ଟିଟିଲାଗଡ;(ସଞ୍ଜୟ କୁମାର ନାୟକ)ଦ୍ଵିତୀୟ ବାବୁଦା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ସ୍ଥାନୀୟ ଟାଉନଫିଲ୍ଡ ଠାରେ ଅନୁଷ୍ଠିତ ହୋଇଯାଇଅଛି, ପ୍ରଥମେ ଆୟୋଜକ କମିଟି ପକ୍ଷରୁ ମାଁ ଘଣ୍ଟାଶୁଣି ମନ୍ଦିରଠାରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଖେଳ ପଡ଼ିଆରେ ପହଞ୍ଚିଥିଲେ।
ତାପରେ ହାଟପଦାପଡ଼ା ର ଦୁଇଜଣ କ୍ରିକେଟଖେଳାଳି ସ୍ଵର୍ଗତ ବାବୁମହାରଣା ଏବଂ ରାଜକିଶୋର ସାହୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଧୂପକାଠି ଜଳାଇ ଦୁଇ ମିନିଟ ପାଇଁ ନିରବ ପ୍ରାର୍ଥନା କରିଥିଲେ। ଏହି ଟୁର୍ନାମେଣ୍ଟର ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଲିଙ୍ଗରାଜ ସାହୁ ଯୋଗ ଦେଇ ଫିତା କାଟି ଶୁଭାରମ୍ଭ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ କ୍ରିକେଟ ଖେଳାଳି କ୍ୱାଜ ମହମ୍ମଦ, ସ୍ଵର୍ଗତ ରାଜକିଶୋର ସାହୁଙ୍କ ପିତା, ସଭାପତି ବଲ ବେହେରା, ଉପ ସଭପତି ବଣ୍ଟି ସାହୁ, ସମ୍ପାଦକ ହେମରାଜ ବେହେରା, କୋଷାଧ୍ୟକ୍ଷ ସମିର ମନହୀରା ମଞ୍ଚ।ଶିନ ଥିଲେ।
ପ୍ରଥମ ଦିନର ଉଦଘାଟନୀ ମ୍ୟାଚରେ ଟିଟିଲାଗଡ଼ ବାପୁଜୀ କ୍ଲବ କୁ ହରାଇ କଣ୍ଟାବାଞ୍ଜି ଟିମ ବିଜୟୀ ହୋଇଥିଲା। ଏହି ଟୁର୍ନାମେଣ୍ଟକୁ ପରିଚାଳନା କରିବାରେ କମିଟିର ଶୁଭମ ବେହେରା, ମନୋଜ ବେହେରା, ସୋମବାରୁ ବେହେରା ଏବଂ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ।