Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ପଦ୍ମଶ୍ରୀ ନନ୍ଦ ସାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ

443 0

ଭୁବନେଶ୍ୱର- ପଦ୍ମଶ୍ରୀ ନନ୍ଦ ସାର୍‌ ଇହଲୀଳା ସମ୍ବରଣ କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଗତ କିଛିଦିନ ଧରି ତାଙ୍କୁ ଯାଜପୁର ଡୁବୁରୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା ।

୧୦୪ ବର୍ଷ ବୟସରେ ନନ୍ଦ ସାରଙ୍କ ପରଲୋକ ହୋଇଛି ।ସାର ଙ୍କ ବିୟୋଗ ରେ  ରାଜ୍ୟପାଳ ଗଶେଣୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକଟ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଶୋକ ବାର୍ତ୍ତାରେ ଲେଖିଛନ୍ତି ” ଶ୍ରୀଯୁକ୍ତ ନନ୍ଦ ପୃଷ୍ଟିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଓଡ଼ିଶାରେ ଶିକ୍ଷାର ପ୍ରସାର ପାଇଁ ସମ୍ମାନନୀୟ ନନ୍ଦ ସାରଙ୍କ ଉଦ୍ୟମ ଅନେକ ପିଢ଼ି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ ।

ପଦ୍ମଶ୍ରୀ ନନ୍ଦ ସାରଙ୍କ ବିୟୋଗରେ ରାଜ୍ୟପାଳ ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି । ସମସ୍ତଙ୍କ ପ୍ରିୟ ସ୍ବର୍ଗତଃ ନନ୍ଦ ସାର ଅନେକଙ୍କ ପାଇଁ ପ୍ରେରଣା ହୋଇ ରହିବେ ବୋଲି ସେ କହିଛନ୍ତି ।

ନିଜ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି “ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ନନ୍ଦ କିଶୋର ପୃଷ୍ଟିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଶିକ୍ଷା କ୍ଷେତ୍ରରେ ବହୁମୂଲ୍ୟ ଅବଦାନ ଏବଂ ତାଙ୍କ ଜୀବନ ବ୍ୟାପୀ ତ୍ୟାଗ ଚିର ଆଦର୍ଶ ହୋଇରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ।“

ନନ୍ଦସାରଙ୍କ ନିକଟରେ କୋଭିଡ୍‌ ଲକ୍ଷଣ ପ୍ରକାଶ ପାଇଥିଲା। ତାଙ୍କୁ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଗତ ୭୫ ବର୍ଷ ଧରି ସେ ନିରବିଚ୍ଛିନ୍ନ ଭାବେ ଗାଁର ଶିଶୁମାନଙ୍କୁ ଚାଟଶାଳୀରେ ବିନା ପାରିଶ୍ରମିକରେ ପାଠ ପଢାଉଥିଲେ । ଗତ ନଭେମ୍ବର ମାସରେ ରାଷ୍ଟ୍ରପତି ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ ।

 

 

Related Post

ବାପା,ମାଁ ଛେଉଣ୍ଡ ଥିବା ୫ଜଣ ଶିଶୁଙ୍କ ଦାୟିତ୍ବ ନେଲା ଶିଶୁ ମଙ୍ଗଳ ସମିତି

Posted by - July 4, 2021 0
ବୌଦ୍ଧ:(ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ ପଂଚାୟତ ଠୁକାସାହିରେ ରହୁଥିବା ଅଚ୍ୟୁତ ବେହେରାଙ୍କ ୩ଝିଅ, ୨ପୁଅ ଙ୍କ ପାଖରେ ପହଂଚିଲା ବୌଦ୍ଧଜିଲ୍ଲା ଶିଶୁମଙ୍ଗଳ ସମିତି । ସୁଚନାଥାଉକି…