ଅରାବଳ ପଂଚାୟତ ର ୩ଟି ବୁଥ ରେ ଜବର ଦଖଲ ହୋଇଥିବା ଅଭିଯୋଗ

345 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅରାବଳ ପଂଚାୟତ ର 15,16 ଓ 17 ନମ୍ବର ବୁଥ ରେ ଜବର ଦଖଲ ହୋଇଥିବା ଅଭିଯୋଗ ହୋଇଛି। ପଂଚାୟତ ର ସରପଞ୍ଚ ପ୍ରାର୍ଥୀନୀ ସରସ୍ୱତୀ ବେହେରା ଏପରି ଅଭିଯୋଗ କରି ସେଇ ବୁଥ ରେ ସାନି ମତଦାନ କରିବା ପାଇଁ ଜିଲାପାଳ ଙ୍କ ନିକଟରେ ଦାବି କରିଛନ୍ତି।

ଗତ 16 ତାରିଖ ଦିନ ଅନୁଷ୍ଠିତ ପଂଚାୟତ ନିର୍ବାଚନ ସମୟ ରେ କେତେକ ଅସାମାଜିକ ବ୍ୟକ୍ତି ବୁଥ ଜବରଦଖଲ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଛି। କିନ୍ତୁ ତଥାପି ପ୍ରଶାସନ ଏହାକୁ ସାନି ମତଦାନ ପାଇଁ ସୁପାରିଶ କରିନାହାନ୍ତି।

ତେଣୁ ଏହି ବୁଥ ରେ ସାନି ମତଦାନ କରିବାକୁ ଦାବି କରି ସରପଞ୍ଚ ଓ ସମର୍ଥକ ମାନେ ଆଜି ଜିଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଜବର ଦଖଲ ବୁଥରେ ସାନି ମତଦାନ ନହେଲେ କୋର୍ଟ ର ଆଶ୍ରୟ ଚେତାବନୀ ଦେଇଛନ୍ତି । 

   

Related Post

ଅଦିନିଆ ଝଡ ତୋଫାନରେ ବିଦ୍ୟାଳୟ ସମେତ ୧୮ଟି ଗୃହ ନଷ୍ଟ

Posted by - April 4, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ଅଦିନିଆ ଝଡ଼ ବର୍ଷାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ଖୁରୀଗାଁ ପଞ୍ଚାୟତ ର ଉପର ମାଣ୍ଡିଝୁଲା ଗ୍ରାମର 6ଟି ଘର ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା…

ଓଡ଼ିଶାରେ କରୋନା ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ,ରାଜ୍ୟରେ ମୃତ୍ୟୁ ସଂଖ୍ୟା ଦୁଇ,ଦେଖନ୍ତୁ ଅପଡେଟ (୬ମଇ ସକାଳ ୮.୧୫)

Posted by - May 6, 2020 207
ଭୁବନେଶ୍ବର:ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ହୋଇଛି  । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଖୋର୍ଦ୍ଧା ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ…

ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାମନ୍ତ୍ରୀଙ୍କ ସମୀକ୍ଷା:ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ

Posted by - January 13, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିବା…

ବେଆଇନ ମଦ ବିକ୍ରି ବନ୍ଦ ନେଇ ଥାନା ର ଦ୍ୱାରସ୍ଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

Posted by - June 17, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ବିନିକା NAC ର୧୨ନମ୍ବର ୱାର୍ଡ ନୂଆଁପାଲି ଗ୍ରାମରେ ଚାଲିଛି ବେଆଇନ ଦେଶୀ ମଦ କାରବାର । ଛୋଟ ପିଲା ଠୁ ଆରମ୍ଭ…