ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ୪ ନମ୍ବର୍ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ଇଂ ରାକେଶ ତ୍ରିପାଠୀ ଙ୍କ ଗାଡ଼ି କୁ ପଥର ମାଡ଼ ହେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଇଂ ତ୍ରିପାଠୀ ଭାରତୀୟ ଜନତା ପାର୍ଟି ତରଫରୁ ୪ ଜୋନ ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନ ରେ ପାଦ ଥାପିଥିବା ବେଳେ ଆଜି ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ପଞ୍ଚାୟତ ବେନାମୁଡ଼ା ଗାଁ ରୁ ପ୍ରଚାର୍ ସାରି ଫେରୁଥିବା ସମୟରେ ରାତି ୮ ଟା ତାଙ୍କ ପ୍ରଚାର୍ ଗାଡ଼ିକୁ ଏବଂ ପ୍ରାର୍ଥୀଙ୍କ ଗାଡ଼ିକୁ ୮-୧୦ ପଥର ମାରି ଥିଲେ । ଯାହାକି ଜନସାଧାରଣ ପାଖରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଜନସାଧାରଣ ଏହାର ଉଚିତ୍ ଜବାବ ଦେବେ ବୋଲି ପ୍ରାର୍ଥୀ ରାକେଶ ତ୍ରିପାଠୀ ଗଣମାଧ୍ୟମ ଆଗରେ କରିଛନ୍ତି ।
