ଗତ ୨୧ତାରିଖ ରାତିରେ କଢାଇ ନୂଆଶାସନ ଗ୍ରାମର ନିହାର ସାମଲ ବଡ଼ଚଣା ଡ଼ାକ୍ତରଖାନାରେ ଷ୍ଟେଥିଶସ୍କୋପ୍ ଲଗେଇ ଡାକ୍ତରଙ୍କ ଭଳି ବୁଲୁଥିଲା । ମହିଳାଙ୍କ ୱ।ର୍ଡ଼ରେ ଜଣେ ମହିଳାଙ୍କ ଛାତି ଉପରେ ଷ୍ଟେଥିଶସ୍କୋପ୍ ପକାଇ ପରୀକ୍ଷା ମଧ୍ୟ କରୁଥିଲା । ତେବେ ସନ୍ଦେହ ହେବାରୁ ଖଇରା ଗ୍ରାମର କିଶୋର ବାରିକ୍ ନାମକ ଜଣେ ବ୍ୟକ୍ତି ଏହାର ପ୍ରତିବାଦ କରିଥିଲେ। ଆଜି ବଡ଼ଚଣା ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ନକଲି ଡାକ୍ତର ଏମିତି କାଣ୍ଡ କରୁଥିବାବେଳେ ଡାକ୍ତରଖାନାର ମୁଖ୍ୟ ଡାକ୍ତର ସେତେବେଳକୁ ନିଘୋଡ ନିଦରେ ଶୋଇଥିଲେ।ଅଭିଯୋଗ ପରେ ନକଲି ଡାକ୍ତରକୁ ପୋଲିସ ଆଜି ଗିରଫ କରିବା ସହ କୋର୍ଟଚାଲାଣ କରିଛି
