ଭୁବନେଶ୍ୱର: ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଥା ବାଧିବାରୁ କାଲିଠାରୁ ଖାଇ ନାହାନ୍ତି ବୋଲି କହିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ। ଆଜି ଏପରି କିଛି ଢଙ୍ଗରେ ନିରଞ୍ଜନ ପୂଜାରୀଙ୍କୁ ପ୍ରଦୀପ ମହାରଥୀ ଜବାବ ଦେଇଛନ୍ତି।ଗତକାଲି ବିଧାନସଭା ଗୃହରେ ମହାରଥୀଙ୍କୁ ନିରଞ୍ଜନ ପୂଜାରୀ ସମାଲୋଚନା କରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟରେ ୧୨୮ଟି ଶୀତଳ ଭଣ୍ଡାର ଥିଲା। ହେଲେ ତାହା ଏବେ ୪୮କୁ ଖସି ଆସିଛି। ଯାହାକୁ ନେଇ ମହାରଥୀ ଆଜି କଡ଼ା ଜବାବ ରଖିଛନ୍ତି। ନିଜ ଚିରାଚରିତ ଅନ୍ଦାଜରେ ମହାରଥୀ ମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।
ମନ୍ତ୍ରୀଙ୍କ ଆକ୍ଷେପ ନେଇ କାଲିଠାରୁ ଖାଇନାହାଁନ୍ତି ବୋଲି ମହାରଥୀ କହିଛନ୍ତି | ତାଙ୍କ ସମୟରେ ଚାରିଥର କୃଷିକର୍ମଣ ପୁରସ୍କାର ମିଳିଛି ବୋଲି କହିବା ସହ ତାଙ୍କ କାର୍ଯ୍ୟଦକ୍ଷତା ଓ କର୍ତ୍ତବ୍ୟନିଷ୍ଠାକୁ ନେଇ ପ୍ରଶ୍ନ କରାଯିବା ଉଚିତ ନୁହେଁ ବୋଲି ମହାରଥୀ କହିଛନ୍ତି | ମହାରଥୀ କହିଛନ୍ତି ଯେ ସେ ଦାୟିତ୍ୱ ନେବାବେଳେ ୨୪ଟି ଶୀତଳଭଣ୍ଡାର ଥିବାବେଳେ ତାଙ୍କ ସମୟରେ ଏହା ୪୮ଟିରେ ପହଞ୍ଚିଥିଲା |