ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଚଳନ୍ତା ଭଦ୍ରକ-ଭୁବନେଶ୍ୱର ମେମୁ ଟ୍ରେନ୍ରୁ ଓହ୍ଲାଉ ଥିବାବେଳେ ପଶ୍ଚିମ ବଙ୍ଗ ର ୨୪ ବର୍ଷ ବୟସ୍କ ଜଣେ ଯାତ୍ରୀ ନାଜିର ମାଲିକ ଅସାବଧାନତା କାରଣରୁ ଗୋଡ ଖସିଯିବାରୁ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ରହିଯାଇଥିଲେ ଯାହାକୁ କର୍ତ୍ତବ୍ୟ ରତ ରେଳବାଇ ସୁରକ୍ଷା ବଳ (ଆରପିଏଫ) କନେଷ୍ଟବଳ ଏନ.ବି.ରାଓ ତତକ୍ଷଣIତ ତାଙ୍କୁ ପ୍ଲାଟଫର୍ମକୁ ଟାଣିଆଣିଥିଲେ ଏବଂ ଯାତ୍ରୀଙ୍କ ଜୀବନ ବଞ୍ଚାଇପାରିଥିଲେ
ଘଟଣାଟି ଗତକାଲି (ଜୁନ ୨୩ ତାରିଖ) ଅପରାହ୍ନ ୫ଘ.୪୮ମି.ରେ ଭୁବନେଶ୍ୱର ରେଳ ଷ୍ଟେସନ ୨ ନମ୍ବର ପ୍ଲାଟଫର୍ମ ରେ ଘଟିଥିଲା I ଡ୍ୟୁଟି ରେ ଥିବା ସମୟରେ ତତକ୍ଷଣIତ ସତର୍କତା ଅବଲମ୍ବନ କରିବା ସହିତ ସାହାସିକତା ପ୍ରଦର୍ଶନ କରି ଜଣଙ୍କର ଜୀବନ ବଞ୍ଚାଇ ସୁରକ୍ଷା ଦୃଷ୍ଟିକୋଣରୁ ଶୀଘ୍ର ପଦକ୍ଷେପ ନେଇ ଏକ ବିରଳ ଉଦାହରଣ ସୃଷ୍ଟି କରିଥିବାରୁ ସେ ସମସ୍ତଙ୍କ ର ପ୍ରିୟଭାଜନ ହୋଇପାରିଛନ୍ତି ,
ସମସ୍ତ ଘଟଣାଟି ରେଳ ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇପାରିଛି I
କିଛି ଦିନ ପୂର୍ବରୁ ଏହି ଭଳି ଏକ ଘଟଣା କଟକ ରେଳ ଷ୍ଟେସନ ରେ ଘଟିଥିଲା ଏବଂ କର୍ତବ୍ୟରତ ରେଳବାଇ ଟେଲିକମ ଇଂଜିନିୟର ତାପସ ରଞ୍ଜନ ବାରିକ ଚଳନ୍ତା ଟ୍ରେନ ରୁ ପଡିଯାଉଥିବା ଏକ ବୟସ୍କ ମହିଳା ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲେ I
ପୂର୍ବତଟ ରେଳପଥ ପୁଣି ଥରେ ଯାତ୍ରୀମାନଙ୍କୁ ନିବେଦନ କରି କହିଛି ଯେ ଟ୍ରେନ ରୁ ଓହ୍ଲାଇବା କିମ୍ବା ଟ୍ରେନ କୁ ଚଢିବା ସମୟରେ ଅତିରିକ୍ତ ସାବଧାନତା ଅବଲମ୍ବନ କରି ଯାତ୍ରା କରିବାକୁ I ଚଳନ୍ତା ଟ୍ରେନ ରେ ଚଢ଼ିବାକୁ ପ୍ରୟାସ କରିବା କିମ୍ବା ଚଳନ୍ତା ଟ୍ରେନ୍ରୁ ଓହ୍ଲାଇବା ପାଇଁ କେବେବି ପ୍ରୟାସ କରିବା ଅନୁଚିତ I