ପାଟଣାଗଡ଼ ବିଧାୟକଙ୍କ ନାଁରେ ଏତଲା ଦେଲେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ

48308 12,379

ନିମ୍ନ ମାନର ରାସ୍ତା କାମ ପାଇଁ ରାସ୍ତା ଉପରେ କନିଷ୍ଠ ଯନ୍ତ୍ରୀଙ୍କୁ ତାଗିଦ୍ କରିବା ସହ ଉଠବସ୍ କରାଇଥିଲେ ନବ ନିର୍ବାଚିତ ପାଟଣାଗଡ ବିଧାୟକ ସରୋଜ ମେହେର । ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ନେଇ ଦେଖିବା ପରେ ତାତି ଉଠିଥିଲେ ବିଧାୟକ । କୋଦାଳରେ ଖୋଳିଲେ ବି ପିଚୁ ଉଠିଯାଉଛି । କେବଳ ସେତିକି ନୁହଁ, ହାତରେ ପିଚୁ ଖଣ୍ଡକୁ ଟାଣିଲେ ବି ଖଣ୍ଡ ଖଣ୍ଡ ହୋଇ ଉଠିଯାଉଛି । ଏପରି ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ, ଏହି ରାସ୍ତା କାମର ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିଲେ ।

ପିଡବ୍ଲ୍ୟୁଡିର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ କାନଧରି ଉଠବସ କରାଇଥିବା ପାଟଣାଗଡ଼ର ବିଜେଡି ବିଧାୟକ ସରୋଜ ମେହେରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି। ଏ ଘଟଣାକୁ ନେଇ ବିଭିନ୍ନ ବର୍ଗର ଲୋକେ ଅସନ୍ତୋଷ ପ୍ରକାଶ କରିବା ପରେ ବିଧାୟକ କ୍ଷମା ମାଗିଥିଲେ। ଏହା ସତ୍ତ୍ୱେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ ନାଁରେ ପାଟଣାଗଡ଼ ଥାନାରେ ଏକ ଏତଲା ଦେଇଛନ୍ତି। ତାଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି।କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ଗତକାଲି ତାଙ୍କ ସ୍ୱାମୀ ଜୟକାନ୍ତ ଶବର ଘରେ ଥିଲେ। ଦିନ ପ୍ରାୟ ୩ ଟା ୧୫ ମିନିଟ୍‌ରେ ବିଧାୟକ ସରୋଜ ମେହେର ଓ ତାଙ୍କ ସମର୍ଥକମାନେ ତାଙ୍କୁ ଜବରଦସ୍ତ ଘରୁ ଡାକି ନେଇଥିଲେ। କିନ୍ତୁ ସେଦିନ ସେ ଆଉ ଘରକୁ ଫେରି ନଥିଲେ। ବିଧାୟକ ତାଙ୍କ ସ୍ୱାମୀଙ୍କୁ ଅପହରଣ କରି ନେଇଥିଲେ।

Related Post

ଚୋରି ହୋଇଥିବା ନବଜାତ ଶିଶୁ କନ୍ୟା ଅକ୍ଷତ ଅବସ୍ଥାରେ ଉଦ୍ଧାର

Posted by - November 21, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଥିବା ନବଜାତ ଶିଶୁ କନ୍ୟାକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି ।ସୋନପୁର ପୋଲିସର ପକ୍ଷରୁ…

ଜିଲ୍ଲାପାଳଙ୍କ ଫୋକସରେ ମାରଡା ଗାଁ,୧୦ଦିନରେ ପ୍ରତିଶ୍ରୁତି ପୂରଣ କଲେ

Posted by - March 16, 2023 0
ବୌଦ୍ଧ ;(ଚିତ୍ତରଞ୍ଜନ ସିଂ )ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର ଅଭିଶାପରେ ପେଶି ହେଉଥିବା ଆଦିବାସୀ ବହୁଳ ମାରଡା ଗାଁ ଉପରେ ଗଣମାଧ୍ୟମ ଖବର…

There are 12,379 comments