ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡ ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ଆୟୋଜନ ହୋଉଥିଲା ପରିଚଳାନା କମିଟି
ପକ୍ଷରୁ ମୁକ୍ତ ଆକାଶ ବିରାଟ ଧନୁଯାତ୍ରା।
ଉକ୍ତ ଯାତ୍ରା ଆରମ୍ଭ ହେଲେ ଉପରୋକ୍ତ ଅଞ୍ଚଳରେ ଜନ ମାସରେ ଭରିଦେଉଥିଲା ଆନନ୍ଦର ଲହରି ଚାରିଆଡ଼େ ଉତ୍ସବ ଦେଖାଯାଉଥିଲା ଦୀର୍ଘ ୭ ଦିନ ଧରି ଏହିଯାତ୍ରାରେ ବିଶେଷ ଭାବରେ ଛୋଟ ଛୋଟ ପିଲା ମାନଙ୍କ ପାଇଁ ଆଶୁଥିଲା ଅତି ଆଦରଣୀୟ ଆକାଶଦୁଲି, ଡ୍ରାଗନଦୁଲି ଟ୍ରେନ, ଜିଗଜାଗ, ଭଳିକି ଭଳି ଖେଳଣା ଏହା ସାଙ୍ଗ କୁ ମିନାବଜାର।ବିଭିନ୍ନ ରକମର ସୁସୁଆଦିଷ୍ଟ ଖାଇବାଖାଦ୍ୟ, ମଥୁରାକେକ ଠାରୁ ଆରମ୍ଭ କିସମମିଠା, ଚାଟ ଗୁପୁଚୁପୁ,ଦୋସା, ଆଇସକ୍ରିମ।ସାଙ୍ଗକୁ ଆରମ୍ଭ ହେଉଥିଲା ରଙ୍ଗ ମଞ୍ଚ କଂସ ଦରବାର।
ଏଠାରେ ପରିବେଶ କରାଯାଇଥିଲା ଆଞ୍ଚଳିକ ଲୋକ ଗୀତ ଲୋକ କଲା।ଓ ଶିଶୁ ପ୍ରତିଭା ଙ୍କ ନୃତ୍ୟ ପରିବେଷଣ।ସାଙ୍ଗକୁ ଝିଅ, ଘୁଦୁକାଢ଼ାପ ସମ୍ବଲପୁରୀ ନୃତ୍ୟ ପ୍ରଭୁତି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ।ତେବେ ଗତ ଦୁଇବର୍ଷ ହେଲାଣି କରୋନା ମହାମାରୀ ଛଡ଼େଇ ନେଇଛି ଲୋକଙ୍କ ଆନନ୍ଦ ଉତ୍ସବ ଖାଁ ଖାଁ ଲାଗୁଛି ସେହି ସମୟ ଆସିଲେ ଉକ୍ତ ଖେଳପଡିଆ। ତେବେ କମିଟି
ସଦସ୍ୟ କହନ୍ତି କିରିଆ ଖାଇଛୁ ଧନୁଯାତ୍ରା କେବେ ବନ୍ଦ ହେବ ନାହିଁ।