ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ଧଳପୁର ଠାରେ ରଣଜିତ ବିଲ୍ଡରନ ନାମକ ଏକ ଠିକା ସଂସ୍ଥା ମହାନଦୀ ଉପରେ ଧଳପୁର ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ହରଭଙ୍ଗା ତହସିଲ ଧଳପୁର ଆରଆଇ ସର୍କଲ ସଂକୁଳେଇ ପାହାଡ଼ ଠାରୁ ବିନା ଅନୁମତି ରେ ଉକ୍ତ ଠିକା ସଂସ୍ଥା ପଥର ଉତ୍ତୋଳନ କରୁଥିବା ନେଇ ସାଧାରଣ ରେ ଅଭିଯୋଗ ହୋଇଥିଲା । ଏପରିକି ଖବର କାଗଜ ରେ ଏସମ୍ପକରେ ଖବର ପ୍ରକାଶିତ ହୋଇଥିଲା ।
ପରେ ହରଭଙ୍ଗା ତହସିଲଦାର ସମ୍ଭୁ ପ୍ରସାଦ ମିଶ୍ର ଓ ଅତିରିକ୍ତ ତହସିଲଦାର ହରି ଓଁମ ଭୋଇ ବୁଧବାର ଦିନ ହଠାତ ଉକ୍ତ ପଥର ଉତ୍ତୋଳନ କେନ୍ଦ୍ର କୁ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହ ଉକ୍ତ ଠିକା ସଂସ୍ଥା ର ଗୋଟିଏ ଗାଡି ପଥର ନେଉଥିବା ବେଳେ ତାକୁ ଅଟକାଇ ତୁରନ୍ତ ୧ଲକ୍ଷ୍ୟ ୧ହଜାର ୩ ଶହ ଟଙ୍କା ଫାଇନ ଆଦାୟ କରାଯାଇଥିବା ନେଇ ବିଭାଗ ପକ୍ଷରୁ ସୂଚନା । ଅନ୍ୟପଟେ ଉକ୍ତ ଠିକା ସଂସ୍ଥା କୁ ପୂର୍ବରୁ ରୟଲୀଟି ବାବଦକୁ ୨୩ଲକ୍ଷ୍ୟ ୯୫ହଜାର ସହ ଜୋରିମାନା ବାବଦକୁ ୫ ଲକ୍ଷ୍ୟ ଟଙ୍କା ର ଡିମାଣ୍ଡ ନୋଟିସ ଦିଆଯାଇଥିବା ଜଣାପଡିଛି ।
ସୂଚନା ଥାଉକି ଉକ୍ତ ଠିକା ସଂସ୍ଥା ଖରସଂକୁଳେଇ ପାହାଡ଼ ରୁ ପଥର ଉତ୍ତୋଳନ ପାଇଁ ତିନିମାସ ର ଏକ ଲିଜ ପ୍ରଦାନ କରାଯାଇଥିଲା । କିନ୍ତୁ ଉକ୍ତ ଲିଜ ର ସମୟସୀମା ସରିଥିବା ବେଳେ ତାହା ପୁନଃ ନବୀକରଣ ନକରି ବେଆଇନ ଭାବେ ପଥର ଆଣୁଥିବା ନେଇ ସାଧାରଣ ରେ ଅଭିଯୋଗ ହେଉଥିଲା। ଠିକା ସଂସ୍ଥା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ର ପଥର ପ୍ୟାକିଂ ପାଇଁ ବିନା ନବୀକରଣ ପଥର ଆଣୁଥିବା ବେଳେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିଲେ ମଧ୍ୟ ବିଭାଗ କେମିତି ନିରବ ଦ୍ରଷ୍ଟା ସାଜିଥିଲା ତାହାକୁ ନେଇ ଖବର ପ୍ରସାରଣ ହୋଇଥିଲା । କିନ୍ତୁ ବିଳମ୍ବରେ ହେଲେ ବି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆ ଯାଇଥିବାରୁ ସାଧାରଣ ରେ ଆଲୋଚନା ହେଉଥିବା ଜଣାପଡିଛି ।