ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଅଞ୍ଚଳ କେବଳ ଖରା ପାଇଁ ନୁହେଁ ଏଠାକାର ପନିପରିବା ଯେମିତିକି ପିଆଜ ଏବଂ ଟମାଟୋ ଚାଷ ପାଇଁ ମଧ୍ୟ ପ୍ରସିଦ୍ଧି ଲାଭ କରିଥିଲା। ଏଠାରୁ ଦୂରଦୂରାନ୍ତରକୁ ବ୍ୟବସାୟ ପାଇଁ ପଠା ଯାଉଥିଲା, ଏତେ ପରିମାଣରେ ଚାଷ ହେଉଥିଲା ଯେ ଟମାଟୋ ପିଆଜ ପ୍ରତି କିଲୋଗ୍ରାମକୁ ଟଙ୍କାଟେ ଦରରେ ବିକ୍ରୀ କରୁଥିବା ଲୋକେ ଦେଖିଛନ୍ତି। ଏହି ପରିପ୍ରେକ୍ଷିରେ ରାଜ୍ଯ ସରକାର ତଥା ଆପିକଲ ଚେୟାରମେନ ସ୍ଵର୍ଗତ ବାଳକୃଷ୍ଣ ରଥଙ୍କ ସମୟରେ ଚାଷୀ ମାନଙ୍କ ପାଇଁ ଏଠାରେ ଏକ ଶୀତଳ ଭଣ୍ଡାର ନିର୍ମାଣ ହେଲା।
ଏହା ଦୁଇ ବର୍ଷ ଯାଏଁ ଚାଲିଲା, ତାପରେ ରକ୍ଷଣା ବେକ୍ଷଣ। ଅଭାବ ତଥା ପରିଚାଳନାର ଅଭାବ ଯୋଗୁଁ ଆଜିକୁ ବର୍ଷ ବର୍ଷ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି, ଚାଷୀ ପାଇଁ ସରକାର ନିଜ ପାଣ୍ଠିରୁ କୋଟି କୋଟି ଟଙ୍କା ବ୍ୟୟ କରି ଏହି ଶୀତଳ ଭଣ୍ଡାର ନିର୍ମାଣ କରି ମଧ୍ୟ ଏହା କାମରେ ଯଦି ଆସି ପାରୁନି ତାହେଲେ ସେହି ଅର୍ଥ ବିନିଯୋଗର ଲାଭ କଣ ? ଯଦି ଏହି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହୁଅନ୍ତା ତାହେଲେ ଆଜି ଚାଷୀ ଚାଷ କଲାପରେ ଉଚିତ୍ ମୂଲ୍ୟ ପାଇପାରନ୍ତା। ନୂତନ ଯୋଜନା ପ୍ରଣୟନ କରିବା ଠିକ କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯଦି ରୁଗଣ ଅବସ୍ଥାରେ ଏମିତି ପଡ଼ି ରହିବ ତାହେଲେ କିଏ ଲାଭବାନ ହେଲା ?
ଯେଉଁ ଜାଗାରେ ଚାଷୀ ସୁବିଧା ପାଇପାରିବେ ସେ ଦିଗରେ ସରକାର ଉଚିତ ପଦକ୍ଷେପ ନେଲେ ସରକାରଙ୍କ ବିକାଶ ଠିକ ବାଟରେ ଯାଆନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କିଛି ଦିନ ତଳେ ଟିଟିଲାଗଡ଼ ଦୈନିକ ବଜାରରେ ବର୍ଷା ଯୋଗୁଁ ଶାଗ ମାଛ ଦରରେ ବିକ୍ରୀ କଲେ ପରିବାଏବଂ କିଛି ଚାଷୀ ନ ବିକି ପାରିବାରୁ ଗୋରୁ ଗାଈମାନଙ୍କ ସାମ୍ନାରେ ଫିଙ୍ଗି ପଳାଇଲେ। ଯଦି ଶୀତଳ ଭଣ୍ଡାର ଥାଆନ୍ତା ତେବେ ଏଭଳି ପରିସ୍ଥିତିର ସମ୍ମୁଖୀନ ଚାଷୀଙ୍କୁ ହେବାକୁ ପଡି ନ ଥାଆନ୍ତା। ଚାଷୀଙ୍କ ପାଈଁ ସରକାର ଦୁନିଆ ଯୋଜନା କରୁଥିବା ବେଳେ ଯଦି ଯୋଜନା ମୁତାବକ ସଫଳ ରୂପାୟନ ହୋଇ କିଛି ଦିନ ପରେ ଅଚଳ ହୋଇପଡ଼ି ରହିଲା ତାହେଲେ ସବୁ ବ୍ୟର୍ଥ। ଚାଷୀଙ୍କ ନିମନ୍ତେ ଅତି ଶୀଘ୍ର ଏହି ଶୀତଳ ଭଣ୍ଡାରକୁ କାର୍ଯ୍ୟକ୍ଷମ କରାଗଲେ ଚାଷୀ ଉପକୃତ ହୋଇପାରିବେ ବୋଲି ବିଭିନ୍ନ ମହଲରେ ଚର୍ଚା ହେଉଛି ।