁଲାବ ଠୁ ଅଧିକ ହେବ ଜୱାଦ,ଲାଣ୍ଡଫଲ ବେଳେ ପବନର ବେଗ ୮୦ରୁ ୯୦ କିମି ରହିବ

Posted by - December 3, 2021 0
ଭୁବନେଶ୍ବର: ପୁରୀ ସ୍ଥଳଭାଗ ଛୁଇଁ ଯିବ ବାତ୍ୟା ଜୱାଡ।   ଆସନ୍ତା ୪ତାରିଖ ସନ୍ଧ୍ୟା କିମ୍ବା ୫ତାରିଖରେ ସ୍ଥଳଭାଗ ଛୁଇଁବ ବାତ୍ୟା। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା…

ଖୋଲିଲା ହିରାକୁଦ ଜଳଭଣ୍ଡାର ର ପ୍ରଥମ ବନ୍ୟାଜଳ ନିସ୍କାସନ ପେକେଜ

Posted by - July 18, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ଆଜି ଖୋଲିଲା ହିରାକୁଦ ଜଳଭଣ୍ଡାର ର ଚଳିତ ବର୍ଷ ର ପ୍ରଥମ ବନ୍ୟାଜଳ । ହିରାକୁଦ ଜଳଭଣ୍ଡାର ର ଉପରମୁଣ୍ଡରେ ବର୍ଷା ର…

କଳାମାଟିଆ ପଂଚାୟତର ସଂଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ

Posted by - June 29, 2020 0
ବରୀ:ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ କଳାମାଟିଆ ପଂଚାୟତରେ ୮ଟିରୁ ଉର୍ଦ୍ଧ ସଂଗରୋଧ କେନ୍ଦ୍ର ଖୋଲା ଯାଇଛି । ଏ ସବୁ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ମିଳୁଥିବା…

Leave a comment

Your email address will not be published.