ଶିକ୍ଷକଙ୍କ ହତ୍ୟାକାରୀ ପାଗଳ ନଥିଲା :ମୃତକ ଙ୍କ ସ୍ତ୍ରୀ

305 0

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ ତୁରେଇ ଘାଟି ଗ୍ରାମରେ ଗତ ୨୪ ତାରିଖ ରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ବୁଖରେ ଗିର୍ଲିଗୁମା ଗ୍ରାମର ଜୌନିକ ଗୁଳା ମୁଦୁଲି, ପିତା କୃଷ ମୁଦୁଲି ନାମକ ବ୍ୟକ୍ତି ଜଣକ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ କେନ୍ଦ୍ରାପଡା ନିବାସୀ ଶ୍ରୀ ମୁକୁନ୍ଦ ପ୍ରସାଦନାଥ ଶର୍ମା ଙ୍କୁ ହତ୍ୟା କରିଥିଲା।ହତ୍ୟା କରିଥିବାର କାରଣ ବର୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ବର୍ତମାନ ଘଟଣାଟି ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି । ଏହି ଜଘନ୍ଯ ଅପରାଧ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର ଉପସ୍ଥିଥିରେ ହୋଇଥିଲା।ଘଟଣାକୁ କେନ୍ଦ୍ରକରି ଦରାଗୁଡା ପୋଲିସ ଓ ରାୟଗଡା SDPO ବାରମ୍ବାର ଉକ୍ତ ଘଟଣା ସ୍ଥଳକୁ ଯାଇ,ଗ୍ରାମବାସୀଙ୍କୁ ଘଟଣାର ସତ୍ୟା ସତ୍ୟରେ ପୋଲିସ କୁ ସହଯୋଗ ନକରିବା ଓ ଗ୍ରାମବାସୀଙ୍କ ନୀରବତା ଓ ଗ୍ରାମରେ ଲୋକେ ଅନୁପସ୍ଥିତି ରହିବା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହି ଘଟଣାକୁ ବିଭିନ୍ନ ଆଞ୍ଚଳିକ ଗଣମାଧ୍ୟମ ରେ ହତ୍ୟା କାରୀ ଗୁଳା ମୁଦୁଲି କୁ ମାନସିକ ରୋଗୀ ଓ ପାଗଳ ବୋଲି ପ୍ରସାର ପ୍ରଚାର କରୁଛନ୍ତି ।କିନ୍ତୁ ପ୍ରକୃତ କଥାହେଲା କୌଣସି ପାଗଳ ବ୍ୟକ୍ତି ଏହି ପ୍ରକାର ଅପରାଧ କଲାପରେ ପୋଲିସ ଠାରୁ ଦୂରରେ ଓ ଲୁଚି ଛପି ରାହେନାହିଁ ।ମୃତ ଶିକ୍ଷକଙ୍କ ପତ୍ନୀଙ୍କ ବୟାନ ଅନୁଯାୟୀ ସେହି ବିଦ୍ୟାଳୟ ର ପୂର୍ବତନ VSC ତଥା, ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟିର ପ୍ରକାଶ ନାଏକ, ଜିତେନ୍ଦ୍ର ଉର୍ପ ଜିତେନ ନାମକ ଦୁଇଜଣ ବ୍ୟକ୍ତି ବାରମ୍ବାର ତାଙ୍କ ସରକାରୀ ବାସଭବନକୁ ଯାଇ ବିଭିନ୍ନ  ଆଳଦେଖାଇ ଗଣ୍ଡଗୋଳ ଓ ଧମକ ଚମକ ଦେଇ ଆସୁଥିଲେ ।ଶ୍ରୀମତୀ ଶର୍ମା କହିବାନୁଯାୟୀ ଏହି ବ୍ୟକ୍ତି ମାନେ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ପୋଲିସ ର ବିଳମ୍ବ କାର୍ଯ୍ୟାନୁଷ୍ଠାନ ପାଇଁ ସେ ସନ୍ତୁଷ୍ଟ ନୁହନ୍ତି। ସେ ଏହି ଅଞ୍ଚଳରେ ନିଜ ସୁରକ୍ଷା ଦୃଷ୍ଟିରୁ ନିଜ ଅଞ୍ଚଳକୁ ସ୍ଥାନାନ୍ତର ନିମନ୍ତେ ରାୟଗଡା ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଗଣମାଧ୍ୟମ ସମ୍ବୁଖରେ ଅନୁରୋଧ କରିଛନ୍ତି ।ପୋଲିସ ଶବ ଜବତ କଲାପରେ ଦୁଇ ରୁ ତିନି ଦିନ ଧରି ହତ୍ୟାକାରୀ ର ଅନୁସନ୍ଧାନ ରେ ଲାଗିଥିଲା।  ପୋଲିସ ଶବକୁ ବ୍ୟବଚ୍ଛେଦ ନିମନ୍ତେ କାଶୀପୁର ପଠାଇ ଓ ଶବ ବ୍ୟବଚ୍ଛେଦ ପରେ ପରିବାକୁ ହସ୍ତାନ୍ତର କରିଥିଲେ।

ପରିବାର ଲୋକେ ମୃତ ଶରୀରକୁ ନିଜ ବାସସ୍ଥାନ କେନ୍ଦ୍ରାପଡା ଜିଲ୍ଲା କୁ ନେଇଯାଇଥବା ସୂଚନା ମିଳିଥିଲା।ଆମ ଗଣମାଧ୍ୟମ SDPOଙ୍କୁ ଘଟଣାର ବୟାନ ମାଗିଥିଲେ, କିନ୍ତୁ ସେ ଜିଲ୍ଲା ପୋଲିସ ଆରକ୍ଷୀଙ୍କ ଠାରୁ ବୟାନ ନେବା ଉଚିତ ହେବ ବୋଲି କହିଥିଲେ ।ବର୍ତମାନ ଦରାଗୁଡା ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ହତ୍ୟାକାରୀ ଗୁଳା ମୁଦୁଲିକୁ ଗତ କାଲି କୋର୍ଟ ଚାଲାଣ କରିଛି। ଏବଂ ଅଧିକ ତଦନ୍ତ ଜାରି ରହିଛି।ବର୍ତ୍ତମାନ ଏହି ଘଟଣା ପରେ ବ୍ଲକ ର ଦୁର୍ଗମ ଅଞ୍ଚଳରେ ରହୁଥିବା ଶିକ୍ଷାବିତଙ୍କ ମହଲରେ ଏକ ଭୟର ବାତାବରଣ ସୃଷ୍ଟି କରିଛି ।

Related Post

ଭୁସାମଲ ଦୋକାନରୁ ୨୬ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ଗ୍ରୋସରୀ ସାମଗ୍ରୀ ଲୁଟ

Posted by - July 28, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭୁସାମଲ ଦୋକାନରୁ ୨୬ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ଗ୍ରୋସରୀ ସାମଗ୍ରୀ ଲୁଟି ନେଲେ ଲୁଟେରା । ଏଭଳି ଘଟଣା…

ନାବାଳିକା କୁ ଦୁଷ୍କର୍ମ ଘଟଣା,ଅଭିଯୁକ୍ତ କୁ ୧୦ ବର୍ଷ ଜେଲ ସହିତ ୧ ଲକ୍ଷ ଜରିମାନା

Posted by - December 5, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ନାବାଳିକା କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତ ଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ସହିତ 1 ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ…

୮୦ଲିଟର ଦେଶି ମଦ ଜବତ: ୨ଗିରଫ

Posted by - November 17, 2021 0
ବସ୍ତା:( ପ୍ରଭାକର ମଲ୍ଲିକ)ବସ୍ତା ଓ ବାଲିଆପାଳ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢାଉ କରାଯାଇ ବାଲିଆପାଳ ଥାନା ଅନ୍ତର୍ଗତ ହାସିନପୁର ଅଂଚଳର ଲୁୟୁରଂଜନ ହାଁସଦା ଓ…

ସୋନଡ୍ୟାମରୁ ହାତଗୋଡ ବନ୍ଧା ଶବ ଉଦ୍ଧାର କଲା ଓଡ୍ରାଫ ଟିମ।

Posted by - October 9, 2019 0
ମୟୁରଭଞ୍ଜ,09/10/2019,ଅନ୍ଧବିଶ୍ୱାସର କରାଳ ରୂପ। ଗୁଣିଗାରେଡି ସନ୍ଦେହରେ ପୁଣି ହତ୍ୟାକାଣ୍ଡ। ବିଭତ୍ସ ଭାବେ ହତ୍ୟା କରିଛି ହତ୍ୟାକାରୀ। ନୃଶଂସତାର ସବୁ ସୀମା ଟପିଯାଇଛି ହତ୍ୟାକାରୀ।ମୟୁରଭଞ୍ଜ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଛି…