ବୌଦ୍ଧ ରେ ଜିଲ୍ଲା ସ୍ତରୀୟ କଳା ସଂସ୍କୃତି ପ୍ରୋତ୍ସାହନ କାର୍ଯ୍ୟକ୍ରମ

149 0

ବୋୖଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ଟାଉନ ହଲ ଠାରେ ଯୁବ ସମ୍ମିଳନୀ ଓ କଲା ସଂସ୍କୃତି ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ନେହେରୁ ଯୁବକେନ୍ଦ୍ରର ଡିଜି ନୋମିନି ଦେବାଶିଷ ପୁରୋହିତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ ମୁଖ୍ୟ ଅତିଥି ଭବରେ ଜିଲ୍ଲା ଯୁବ ଅଧିକାରୀ ନବନିତ କୁମାର , ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର ରାଉତ , ନେହରୁ ଯୁବ କେନ୍ଦ୍ର ଆକାଉଣ୍ଟଟଣ୍ଟ ଅନୁରାଗ ମିଶ୍ର , ଅଫିସ ପ୍ରଗ୍ରାମ ସୋଯଗଗ ଉତ୍ତମ ମହାକୁଡ଼, ବୌଦ୍ଧ ଜିଲ୍ଲା କଳାକାର ସଙ୍ଘର ସଭାପତି ସ୍ୱାଧୀନ ବାବୁ ଯୋଗ ଦେଇ ସମାଜରେ ଯୁବକମାନଙ୍କ ଭୂମିକା ସମ୍ପର୍କରେ ଅଭିବ୍ୟକ୍ତି ରଖିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି ଧାରୁଆ , ସମ୍ମାନିତ ଅତିଥି ଭାବରେ ଜିଲା ଯୁବ ଅଧିକାରୀ ନବନିତ କୁମାର, DIPRO ରତିକାନ୍ତ ବଳିୟାର ସିଂ , ସମ୍ବଳପୁରୀ ୮ଲୋକ ଗୀତ ଗାୟକ ପୁରନ୍ଦର ଠେଲା ପ୍ରମୁଖ ଯୋଗ ଦେଇ ଜିଲ୍ଲାର କଳା ସଂସ୍କୃତି କିଭଳି ପ୍ରୋତ୍ସାହନ ଦେଲେ ଜିଲ୍ଲା ର କଳା ସଂସ୍କୃତି ଆଗକୁ ବଢି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିପାରିବ ସେ ସମ୍ପର୍କରେ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମ କୁ ଜାତୀୟ ଯୁବ ସ୍ବେଚ୍ଛାସେବୀ ସୁପ୍ରିୟା ଦେହୁରୀ ପରିଚାଳନା କରିଥିବା ବେଳେ ସୁଧିର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related Post

ପଞ୍ଚାୟତ ସମିତି ସଭ୍ୟ ସଭ୍ୟାଙ୍କର ତିନିଦିନିଆ କର୍ମଶାଳା ଉଦଯାପିତ

Posted by - October 22, 2022 0
ବୌଦ୍ଧ:୨୧/୧୦(ଚିତ୍ତରଂଜନ ସିଂ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ,ଓଡ଼ିଶା ତରଫରୁ ଲୋକ କଳା ବିକାଶ କେନ୍ଦ୍ରରେ ପଞ୍ଚାୟତ ସମିତି ସଭ୍ୟ…

ଯାଜପୁର ବ୍ଲକ ପଣସା ପଂଚାୟତରେ ଲାଇପଂ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ  ଶିବିର

Posted by - February 17, 2020 349
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବ୍ଲକ ପଣସା ପଂଚାୟତ ଭଗବାନ ନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଲାଇପଂ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ  ଶିବିର ଅନୁଷ୍ଠିତ…

ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦାବୀରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯାଜପୁର ଜିଲାପାଳ ଅପିଂସ ଘେରାଉ

Posted by - May 24, 2022 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ ) ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦାବୀରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଯାଜପୁର ଜିଲାପାଳ ଅପିଂସ…

ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ଜନଶୁଣାଣୀ

Posted by - April 21, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା): ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ନୂତନ ସଭା ଗୃହ ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ…

ଅସ୍ଥାୟୀ CLR କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି କରିବାକୁ ଦାବି

Posted by - November 8, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ରାଜ୍ୟ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ ଓ ରାଜ୍ୟ କର୍ମଚାରୀ ସଂଗ୍ରାମ ସମିତି ତରଫରୁ ସମ୍ବଲପୁର ଖଣ୍ଡ ତରଫରୁ ଅସ୍ଥାୟୀ CLR…