ବଙ୍ଗୋମୁଣ୍ଡା:(ଅଭୀମନ୍ୟୁ ବହିଦାର)ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତର ଆଦିବାସୀ ବହୁଳ ବଡଗମଡା ଗ୍ରାମରେ କନ୍ଧ ସମ୍ପ୍ରଦାୟର ଏକ ମୁଖ୍ୟ ପର୍ବ ସେମିଯ।।ତ୍ରା ମଙ୍ଗଳବାର ଦିନ ପାଳିତ ହୋଇଯାଇଛି ।ଗ୍ରାମର ଆରାଧ୍ୟ ଦେବତା ଜାଡେନ ପୀଠ ରେ ପୂଜାର୍ଚ୍ଚନା ପରେ ସେମିଫଳ ସମର୍ପିତ କରାଯାଇଥିଲା ।ଆରାଧ୍ୟ ଦେବୀ ଙ୍କ ଠାରେ ସେମି କୁ ଅର୍ପିତ କଲା ପରେ ଗ୍ରାମବାସୀ ସେମି କୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି ।ସେମିଯାତ୍ରା ଅବସରରେ ମାଟିଦେବତା କୁ ସନ୍ତୁଷ୍ଟ କରିବା ପାଇଁ ବୋଦା ବଳି ଦିଆଯାଇଥିଲା ।ଜାନୀ ପୁଝାରୀ ଘରୁ ବିଧି ମୁତାବକ ପୂଜା ସାମଗ୍ରୀ ଅଣାଯିବା ପରେ ଜାଡେନ ପୀଠ ରେ କନ୍ଧ ଜାତିର ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ।
ବଡଗମଡା,ଶରଧାପୁର,ମାଳପଡା,ବେଲପଡା,ଚାଉଲିଆ ଗ୍ରାମର ଗଉଁନ୍ତିଆ,ଝାଙ୍କର ଏହି ପୂଜାରେ ସାମିଲ ହୋଇଥିବା ବେଳେ ପୁଝାରୀ କୁଞ୍ଜ ଭୋଇ,ବୀର ଭୋଇ,ଯଦୁ ଭୋଇ,ସତ୍ୟା ଭୋଇ,କୁମର ଭୋଇ,କନ୍ଧ ସଂସ୍କୃତି ଗବେଷକ ଡିଙ୍ଗର ଭୋଇ,ଦୁଲ୍ଲଭ ସଗ୍ରିଆ,ଜଗବନ୍ଧୁ ପୁଟେଲ,କ୍ଷୀରସିନ୍ଧୁ ଭୋଇ,ଭୁବନେଶ୍ୱର ଭୋଇ,ମେନା ବାଘ,ଦିମାନ ପୋଢ,ଘାସି ଛୁରା,ରତ୍ନାକର ଭୋଇ,ବିଭୀଷଣ କୁମ୍ଭାର,ବିରଞ୍ଚି ହଂସ,ସଦା ପରାଭୋଇ,ଭକ୍ତ ପୁଟେଲ,ସାଧୁ ବାଗ,କୁଡୁ ପଟେଲ,ହର ଛୂରା,ଟୁନୁ ସୁନା ଙ୍କ ସହ ବଡଗମଡା ଗ୍ରାମର ଲୋକେ ଉପସ୍ଥିତ ଥିଲେ ।