ଅଧାରାସ୍ତାରେ ଟ୍ରେନ ଅଟକାଇ ଟ୍ରାକ ଉପରେ ପରିସ୍ରା କଲେ ଡ୍ରାଇଭର, ଭିଡିଓ ଭାଇରାଲ

636 0

ମୁମ୍ବାଇ: ଏକ ଟ୍ରେନ୍‌ର ଚାଳକ ଟ୍ରେନ ଅଟକାଇ ଟ୍ରାକ ଉପରେ ପରିସ୍ରା କରିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି। ବୁଧବାର ଅପରାହ୍ନରେ ମୁମ୍ବାଇର ଉହ୍ଲାସନଗର ଏବଂ ଭିଠଲୱାଡି ରେଳ ଷ୍ଟେଶନ ମଧ୍ୟରେ ଏପରି ଏକ ଘଟଣା ଘଟିଛି। କିଛି ଲୋକ ଏହି ଦୃଶ୍ୟକୁ କ୍ୟାମେରାରେ ରେକର୍ଡ କରି ସୋସିଅଲ ମିଡିଆରେ ଭାଇରାଲ କରିଛନ୍ତି।

ଜଣେ ପ୍ରତ୍ୟକ୍ଷଦର୍ଶୀ ସୋନୁ ସିନ୍ଦେ କହିଛନ୍ତି, ସେ କାର୍ଯ୍ୟସ୍ଥଳକୁ ଯାଉଥିବାବେଳେ ଏକ ଟ୍ରେନ ଦୁଇଟି ଷ୍ଟେଶନ ମଧ୍ୟବର୍ତ୍ତୀ ରେଲୱେ ଟ୍ରାକରେ ଅଟକିଥିଲା। ଏହା ପରେ ଟ୍ରେନରୁ ଡ୍ରାଇଭର ବାହାରି ଆସିଥିଲେ। କୌଣସି ଅସୁବିଧା ହୋଇଛି ବୋଲି ଭାବି ସେ ତାହାର ଭିଡିଓ ଶୁଟ୍‌ କରୁଥିଲେ। କିନ୍ତୁ ଡ୍ରାଇଭର ଟ୍ରେନ ସମ୍ମୁଖରେ ଟ୍ରାକ୍‌ ଉପରେ ପରିସ୍ରା କରିଥିଲେ।

ତେବେ ଟ୍ରେନଟି କୌଣସି ବୈଷୟିକ ସୂଚନା ଅଥବା ଲାଲ୍‌ ସଙ୍କେତ ନ ଦେଇ ଅଟକି ରହିଥିଲା। ନିୟମ ଅନୁସାରେ, ଟ୍ରେନ ଚାଳନା ସମୟରେ ଡ୍ରାଇଭର ଯଦି ଏଭଳି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ତେବେ ସେମାନଙ୍କୁ କଂଟ୍ରୋଲ ରୁମ୍‌କୁ ଏସଓଏସ ବାର୍ତ୍ତା ପଠାଇ ପରିସ୍ଥିତି ବିଷୟରେ ଅବଗତ କରିବାକୁ ପଡ଼ିଥାଏ। ଏହା ପରେ ପରବର୍ତ୍ତୀ ଷ୍ଟେଶନରେ ଆବଶ୍ୟକ ବ୍ୟବସ୍ଥା କରାଯାଇଥାଏ। କିନ୍ତୁ ଡ୍ରାଇଭର ମନ ଇଚ୍ଛା ଅଧାରାସ୍ତାରେ ଟ୍ରେନ ଅଟକାଇ ପାରିବେ ନାହିଁ। ଅନ୍ୟପଟେ ଭିଡିଓଟିର ପରୀକ୍ଷା ନିରୀକ୍ଷା କରାଯିବ ବୋଲି ସେଣ୍ଟ୍ରାଲ ରେଲୱେ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବରରେ ମଧ୍ୟ ଅନୁରୂପ ଏକ ଘଟଣା ଘଟିଥିଲା। ଏକ ଶୀତତାମ ନିୟନ୍ତ୍ରିତ ଟ୍ରେନର ସହକାରୀ ଲୋକୋ ପାଇଲଟ୍‌ ନାଲାସୋପରା ଏବଂ ଭସାଇ ଷ୍ଟେଶନ ମଧ୍ୟବର୍ତ୍ତୀ ଟ୍ରାକରେ ଟେ୍ରନ ରଖି ଟ୍ରାକ ଉପରେ ପରିସ୍ରା କରିଥିଲେ।

Facebook Notice for EU! You need to login to view and post FB Comments!

Related Post

ୟୁକ୍ରେନ – ରୁଷ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି, ଫଶିଥିବା ଭାରତୀୟ ଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ

Posted by - February 22, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ୟୁକ୍ରେନ – ରୁଷ୍ ମଧ୍ୟରେ ବିବାଦ ବଢିବାରେ ଲାଗିଛି ଯାହାଦ୍ୱାରା ଯୁଦ୍ଧ ଭଲି ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ…

ପୁଣି ଲଜ୍ଜା : ହାଇଦ୍ରାବାଦରେ ନାବାଳିକାଙ୍କୁ ଦୁଷ୍କର୍ମ !

Posted by - December 15, 2019 376
ହାଇଦ୍ରାବାଦ ୧୫।୧୨: ହାଇଦ୍ରାବାଦରେ ପୁଣି ଦୁଷ୍କର୍ମ। ନିକଟରେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା। ଏହି…

ଦେଶର ସର୍ବବୃହତ୍ତ ଅଶୋକ ଚକ୍ର

Posted by - January 4, 2019 403
ହରିୟାଣାର ଯମୁନାନଗର ଜିଲ୍ଲାର ଗ୍ରାମ ଟୋପରା କଲାନ୍‌ରେ ଜାନୁଆରି ୫ ତାରିଖରେ ଦେଶର ସର୍ବବୃହତ୍ତ ଅଶୋକ ଚକ୍ର ଉଦ୍‌ଘାଟନ ହେବାକୁ ଯାଉଛି। ଏହି ଅଶୋକ ଚକ୍ରର ଓଜନ…

ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

Posted by - April 20, 2022 0
ନୂଆଦିଲ୍ଲୀ : ଦିଲ୍ଲୀ ଓଡ଼ିଆ ଲେଖିକା ସଂସଦ (ଡଲ୍‍ସ)ର ପଞ୍ଚମ ବାର୍ଷିକ ମହୋତ୍ସବ ଆଭାସି ମଞ୍ଚରେ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଭର୍ଚ୍ଚୁଆଲ ସମାବେଶରେ…

Leave a comment

Your email address will not be published.