କୋଭିଡ ପର୍ଯ୍ୟବେକ୍ଷକଙ୍କ ବୌଦ୍ଧ ଗସ୍ତ

170 0

ବୌଦ୍ଧ: (ଚିତ୍ତ ରଂଜନ ସିଂ)ତଫସିଲଭୁକ୍ତ ଜାତି ଓ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବ ବିଶ୍ୱ ରଞ୍ଜନ ସାସମଲ କୋଭିଡ ପର୍ଯ୍ୟବେକ୍ଷକ ଭାବରେ ବୌଦ୍ଧଜିଲା ଗସ୍ତରେ ଆସି ଜିଲାରେ କୋଭିଡ ଓ ଓମିକ୍ରନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସେ ଭୁବନେଶ୍ୱରରୁ ବୌଦ୍ଧ ଆସିବା ରାସ୍ତାରେ ହରଭଙ୍ଗା ବ୍ଲକ ଝାଡରାଜିଙ୍ଗସ୍ଥିତ ତଫସିଲଭୁକ୍ତ ଜାତି ଓ ଜନଜାତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ନିର୍ମାଣାଧିନ ୫ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏଥିସହିତ ବଡବନ୍ଧ ସ୍ଥିତ ଆବାସିକ କନ୍ୟାଶ୍ରମ,ଲୁଣିବାହାଲ ବାବୁ ଜଗଜୀବନ ଛାତ୍ରାବାସ ଓ ନିର୍ମାଣାଧିନ ୫ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

ପରେ ପରେ ବୌଦ୍ଧ ମୁଖ୍ୟଚିକତ୍ସାଳୟ ସ୍ଥିତ କୋଭିଡ ଚିକିତ୍ସାଳୟକୁ ଯାଇ କୋଭିଡ ସ୍ଥିତି ନୀରିକ୍ଷଣ କରିବା ସହିତ ଅମ୍ଳଜାନ କାରଖାନା ପରିଦର୍ଶନ କରିଥିଲେ । ଏଥିସହିତ ଚିକିତ୍ସାଳୟ କର୍ମଚାରୀ, ସୂରକ୍ଷା କର୍ମଚାରୀ , ଆଇସିୟୁ ଓ ଭେଣ୍ଟିଲେଟର ବ୍ୟବସ୍ଥା ଦେଖିଥିଲେ । ପରେ ଶ୍ରୀ ସାସମଲ ସର୍କିଟ ହାଉସ ଠାରେ କୋଭିଡ ପରିସ୍ଥିତି ନେଇ ଏକ ସମୀକ୍ଷା ବୈଠକରେ ଜିଲାରେ କୋଭିଡ ଓ ଓମିକ୍ରନର ମୁକାବିଲା ପାଇଁ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତିକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ବୈଠକରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଉପଜିଲାପାଳ ସନତ କୁମାର ନାଏକ , ଜିଲାମୁଖ୍ୟ ଚିକିତ୍ସାଅଧିକାରୀ ଡା. ଅଭୟ କୁମାର ଦାସ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, କଣ୍ଟମାଳ ବିଡିଓ କଳାକୃଷ୍ଣ ପ୍ରଧାନ, ତହସିଲଦାର ରୀନା ପ୍ରଧାନ,ଡେପୁଟି କଲେକଟର ବିଜୟ କୁମାର ପ୍ରଧାନ , ସହକାରୀ ଜିଲାପାଳ ବିରଞ୍ôଚ ଧରୁଆ, ଏଡିଏମଓ କିଶୋର ଚନ୍ଦ୍ର ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲା ପ୍ରୋଗ୍ରାମ ମ୍ୟାନେଜର ରୂପକ କୁମାର ମହାପାତ୍ର ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଆଗକୁ ମକର ସଂକ୍ରାନ୍ତି ଏବଂ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଗ୍ରାମମାନଙ୍କରେ ସଚେତନତାର ଆବଶ୍ୟକତା ଅଧିକ ରହିଛି ବୋଲି ପର୍ଯ୍ୟବେକ୍ଷକ ଶ୍ରୀସାସମଲ ମତବ୍ୟକ୍ତ କରିଥିଲେ । ଜିଲାରେ ଥିବା ଧର୍ମାନୁଷ୍ଠାନ ଗୁଡିକରେ ସଚେତନତା ବାର୍ତ୍ତା , ବେନର ଓ ପୋଷ୍ଟର ଲଗାଇବା , ଗାଁ ଗାଁରେ ପ୍ରଚାର ପ୍ରସାର କରିବା ପାଇଁ ରଥ ବୁଲିବା, ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରିବା , ଗାଁ କଲ୍ୟାଣ ସମିତି ଜରିଆରେ ମାସ୍କ ପିନ୍ଧିବା ପାଇଁ ଶପଥ କରାଇବା , ଏନସିସି , ସ୍କାଉଟ, ଗାଇଡ ଓ ବିଭିନ୍ନ ସଂପ୍ରଦାୟ ସହିତ ଗାଁ ଲୋକଙ୍କୁ ଏହି ସଚେତନତା ପାଇଁ ଦାୟିତ୍ୱ ଦେବା ଆଦି ଉପରେ ଗୁରତ୍ୱ ଦେବା ସହ କରୋନା ମହାମାରୀ ସମୟରେ ଲୋକଙ୍କ ଜୀବନ ଜିବିକାରେ ଯେପରି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ସାସମଲ ବୈଠକରେ ଜିଲାପ୍ରଶାସନକୁ ପରାମର୍ଶ ଦେଇଥିଲେ । ଅପରାହ୍ନରେ ଶ୍ରୀସାସମଲ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀମାନଙ୍କ ଉଦ୍ଦେଶ୍ୟରେ ନିର୍ମାଣାଧିନ ଆଦର୍ଶ କୃଷି ବଜାର ବୁଲି ଦେଖିବା ସହିତ ବୌଦ୍ଧର ଐତିହାସିକ ସଂଗ୍ରହାଳୟ ବୁଲି ଜିଲାପ୍ରଶାସନର ଉଦ୍ୟମକୁ ପ୍ରଶଂସା କରିଥିଲେ ।

Related Post

ଜଟିଳ ହେବାରେ ଲାଗିଛି କୋଭିଡ ସ୍ଥିତି:ଦୈନିକ ସଂକ୍ରମଣରେ ରେକର୍ଡ

Posted by - January 9, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଦେଶ ତଥା ଓଡ଼ିଶାରେ ଅତି ତୀବ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି Covid ଓ Omicron ସଂକ୍ରମଣ ।ଶନିବାର…

କରୋନାରୁ ସୁସ୍ଥ ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ଯାଜପୁର ଜିଲ୍ଲାପାଳଙ୍କ ଅନୁରୋଧ

Posted by - July 22, 2020 0
ଯାଜପୁର ଅଫିସ : ଯାଜପୁର ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହଜାରେ ଟପିଥିବା ବେଳେ ୯୦୦ ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ପେଂରିଚ୍ଥନ୍ତି…

କରୋନା ଆକ୍ରାନ୍ତରେ ଯୁବକଙ୍କ ମୃତ୍ୟୁ

Posted by - June 20, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଂ) ବୌଦ୍ଧଜିଲ୍ଲା ହରଭଂଗା ବ୍ଲକ୍ ସାମ୍ପୋଚ ଗ୍ରାମର ଯୁବକ ଶ୍ରୀ ସନ୍ତୋଷ କୁମାର ପଣ୍ଡାଙ୍କର ଗତ କାଲି ପୁର୍ବାହ୍ନରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ…

କଣ୍ଟେନମେଣ୍ଟ୍‌ ଜୋନ୍‌ ମୁକ୍ତ ହେଲା ଭୁବନେଶ୍ୱରର ୪ଟି ଅଞ୍ଚଳ,ବସ୍ତି ଉପରେ ରହିଛି କଡା ନଜର : ବିଏମସି କମିସନର

Posted by - July 11, 2020 345
ଭୁବନେଶ୍ବର :ଦେଶରେ କୋଭିଡ୍‍-୧୯ ଆରୋଗ୍ୟ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୮୭୩ ଜଣ ଆରୋଗ୍ୟ ଲାଭ କରିବା ସହ…