ଖପ୍ରାଖୋଲ ବେହେରା ଡୁଙ୍ଗୁରି ନିକଟରେ ୨୫ ତମ ବିଜୁ ପ୍ରତିଷ୍ଠା ଦିବସ ପାଳନ

177 0

ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ବେହେରା ଡୁଙ୍ଗୁରି ନିକଟରେ ୨୫ ତମ ବିଜୁ ପ୍ରତିଷ୍ଠା ଦିବସ ପାଳନ ରବିବାର ଦିନ ହୋଇଯାଇଛି । ଖପ୍ରାଖୋଲ ବ୍ଲକ ବିଜେଡ଼ି ସଭାପତି ରମେଶ ପଧାନ ଙ୍କ ନେତୃତ୍ୱ ରେ ଆନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ ବିଧାୟକ ସରୋଜ ମେହେର ଯୋଗଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପଞ୍ଚୁଦେବ ସାହୁ , ଜିଲ୍ଲା ସାଧାରଣ ସମ୍ପାଦକ ପବିତ୍ର ପଟେଲ , ବ୍ଲକ ସଭାନେତ୍ରୀ ରଞ୍ଜିତ ସୁନା , ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ମେହେର , ଜୋନ ୩ ସଭାପତି ସିମାଞ୍ଚଳ ପୁରୋହିତ , ବିଜେଡ଼ି ବ୍ଲକ ଜୁବ ସଭାପତି ବେଳାର ମେହେର , ଛାତ୍ର ସଭାପତି ନାରାୟଣ ମେହେର , ଜୋନ ୩ ସଭା ନେତ୍ରୀ ଚନ୍ଦ୍ରକାନ୍ତି ବେହେରା , ସମିତି ସଭ୍ୟ ମୋହନ ସୁନା , ଖୁଳନ ଧାରୁଆ , ଦମେଇପଳି ସରପଞ୍ଚ ସାବିତ୍ରୀ ପଧାନ ଯୋଗ ଦେଇଥିଲେ ।

ମୁଖ୍ୟ ଅତିଥି ଶ୍ରୀ ମେହେର ବିଜୁ ବାବୁ ଙ୍କ ଓଡ଼ିଶା ପ୍ରତି ରହିଥିବା ଅବଦାନ ବିଷୟରେ ବକ୍ତବ୍ୟ ଦେଇଥିଲେ । ଓଡ଼ିଶାର ବିକାଶ ପାଇଁ ବିଜୁ ବାବୁଙ୍କ ରହିଯାଇଥିବା ସ୍ବପ୍ନ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଆଜି ପୁରାଣ କରି ଚାଲିଛନ୍ତି ବୋଲି କହିବା ସହ ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରି ନବୀନ ପଟ୍ଟନାୟ ଅନେକ ଲୋକାଭିମୁଖୀ ଯୋଜନା ମାନ କରି ଅଞ୍ଚଳର ସମ୍ପୂର୍ଣ୍ଣ ବିକାଶ କରିବେ ବୋଲି କହିଥିଲେ ।

ଏହି ଅବସରରେ ବିଜେଡି ନେତା ଗୋବିନ୍ଦ ବାରିକ , ନରେନ୍ଦ୍ର ଭୋଇ , ଶୁଖି ସାଣ୍ଡ , ଇନ୍ଦ୍ରମଣି ସାହୁ , ଦିବାକର ଭୋଇ , ବିମାନ ବରିହା , ବଂଶି ବେହେରା ଓ ଶତାଧିକ , କିଶୋର ସେଟ ବିଜେଡ଼ି କର୍ମି ଯୋଗ ଦେଇଥିଲେ ।

Related Post

ଟିଟିଲାଗଡ଼ରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

Posted by - January 26, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ସ୍ଥାନୀୟ ବାଳକ ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ଅନୁଯାୟୀ…

ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସାଂଗଠନିକ ବୈଠକ

Posted by - July 24, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସାମନ୍ତରା)ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ନୂତନ ଭାବରେ ଖୋର୍ଦ୍ଧା ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ…

ଟିକା ପ୍ରମାଣପତ୍ର ଦୋକନରେ ନ ଲଗେଇଲେ ଖୋଲିପାରିବେନି ଦୋକାନ

Posted by - June 22, 2021 0
ଗଞ୍ଜାମ:କୋଭିଡର ତୃତୀୟ ଲହର ରୁ ବଞ୍ଚିବା ପାଇଁ ଟିକାକରଣ ଜରୁରୀ ଅଟେ । ଏବେ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ଟିକାକରଣ ଉପରେ ଗୁରୁତ୍ବ ଦିଆଯାଇଛି । ଦୋକାନୀମାନେ…

ଜେନାପୁର ରେଖିଦେଇପୁର ଓ ପାଇକରାପୁର ରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ

Posted by - April 25, 2022 0
ଯାଜପୁର (ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ଜେନାପୁର ରେଖିଦେଇପୁର ଓ ପାଇକରାପୁର ରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ। ଗଞ୍ଜେଇ ଚୋରା ଚାଲାଣ ବେଳେ ଅବକାରୀ…