ଓଡିଆ ସିନେମା ଜଗତ ର ହାସ୍ୟ ଅଭିନେତା ସଲିଲ ମିତ୍ର ଙ୍କ ବିୟୋଗ

1143 0

ଭୁବନେଶ୍ୱର: ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସଲିଲ୍‌ଙ୍କ ମୃତ୍ୟୁକୁ ନେଇ ବର୍ଷୀୟାନ୍‌ ଅଭିନେତା ଅଜିତ୍‌ ଦାସ କହିଛନ୍ତି, ‘ସଲିଲ୍‌ ଜଣେ ଭଲ ମଣିଷ ଓ ଅଭିନେତା ଥିଲେ। ତାଙ୍କର କେହି ଶତ୍ରୁ ନଥିଲେ। ସେ କେବେବି କାହା ବିଷୟରେ ଖରାପ କଥା କୁହନ୍ତି ନାହିଁ।’ଅଭିନେତା ଦେବୁ ବ୍ରହ୍ମା କହିଛନ୍ତି, ‘ସଲିଲ୍‌ ସମସ୍ତଙ୍କୁ ହସାଇ ପାରୁଥିଲା। ଏକାଠି ରଖି ପାରୁଥିଲା। ତାଙ୍କ କଥାରେ ମାଧୁର୍ଯ୍ୟ ଥିଲା। ତାଙ୍କ ଭଳି ହାସ୍ୟ ଅଭିନେତାଙ୍କ ସ୍ଥାନ ପୂରଣ କରିବା କଷ୍ଟକର।’ସୂଚନାଯୋଗ୍ୟ ଯେ, ମେ ମାସ ୧୨ ତାରିଖରେ ସଲିଲି ମିତ୍ର କେନ୍ଦୁଝରରୁ ସୁଟିଂ ଶେଷ କରି କାର୍‌ରେ କଟକ ଫେରୁଥିବା ବେଳେ ଘଟଗାଁ କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ସେ ଏବଂ କାର୍‌ ଚାଳକ ଗୁରୁତର ଆହତ ହୋଇଥି‌ଲେ । ଦୁର୍ଘଟଣାରେ ତାଙ୍କ ହାତ ଓ ଗୋଡ ଭାଙ୍ଗି ଯାଇଥିବା ବେଳେ ଛାତିରେ ମଧ୍ୟ ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

Related Post

ଭୀମକୁଣ୍ଡ ସାଜିଛି ମୃତ୍ୟୁକୁଣ୍ଡ 

Posted by - December 26, 2019 0
କରଞ୍ଜିଆ:୨୬/୧୨/୨୦୧୯.ମୟୁରଭଞ୍ଜ ଜିଲ୍ଲାର ଅନନ୍ୟ ପର୍ଯ୍ୟଟନ କ୍ଷେତ୍ର ଭୀମକୁଣ୍ଡ ।ଏଠାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପିକନିକ ଋତୁରେ ପର୍ଯ୍ୟଟକଙ୍କ ସୁୟ ଛୁଟିଥାଏ ହେଲେ ଭୀମକୁଣ୍ଡର ସୁରକ୍ଷା ବ୍ୟବସ୍ଥାକୁ ନେଇ…

ବନ ବିଭାଗ ପକ୍ଷରୁ ଜୀବନ୍ତ ବଜ୍ରକାପ୍ତା ଜବତ, ଜଣେ ଗିରଫ

Posted by - May 24, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ନର୍ଲା ଫରେଷ୍ଟ ରେଂଜ ଅଂଚଳରୁ ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗ ରେ ବନ ବିଭାଗ…

ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାମନ୍ତ୍ରୀଙ୍କ ସମୀକ୍ଷା:ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ

Posted by - January 13, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିବା…

ଭିଜିଲାନ୍ସ ହାବୁଡାରେ ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର

Posted by - February 14, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ମୁଖ୍ୟ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ସୁନିଲ କୁମାର ପଣ୍ଡା ଏବେ ଭିଜିଲାନ୍ସ ହାବୁଡାରେ । ଆୟ ବହିଭ୍ୟୁତ ସଂପତ୍ତି ଠୁଲ ଅଭିଯୋଗ ରେ ସମ୍ବଲପୁର…

ସାମ୍ବାଦିକଙ୍କୁ କଣ୍ଟାମାଳ ବିଡିଓଙ୍କ ଆକ୍ଷେପ, ବିଭିନ୍ନ ମହଳରେ ନିନ୍ଦା

Posted by - June 14, 2021 0
ବୌଦ୍ଧ:(ଚିତ୍ତବଞ୍ଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପୋଖରୀରେ କୋଭିଡ ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ କରି ୮ ତାରିଖ ମଙ୍ଗଳବାର ଦିନ ଶହ…

There are 1 comments

Leave a comment

Your email address will not be published.