ଭୁବନେଶ୍ୱର : ବିଜେଡିରେ ଆରମ୍ଭ ହୋଇଛି ପରାଜୟ ସମୀକ୍ଷା। ୯ଲୋକସଭା ଆସନରେ କାହିଁକି ଜିତିଲେନି ଦଳୀୟ ପ୍ରାର୍ଥୀ। ହାରିଥିବା ଲୋକସଭା ସିଟକୁ ନେଇ ସିରିୟସ ନବୀନ । ନିର୍ବାଚନ ଗୋଟି ଚାଳନାରେ ମାହିର ନବୀନଙ୍କ ଲୋକସଭା ଟାର୍ଗେଟ କିଭଳି ମିସ୍ ହେଲା ତାକୁ ନେଇ ଦଳ ଭିତରେ ହଲଚଲ । ଯେଉଁ ୯ ସିଟ୍ ରେ ଦଳର ପ୍ରାର୍ଥୀ ହାରିଲେ ସେଥିପାଇଁ କାରଣ କଣ ଏବଂ କିଏ ଦାୟୀ ତା’ଉପରେ ଫୋକସ କରୁଛି ଦଳ । ପରେ ଆକ୍ସନ ମୋଡକୁ ଆସିପାରନ୍ତି ନବୀନ ।ଅନେକ ପରାଜିତ ପ୍ରାର୍ଥୀ ଆଜି ନବୀନଙ୍କୁ ଭେଟିବା ପରେ ନିର୍ବାଚନ ପରର ସମୀକ୍ଷା ନିହାତି ଦରକାର ବୋଲି ମତ ରଖିଥିବାବେଳେ ଆଉ କେହି କେହି ସିଧା ନିଜ ଅଞ୍ଚଳର ନେତାଙ୍କୁ ବି ନିଶାନା କରିବାକୁ ପଛାଇ ନାହାନ୍ତି।
ଦଳ କାହିଁକି ହରାଇଲା ୯ ଲୋକସଭା ସିଟ୍ । ବିଧାନସଭାରେ ଟୁ-ଥାର୍ଡ ମେଜରିଟି ସିଟ୍ ପାଇ ବି ସେହି ଅନୁପାତରେ କାହିଁକି ଲୋକସଭା ସିଟ୍ ହାତେଇବାରେ ବିଫଳ ହେଲା ବିଜେଡି । ମିଶନ ଲୋକସଭା ୨୧ରୁ ୨୧ ସିଟ୍ ନେବ ବୋଲି ଦଳ ଯେଉଁ ରଣନୀତି କରିଥିଲା କେଉଁଠି ଭୁଲ ହେଲା ଗଣିତ । ଏସବୁକୁ ନେଇ ଆରମ୍ଭ ହୋଇଛି ବିଜେଡିର ମାନସ ମନ୍ଥନ । ୫ମ ଥର ଦଳ ଲଗାତର କ୍ଷମତାକୁ ଫେରିବା ପରେ ବିଜେଡି ରାଜ୍ୟ ରାଜନୀତିରେ ନୂଆ କିର୍ତ୍ତୀମାନ ଠିଆ କରିଛି । କିନ୍ତୁ ଏଥର ନବୀନ କେନ୍ଦ୍ରରେ ଯେଉଁ ଗୁରୁତ୍ବ ପୂର୍ଣ ଭୂମିକା ନିଭାଇବାକୁ ଆଶା ରଖିଥିଲେ ତାହା ଏକପ୍ରକାର ଫସର ଫାଟିଯିବାକୁ ବସିଥିବାରୁ କ୍ଷୁବ୍ଝ ହୋଇଛନ୍ତି ବିଜେଡି ସଭାପତି । ସେଥିପାଇଁ ଲୋକସଭା କ୍ଷେତ୍ରରେ ହାରିଥିବା ନେତାଙ୍କୁ ନବୀନ ନିବାସ ଡାକି ରିପୋର୍ଟ ତଲବ କରିଛନ୍ତି ।
Your explanation is organized very easy to understand!!! I understood at once. Could you please post about slotsite ?? Please!!