ସରିଲା ପ୍ରଚାର,ବ୍ୟାସନଗର ରେ ବିଜେଡି ଅଧକ୍ଷା ପ୍ରାର୍ଥୀନୀ ସଂଗୀତା ପୀଙ୍ଗୁଆ ଆଗରେ

123 0

ବ୍ୟାସ ନଗର:ପୋୖର ନିର୍ବାଚନ ପ୍ରଚାର ମଙ୍ଗଳବାର ସନ୍ଧ୍ୟାରେ ରେ ସରିଲା। ଗୋଟିଏ ଦିନ ପୂର୍ବରୁ ବିଜେଡି ପ୍ରଚାର ରଣନୀତି କୁ ଜୋରଦାର କରି ଦଳ ର ଭୋଟ ବ୍ୟାଙ୍କ ସାଜିଥିବା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକାଠି କରାଯାଇଛି। ବିଜେଡି ମହିଳା ସମାବେଶ ଆଢୁଆଳରେ ଗୋଷ୍ଠୀ ର ସହଯୋଗ ଲୋଡ଼ାଯାଇଛି ଉତ୍ସବ ପ୍ୟାଲେସ ଠାରେ ଦଳ ର ମଙ୍ଗୁଆଳ ସାଜିଥିବା କୋରେଇ ବିଧାୟକ ଅଶୋକ କୁମାର ବଳ ଯୋଗ ଦେଇ ମହିଳା ଙ୍କୁ ସଶକ୍ତ କରାଇବାରେ ନବୀନ ସରକାର ଙ୍କ ଭୂମିକା ମନେ ପକେଇବା ସହିତ ବ୍ୟାସନଗର ପ୍ରଗତି ରେ ମହିଳା ଙ୍କ ସହଯୋଗ ଜରୁରୀ, ସେଥିପାଇଁ ବ୍ୟାସନଗର ର ପୌରାଧକ୍ଷ ଭାବେ ଜଣେ ଉଚ୍ଚ ଶିକ୍ଷିତା ମହିଳା ଙ୍କୁ ବିଜେଡି ପ୍ରାର୍ଥୀ କରି ଥିବାରୁ ମା’ ମାନେ ଦଳ ସପକ୍ଷରେ ଭୋଟ ଅଜାଡି ଦେବାକୁ ନିବେଦନ କରିଥିଲେ।

ଜିଲ୍ଲା ବିଜୁ ମହିଳା ଜନତା ଦଳ ର ସଭାନେତ୍ରୀ ତଥା ପୂର୍ବତନ ପୌରାଧକ୍ଷା ସବିତା ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବିଜେଡି ଅଧକ୍ଷା ପ୍ରାର୍ଥୀନୀ ସଂଗୀତା ପୀଙ୍ଗୁଆ, ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ପୂର୍ବତନ ପୋୖରାଧକ୍ଷା ସରୋଜିନୀ ବଳ,ନାରୀ ନେତ୍ରୀ ଉସାରାଣୀ ସାମଲ, ଇନ୍ଦ୍ରଆ ପ୍ରିୟଦର୍ଶନୀ ମହାନ୍ତି, ମଞ୍ଜୁ ପଣ୍ଡା, ମହେଶ ଧଳ,ସୁବାସ ବଳ ପ୍ରମୁଖ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମ ରେ ୪ସହରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ପ୍ରତିନିଧି ଯୋଗ ଦେଇ ବିଜେଡ଼ି ପ୍ରାର୍ଥୀ ଙ୍କୁ ବିପୁଳ ବିଜୟ ଦେବାକୁ ସହମତି ପ୍ରଦାନ କରି ଥିବା ଜଣା ପଡ଼ିଛି I ସେପଟେ ସଂଗୀତା ଜଣେ ମିଷ୍ଟ ଭାଷୀ ଏବଂ ଦାଇତ୍ୱ ତୁଲାଇବାର କ୍ଷମତା ରଖୁଥିବାରୁ ତାଙ୍କୁ ଅନେକ ବୁଦ୍ଧି ଜୀବୀ ଙ୍କ ସମର୍ଥନ ରହିଥିବାର ଦେଖା ଦେଇଛି।

Related Post

ହରିଶଙ୍କର ଠାରେ ନିର୍ମାଣ ଧିନ ବଜାର ଗୃହ ଛୋଟ ହେଉଥିବା ପ୍ରତିବାଦ ରେ ବଣିକ ସଂଘର ରାସ୍ତା ରୋକ

Posted by - March 30, 2022 0
ଖପ୍ରାଖୋଲ: ୩୦/୦୩(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଖପ୍ରାଖୋଲ ବ୍ଲକ ର ହରିଶଙ୍କର। ଏଠାକୁପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକ ଙ୍କ…

ଶେଷରେ ସ୍ଥାନାନ୍ତର ହେଲା ନରହନ୍ତା ହାତୀ

Posted by - January 28, 2020 2
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଶେଷରେ ସ୍ଥାନାନ୍ତର ହେଲା ନରହନ୍ତା ହାତୀ।ଗତ ୧୦ଦିନ ଧରି ଯାଜପୁର ଜିଲାରେ ଆତଙ୍କ ସୃଷ୍ଟି କରି ୪ ଜଣଙ୍କୁ ହତ୍ୟା କରିଥିବା ଏହି ଦନ୍ତାହାତୀକୁ…

ବନବିଭାଗର ମିଳିତ ଚଢାଉ ୪୦ ହଜାର ଟଙ୍କାର ଶାଳକାଠ ସହ ୨ କାଠ ମାଫିଆ ଗିରଫ

Posted by - September 14, 2019 0
ବନବିଭାଗର ମିଳିତ ଚଢାଉ ୪୦ ହଜାର ଟଙ୍କାର ଶାଳକାଠ ସହ ୨ କାଠ ମାଫିଆ ଗିରଫ, କେନ୍ଦୁଝର,୧୪/୯କେନ୍ଦୁଝର ଜିଲ୍ଲା ଦେଉଗାଁ ରେଞ୍ଜ ଭଗାମୁଣ୍ଡା ବନପାଳଙ୍କ ଅଧିନସ୍ଥ ହାତୀକୁଚା…

ଗ୍ୟାସ ବୋଝେଇ ଟ୍ୟାଙ୍କର ଓଲଟିଲା

Posted by - January 11, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଓଲଟି ପଡିଛି।ଖବରପାଇ ତୁରନ୍ତ ଚଣ୍ଡିଖୋଲ ଅଗ୍ନିଶମ…