ଯାଜପୁର : କେନ୍ଦ୍ର ଓ ରାଜ୍ୟରେ ନୂଆ ସରକାର ଶପଥ ନେଉ ନେଉ ସରକାରୀ କାରଖାନା ଯାଜପୁରରୋଡ ଫେରୋକ୍ରମରେ ତାଲା ପଡ଼ିଛି।୫୦ ବର୍ଷ ପୂର୍ବରୁ ୧୯୬୮ ମସିହାରେ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ କର୍ମନିଯୁକ୍ତି ଯୋଗାଇ ଦେବା ପାଇଁ ଯାଜପୁରରୋଡ ଠାରେ ଫେରୋକ୍ରମ କାରଖାନା ସ୍ଥାପିତ ହୋଇଥିବା ବେଳେ ଆଜି ଠାରୁ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଧାନମଣ୍ଡଳ ଝୋଟ ମିଲ୍ ଭଳି ସବୁଦିନ ପାଇଁ ଏଠାେର ତାଲା ଝୁଲିବ ନା ସୀମିତ ସମୟ ପାଇଁ ଏହି ନିଷ୍ପତ୍ତି ସେନେଇ ସନ୍ଦେହ ଦେଖା ଦେଇଛି। ଇଫକୋର ଏମଡ଼ି ବିକେ ସାହୁ କହନ୍ତି ଏବେ ବଜାରରେ ଫୋରୋକ୍ରମର ମୂଲ୍ୟ କମ ଥିବାରୁ ବ୍ୟାପକ କ୍ଷତି ହେଉଛି। ଗତ ବର୍ଷ ୫.୫କୋଟି କ୍ଷତି ହୋଇଥିବା ବେଳେ ପ୍ରତି ମାସରେ ୫୦-୬୦ଲକ୍ଷ ଟଙ୍କା କ୍ଷତି ହେଉଛି।
Facebook Notice for EU!
You need to login to view and post FB Comments!
Yet the extremely proven fact that these strategies shape thinking processes of the challenger renders this
something that demonstrates continuous results.