ଭୁବନେଶ୍ବର ୩୧|୫: ଏଫଆଇଏଚ ହକି ୱାର୍ଲ୍ଡ କପ୍ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଋଷିଆ ଓ ପୋଲାଣ୍ଡ ଦେଶର ହକି ଟିମ୍ । ଆସନ୍ତା ୬ ରୁ୧୫ ଯାଏଁ ଚାଲିବ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ ୮ଟି ଦଳ ଭାଗ ନେଉଛନ୍ତି । ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପାଇ ଭାରତୀୟ ଦଳ ପୂର୍ବରୁ ଭୁବନେଶ୍ବରରେ ପହଞ୍ଚି ଅଭ୍ୟାସ ଚଳାଇଛି।ଏହି ହକି ସିରିଜ୍ ଲାଗି ଭୁବନେଶ୍ୱରରେ ବିଭିନ୍ନ ଦଳର ଟିମ୍ ପହଞ୍ଚିବାକୁ ଲାଗିଛନ୍ତି। ଆୟୋଜକ ଭାରତୀୟ ଟିମ୍ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି। ଆଜି ପୋଲାଣ୍ଡ ଓ ରୁଷିଆ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି।
ଏହି ସିରିଜ୍ରେ ଭାରତ ସମେତ ୮ ଟି ଦଳ ଭାଗ ନେଉଛନ୍ତି। ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ସିରିଜ୍ ଖେଳାଯାଉଛି। ଏଥିରେ ଭାରତ ଯଦି ପ୍ରଥମ କିମ୍ବା ଦ୍ୱିତୀୟ ସ୍ଥାନରେ ରୁହେ, ତେବେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଦ୍ୱିତୀୟ ପର୍ଯ୍ୟାୟରେ ଖେଳିବାକୁ ସୁଯୋଗ ମିଳିବ।