ଯାଜପୁର: ବାହାଘର ପାଇଁ ଜଣେ ବ୍ୟକ୍ତି ଯାଜପୁର ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଥିଲେ। ସେ ସେହି ଟଙ୍କାଙ୍କୁ ବାଇକ୍ ଡିକିରେ ରଖି ଥାନାକୁ ପାସ୍ପୋର୍ଟ କଥା ବୁଝିବାକୁ ଯାଇଥିଲେ। ତେବେ ଏହି ସମୟରେ ଚୋରି ହୋଇଥିବା ଜଣାପଡ଼ିଛି। ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଥାନାରେ ଏତଲା ଦେଇଛନ୍ତି।ଦୁର୍ବୃତ୍ତଙ୍କ ଲୁଟର ଶିକାର ହୋଇଥିବା ଯାଜପୁର ଦଶରଥପୁର ବ୍ଲକ୍ ଅନ୍ତର୍ଗତ ରାସୋଇ ପଞ୍ଚାୟତ ବୃନ୍ଦାବନପୁର ରବି ନାରାୟଣ ରଥ ବୋଲି ଜଣାପଡ଼ିଛି। ସେ ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ। ଏହି ସମୟରେ ମାର୍କେଟରେ ଗାଡ଼ି ଅଟକାଇ ଅନ୍ୟ ଜିନିଷ କିଣୁଥିବା ବେଳେ କେହି ଦୁର୍ବୃତ୍ତ ପୂର୍ବରୁ ତାଙ୍କୁ ଲକ୍ଷ୍ୟ କରି ରହିଥିବା ବେଳେ, ହଠାତ ତାଙ୍କ ଠାରୁ ଟଙ୍କା ବ୍ୟାଗ୍ ଲୁଟି ଫେରାଇ ହୋଇଯାଇଥିବା ପୁଲିସ ଅନୁମାନ କରୁଛି।ଦୁର୍ବୃତ୍ତମାନେ ବ୍ୟକ୍ତିଙ୍କ ଠାରୁ ପାଖାପାଖି ୩.୫ଲକ୍ଷ ଟଙ୍କା ଲୁଟି ନେଇଥିବା ଖବର ମିଳିଛି।
