ସୋନପୁର:(ଅଜିତ କୁମାର ପୂଝlରୀ)ସୋନପୁର ବ୍ଲକ ଅଧିନସ୍ଥ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ଆଜି ସାଗରପାଲି ଶ୍ରୀରାମ ପାଠାଗାରଠାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।
ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଡିଇସି ଓ ଆଲବେଣ୍ଡାଜଲ ବଟିକା ସେବନର ବିଧି ଏବଂ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ପରେ ଉପସ୍ଥିତ ଅତିଥି ଏବଂ ଜନସାଧାରଣ ମିଳିତ ଭାବେ ଡିଇସି ଓ ଆଲବେଣ୍ଡାଜଲ ବଟିକା ସେବନ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ଆଗାମୀ ୧୬ ତାରିଖ ଯାଏଁ ଔଷଧ ସେବନକର୍ତ୍ତାମାନେ ଘରକୁ ଘର ବୁଲି ପ୍ରତ୍ୟକ୍ଷ ଭାବେ ହିତାଧିକାରୀଙ୍କୁ ଔଷଧ ଖୁଆଇବେ। ୨ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଅସୁସ୍ଥ ବ୍ୟକ୍ତିଙ୍କୁ ଛାଡି ଅନ୍ୟ ସମସ୍ତେ ଫ୍ୟାଲେରିଆ ନିରାକରଣ ପାଇଁ ଏହି ଔଷଧ ନିହାତି ସେବନ କରିବା ଉଚିତ। ମହିଳା ସ୍ଵାସ୍ଥ୍ୟକର୍ମୀ ସୁମତି ବାରିକ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।