ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ବ୍ରାହ୍ମଣ ସମାଜ ର ବାର୍ଷିକ ଅଧିବେଶନ ତିଲେଶ୍ଵର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରେ କେଦାରେ ଶୋର ମିଶ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି!ଉକ୍ତ ସଭାରେ ହରଭଙ୍ଗା ତହସିଲ ବ୍ରହ୍ମ ସମାଜ ଉପସ୍ଥିତ ରହି ନୂତନ ବର୍ଷ ର ସଭାପତି ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା!
ଏହି ସଭାରେ ସର୍ବ ସମ୍ମତି କ୍ରମେ ନୂତନ ସମ୍ପାଦକ ଭାବେ ସୁଧାଂଶୁ ଶେଖର ଆଚାର୍ଯ୍ୟ , ସହ ସମ୍ପାଦକ -ରବୀନ୍ଦ୍ର ମହାପାତ୍ର ,ଏବଂ ଉପଦେଷ୍ଟା -ପ୍ରଦୀପ ଦାସ ଓ ସହଯୋଗୀ -କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କୁ ଚୟନ କରାଯାଇଥିଲା!ପୂର୍ବତନ ସମ୍ପାଦକ ପ୍ରେମାନନ୍ଦ ପାଢ଼ୀ ଙ୍କ ବିୟୋଗ ରେ ସମାଜ ତରଫରୁ ଅମରଆତ୍ମାର ସଦଗତି ପାଇଁ 2ମିନିଟ ନିରବ ପ୍ରାର୍ଥନା କରାଯିବା ସହିତପ୍ରତ୍ୟେକ ବ୍ଲକ ସ୍ତରୀୟ ଜୁନ କିପରି ସୁଦୃଢ କରାଯିବ ତାହାର ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇଥିଲା!ନୂତନ ସମ୍ପାଦକ ଙ୍କୁ ସମାଜ ର ସମସ୍ତ କାଗଜ ପତ୍ର ହସ୍ତାନ୍ତର କରାଯାଇଥିଲା!
୨ ମାସ ମଧ୍ୟରେ ପ୍ରତି ଜୋନ ସ୍ତରୀୟ ବୈଠକ ପରେ ତହସିଲ ସ୍ତରୀୟ ବୈଠକ କରାଯିବାକୁ ସଭାରେ ନିଷ୍ପତି ନିଆଗଲା!ଏହି ଅଧିବେଶନ ରେ ନାରାୟଣ ମହାନ୍ତି, ବିକାଶ ମିଶ୍ର, ରିଙ୍କୁ ପାଢ଼ୀ, ସୁଜିତ କୁମାର ମହାପାତ୍ର, ବୀରକିଶୋର ଚାନ୍ଦ ପ୍ରମୁଖ ସହଯୋଗ ରେ ସଭାକାର୍ଯ୍ୟ ସମ୍ପାଦନ ହେବା ସହିତ ପରିଶେଷରେ ସଭାପତି, ସମ୍ପାଦକ,ଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପନ କରାଯାଇଥିଲା।